କୃନାଲଙ୍କ ପରେ ଚହଲ୍ ଓ ଗୌତମ କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 30, 2021

କୃନାଲଙ୍କ ପରେ ଚହଲ୍ ଓ ଗୌତମ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଶିବିରୁ ଆସିଛି ଏକ ବଡ଼ ନୈରାଶ୍ୟଜନକ ଖବର ଆସିଛି। କୃନାଲ୍ ପାଣ୍ଡ୍ୟାଙ୍କ ପରେ ଆଉ ଦୁଇ ଜଣ ଭାରତୀୟ କ୍ରିକେଟର୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସ୍ପିନର ୟୁଜବେନ୍ଦ୍ର ଚହଲ୍ ଓ କ୍ରିଷ୍ଣାପ୍ପା ଗୌତମଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ତେବେ ଆଶ୍ୱିସ୍ତକର କଥା ହେଉଛି ଦୁହିଁଙ୍କ ଭିତରେ କରୋନାର ଲକ୍ଷଣ ନାହିଁ।

ଯେହେତୁ ଚହଲ୍ ଓ ଗୌତମ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତେଣୁ ଏମାନେ ଏବେ ଭାରତ ଆସିପାରିବେ ନାହିଁ। କୃନାଲ୍ ମଧ୍ୟ ଶ୍ରୀଲଙ୍କାରେ ରହିବେ। ତେବେ ଭାରତୀୟ ଟିମ୍ ସ୍ୱଦେଶ ଅଭିମୁଖେ ବାହାରି ସାରିଛନ୍ତି। କୃନାଲ୍ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରତିଦିନ ଭାରତୀୟ ଖେଳାଳିଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏହି କ୍ରମରେ ଭାରତୀୟ ଖେଳାଳିଙ୍କର ନୂଆ କରୋନା ଟେଷ୍ଟ ହୋଇଥିଲା। ଯେଉଁଥିରେ ଆଉ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ କୃନାଲ୍ ପାଣ୍ଡ୍ୟାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ଭାରତ ଓ ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚକୁ ଦିନକ ପାଇଁ ଘୁଞ୍ଚାଇ ଦିଆଯାଇଥିଲା।

କୃନାଲଙ୍କ ଆକ୍ରାନ୍ତ ହେବା ପରେ ୮ ଜଣ ଖେଳାଳିଙ୍କୁ ଆଇସୋଲେସନ୍ କରିଦିଆଯାଇଥିଲା। ଯେଉଁ କାରଣରୁ ଭାରତର ୮ଜଣ ଖେଳାଳି ଶେଷ ଦୁଇଟି ଟି-୨୦ ମ୍ୟାଚ୍ ଖେଳିପାରିନଥିଲେ। ଏହି ୮ ଖେଳାଳିଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ, ପୃଥ୍ୱୀ ଶ’, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ୍, ମନୀଷ ପାଣ୍ଡେ, ଈଶାନ୍ କିଶନ, କ୍ରିଷ୍ଣାପ୍ପା ଗୌତମ, କୃନାଲ୍ ପାଣ୍ଡ୍ୟା ସାମିଲ୍ ଅଛନ୍ତି।

ଏକାଥରକେ ଭାରତର ୮ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦ୍ୱିତୀୟ ଟି-୨୦ରେ ୫ ଜଣ ନୂଆ ଖେଳାଳି ପଦାର୍ପଣ କରିଥିଲେ। ଏହାର ପ୍ରଭାବ ମଧ୍ୟ ଭାରତର ପ୍ରଦର୍ଶନ ଉପରେ ପଡ଼ିଥିଲା। ଭାରତ ଦ୍ୱିତୀୟ ଓ ତୃତୀୟ ଟି-୨୦ରେ ଖରାପ ବ୍ୟାଟିଂ ଯୋଗୁ ପରାସ୍ତ ହୋଇଥିଲା। ଏହି ଦୁଇଟି ଯାକ ମ୍ୟାଚରେ ଭାରତ ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ନେଇ ଖେଳିଥିଲା।

ନିକଟରେ ଇଂଲଣ୍ଡରେ ଭାରତୀୟ ଶିବିରରେ ମଧ୍ୟ କରୋନା ପ୍ରବେଶ କରିଥିଲା। ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ପଜିଟିଭ୍ ବାହାରିବା ପରେ ସେ ଲଣ୍ଡନରେ ରହିଥିଲେ ଏବଂ ବାକି ଭାରତୀୟ ଟିମ୍ ପ୍ରାକ୍ଟିସ୍ ମ୍ୟାଚ୍ ଖେଳିବା ପାଇଁ ଡରହାମ୍ ଚାଲିଯାଇଥିଲେ।

The post କୃନାଲଙ୍କ ପରେ ଚହଲ୍ ଓ ଗୌତମ କରୋନାରେ ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3ldClgD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages