ଭୟଙ୍କର ବିସ୍ଫୋରଣ, ୩୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 19, 2021

ଭୟଙ୍କର ବିସ୍ଫୋରଣ, ୩୫ ମୃତ

ବାଗଦାଦ: ଇରାକ ରାଜଧାନୀ ବାଗଦାଦରେ ଭୟଙ୍କର ବିସ୍ଫୋରଣ ଘଟିଛି। ସୋମବାର ବାଗଦାଦ ଉପକଣ୍ଠ ରାସ୍ତା କଡ଼ରେ ଘଟିଥିବା ଏହି ଭୟଙ୍କର ବିସ୍ଫୋରଣରେ ଅତି କମରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାକର ସୁରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ଇରାକର ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଏହି ବିସ୍ଫୋରଣ ସଦର ସହରର ଏକ ଜନଗହଳିପୂର୍ଣ୍ଣ ବଜାରରେ ଘଟିଛି। ଇଦ୍-ଉଲ୍-ଅଦାର ଦିନକ ପୂର୍ବରୁ ଯେତେବେଳେ ଲୋକେ ଶପିଂ କରିବାରେ ବ୍ୟସ୍ତ ଥିଲେ, ସେହି ସମୟରେ ଏହି ବିସ୍ଫୋରଣ ଘଟିଛି। ଇରାକର ସୁରକ୍ଷା ଅଧିକାରୀ କହିଛନ୍ତି, ଏହି ବିସ୍ଫୋରଣରେ ୩୫ ଲୋକଙ୍କ ମୃତ୍ୟୁ ହୋଇଛି।

ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଇସଲାମିକ୍ ଷ୍ଟେଟ୍ ପୂର୍ବରୁ ଏହି ଅଞ୍ଚଳରେ ପୂର୍ବରୁ ହୋଇଥିବା ଏଭଳି ଆକ୍ରମଣ ପାଇଁ ନିଜକୁ ଦାୟୀ କରିସାରିଛି। ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୁସ୍ତଫା-ଅଲ୍ କଦିମି ମାର୍କେଟ୍ ଫେଡେରାଲ୍ ପୁଲିସ୍ ରେଜିମେଣ୍ଟର କମାଣ୍ଡରଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ତୃତୀୟ ଥର ପାଇଁ ମାର୍କେଟରେ ଏଭଳି ବିସ୍ଫୋରଣ ଘଟିଛି।

ଏହାପୂର୍ବରୁ ଜୁନ୍ ମାସରେ ସଦର ସହରର ଏକ ବଜାରରେ କିଓସ୍କ ତଳେ ରଖାଯାଇଥିବା ବୋମା ବିସ୍ଫୋରଣରେ ୧୫ ଜଣ ଆହତ ହୋଇଥିଲେ। ସେହିପରି ଏପ୍ରିଲ ମାସରେ ସଦର ସହରରେ ଏକ କାର୍ ବିସ୍ଫୋରଣରେ ଅତି କମରେ ଚାରିଜଣ ପ୍ରାଣ ହରାଇଥିଲେ।

The post ଭୟଙ୍କର ବିସ୍ଫୋରଣ, ୩୫ ମୃତ appeared first on Odisha Reporter.



from Odisha Reporter https://ift.tt/3eBHwD8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages