ପୁଣି କାଜଲଙ୍କ ପ୍ରେମ ଜାଲରେ ଫସିବେ କିଙ୍ଗ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 30, 2021

ପୁଣି କାଜଲଙ୍କ ପ୍ରେମ ଜାଲରେ ଫସିବେ କିଙ୍ଗ ଖାନ୍‌

ମୁମ୍ବାଇ:  ବଡ଼ ପରଦାରେ ପୁଣି ରୋମାନ୍ସ କରିବେ ଶାହରୁଖ-କାଜଲ ଯୋଡ଼ି। ‘ଦିଲବାଲେ ଦୁଲହନିଆ ଲେ ଯାଏଙ୍ଗେ’ ଫିଲ୍ମକୁ ୨୫ ବର୍ଷ ପୂରି ସାରିଥିଲେ ବି ଏହି ଯୋଡ଼ିଙ୍କ କ୍ରେଜ କମି ନାହିଁ। ଏବେ ବି ଉଭୟଙ୍କ ଯାଦୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ପାଗଳ ପରି ଅନାଇ ରହିଛନ୍ତି।  ଏହି ଯୋଡ଼ିଙ୍କ ଶେଷ ଫିଲ୍ମ ‘ଦିଲବାଲେ’ ସୁପରହିଟ୍‌ ହୋଇଥିବା ବେଳେ ପୁଣି ଥରେ ଦର୍ଶକଙ୍କୁ ମତୁଆଲା କରିବାକୁ ରେଡ୍ଡି ହେଲେଣି   ବଲିଉଡ଼ର ଏହି ହିଟ୍‌, ରୋମାଣ୍ଟିକ ଓ ଆଇକନିକ୍‌ ଯୋଡ଼ି ।

ରିପୋର୍ଟ ମୁତାବକ, ଡାଇରେକ୍ଟର ରାଜକୁମାର ହିରାଦୀ ନିଜ ଅପକମିଙ୍ଗ ଫିଲ୍ମ ପାଇଁ ଏହି ଏଭରଗ୍ରୀନ୍‌ ରୋମାଣ୍ଟିକ ଯୋଡ଼ିକୁ କାଷ୍ଟ କରିଥିବା ଜଣାଯାଇଛି। ଏହି ଫିଲ୍ମରେ କାଜୋଲ ଶାହାରୁଖଙ୍କ ପତ୍ନୀ ଭୂମିକାରେ ନଜର ଆସିବେ। ଶାହରୁଖ, କାଜଲଙ୍କ ବ୍ୟତୀତ ବିଦ୍ୟା ବାଲାନ ଓ ତାପସୀ ପନ୍ନୁ ବି ଲିଡ୍‌ ରୋଲରେ ନଜର ଆସିବେ। ମନୋଜ ବାଜପେୟୀ ଓ ବୋମାନ ଇରାନୀ ମଧ୍ୟ ଏଥିରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି।

ଶାହାରୁଖ ଖାନ ଓ କାଜଲ।

ରାଜକୁମାରଙ୍କ ଏହି ଅପକମିଙ୍ଗ ଫିଲ୍ମ ଏକ ସୋଶାଲ କମେଡି ଫିଲ୍ମ ହେବ। ଶାହାରୁଖ ଏହି ଫିଲ୍ମରେ ଜଣେ ପ୍ରବାସୀ ଭାରତୀୟ ରୋଲ୍‌ରେ ନଜର ଆସିବେ।  ସେ ନିଜ ପରିବାର ସହ ପଞ୍ଜାବରୁ କାନାଡ଼ା ଯାଇଛନ୍ତି। ଏହି ଫିଲ୍ମରେ ତାଙ୍କ ଯାତ୍ରାକୁ ପରଦା ଉପରେ ଇମୋସନର ଛିଟା ଦିଆଯାଇ ଚିତ୍ରଣ କରାଯିବ।  ଏହି ଫିଲ୍ମକୁ ଶାହାରୁଖଙ୍କ ପ୍ରଡକ୍ସନ କମ୍ପାନୀ ‘ରେଡ ଚିଲି’  ପ୍ରଡ୍ୟୁସ୍‌ କରିବ। ଆସନ୍ତା ବର୍ଷଠୁ ଏହାର ଶୁଟିଂ ଆରମ୍ଭ ହେବ।

ବାଜିଗର, କରନ-ଅର୍ଜୁନ, ଦିଲୱାଲେ ଦୁଲହନିଆ ଲେ ଯାଏ ଗେଁ,  କୁଛ କୁଛ ହୋତା ହେ, କଭି ଖୁସି କଭି ଗମ୍‌,  ମାଇଁ ନେମ ଇଜ୍‌ ଖାନ, ଦିଲବାଲେ ପରି ସୁପରହିଟ୍‌ ଫିଲ୍ମ ଦେଇ ସାରିଛନ୍ତି  ବଲିଉଡ଼ର ଏହି ରୋମାଣ୍ଟିକ ଯୋଡ଼ି । କାଜଲ ଶେଷ ଥର ଫିଲ୍ମ ତ୍ରିଭଙ୍ଗରେ ନଜର ଆସିଥିବା ବେଳେ ଶାହାରୁଖ ଫିଲ୍ମ ପଠାନରେ ନଜର ଆସିବେ।

The post ପୁଣି କାଜଲଙ୍କ ପ୍ରେମ ଜାଲରେ ଫସିବେ କିଙ୍ଗ ଖାନ୍‌ appeared first on Odisha Reporter.



from Odisha Reporter https://ift.tt/3lcVG1Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages