ନୂଆଦିଲ୍ଲୀ: ଧୀରେ ଧୀରେ ତଳମୁହାଁ ହେଉଛି ମହାମାରୀ କରୋନା । କମୁଛି ଦୈନିକ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀରେ ମଧ୍ୟ ଧୀରେ ଧୀରେ ଅନ୍ଲକ୍ ହେବାରେ ଲାଗିଛି । ଜିମ୍, ବାର. ଓ ହେଲ୍ଥ ସେଣ୍ଟର ପରେ ଏବେ ଦିଲ୍ଲୀରେ ଖୋଲିବ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଓ ଷ୍ଟାଡୟମ। ଏନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି।
ସୋମବାର ଠାରୁ ବିନା ଦର୍ଶକରେ ଷ୍ଟାଡିୟମ ଓ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଖୋଲିବାକୁ କୁହାଯାଇଛି। ଏଥିପାଇଁ ଦିଲ୍ଲୀ ସରକାର ଏକ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାପୂର୍ବରୁ ଦିଲ୍ଲୀରେ ଷ୍ଟାଡିୟମ କିମ୍ବା ସ୍ପୋର୍ଟସ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି କେବଳ ତାଲିମ ପାଇଁ ଥିଲା।
ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ସେହି ଲୋକମାନେ ଯେଉଁମାନେ ପ୍ରଶିକ୍ଷଣ ପାଇଁ କୌଣସି ଜାତୀୟ କିମ୍ବା ଆନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟରେ ଭାଗ ନେବାକୁ ଯାଉଛନ୍ତି ସେମାନେ ହିଁ ଷ୍ଟାଡିୟମକୁ ଯାଇପାରୁଥିଲେ। ଏଥିସହ ଜାତୀୟ କିମ୍ବା ଆନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ ଆୟୋଜନ ପାଇଁ ଅନୁମତି ଦିଆଯାଇଥିଲା।
ତେବେ ଏହି ଅନଲକ୍ ପ୍ରକ୍ରିୟାରେ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ଖୋଲିବା ଆଶା କିନ୍ତୁ ମଉଳି ଯାଇଛି। ଦିଲ୍ଲୀ ସରକାର ଏଗୁଡିକୁ ଏବେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ଦିଲ୍ଲୀରେ ଗତ ସପ୍ତାହରେ କରାଯାଇଥିବା ଅନଲକ୍ରେ ଭୋଜି ହଲ୍, ବିବାହ ହଲ୍ ଏବଂ ହୋଟେଲ ପାଇଁ ରିହାତି ଦିଆଯାଇଥିଲା। ଏହି ସ୍ଥାନଗୁଡିକରେ ସର୍ବାଧିକ ୫୦ ଜଣଙ୍କ ଉପସ୍ଥିତି ଅନୁମତି ଦିଆଯାଇଛି। ଜିମ୍ ଏବଂ ଯୋଗ କେନ୍ଦ୍ରଗୁଡିକରେ ମଧ୍ୟ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବାକୁ ଅନୁମତି ଦିଆଯାଇଛି।
ହୋଟେଲରେ ଆୟୋଜିତ ଭୋଜି ହଲ୍, ବିବାହ ହଲ୍ ଏବଂ ବିବାହରେ ୫୦ ରୁ ଅଧିକ ଲୋକଙ୍କ ଉପସ୍ଥିତି ଅନୁମତି ଦିଆଯାଇଛି। ଏହି ସମୟରେ ଏଠାରେ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ ପଡିବ, ନଚେତ କଡା କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ମୋଟା ଅଙ୍କର ଜୋରିମାନା ଆଦାୟ କରିବାକୁ କୁହାଯାଇଛି।
The post କାଲିଠୁ ରାଜଧାନୀରେ ଖୋଲିବ ଷ୍ଟାଡିୟମ, ସ୍ପୋର୍ଟସ୍ କମ୍ପ୍ଲେକ୍ସ appeared first on Odisha Reporter.
from Odisha Reporter https://ift.tt/3yoQWsW
No comments:
Post a Comment