ବିଦ୍ୟାଙ୍କ କାଉଣ୍ଟର: ଅନ୍ୟ ଯୁବତୀଙ୍କୁ ଆଇ ଲଭ ୟୁ ମେସେଜ ପଠାଉଥିଲେ ସୌମ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 19, 2021

ବିଦ୍ୟାଙ୍କ କାଉଣ୍ଟର: ଅନ୍ୟ ଯୁବତୀଙ୍କୁ ଆଇ ଲଭ ୟୁ ମେସେଜ ପଠାଉଥିଲେ ସୌମ୍ୟ

ଉଦଳା (ମାନସ ପାଣି):  ଦିନକୁ ଦିନ ପାରଲାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଅଡ଼ୁଆ ସୁତାରେ ଛନ୍ଦି ହୋଇ ହୋଇ ଯାଉଛି। ସୌମ୍ୟଙ୍କ ମୃତ୍ୟୁ କିପରି ହେଲା, ସେହି ରହସ୍ୟ ଉପରୁ ପରଦା ହଟାଇବାକୁ ପୁଲିସ୍‌ ନାକେଦମ ହେଉଥିବା ବେଳେ ତାଙ୍କ ପରିବାର ଲୋକେ ବୋହୂ ହିଁ ପୁଅକୁ ମାରି ଦେଇଛି ବୋଲି ସିଧାସିଧା ଅଭିଯୋଗ ଆଣିଛନ୍ତି। କିନ୍ତୁ ସମ୍ପୂର୍ଣ୍ଣ ଘଟଣାରେ ସନ୍ଦେହ ଘେରରେ ଥିବା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଶେଷରେ ପାଟି ଫିଟାଇଛନ୍ତି। ତାଙ୍କର ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗ ହେଉଥିବା ବେଳେ ସେ ସୌମ୍ୟଙ୍କ ପରକୀୟା ପ୍ରୀତି କଥା ଉଠାଇଛନ୍ତି।

ବିଦ୍ୟା ଆଜି ଗଣମାଧ୍ୟମ ଆଗରେ କହିଛନ୍ତି, ସୌମ୍ୟଙ୍କର ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ତାଙ୍କୁ ମୋବାଇଲ୍‌ରେ ଆଇ ଲଭ ୟୁ ଲେଖି ପଠାଉଥିଲେ। ଦିନେ ସେ  ମୋ ପାଖରେ ବସିଥିବା ବେଳେ ଏକ ଅଜଣା ନମ୍ବରରୁ ଫୋନ ଆସିଲା। ସେ ଫୋନ ଉଠାଇବା ପରିବର୍ତ୍ତେ ଡରିଗଲେ। ଫୋନ କାହିଁକି ରିସିଭ କରୁନ ବୋଲି ମୁଁ ତାଙ୍କୁ ପଚାରିଥିଲି। ଏହାପରେ  ସେ ବାହାନା କରି ଚାଲ ବାହାରେ ବୁଲି ଆସିବା ବୋଲି କହିଥିଲେ।  ଏହାପରେ ପ୍ରୋଜେକ୍ଟ ବିଷୟରେ କଥା ହେବା ପାଇଁ ଫୋନ୍‌ ଆସିଛି କହି ଇୟରଫୋନ ଲଗାଇ କଥା ହେଲେ।  ମୁଁ ଇୟରଫୋନର ଗୋଟିଏ ତାର ଆଣି କାନରେ ଦେବାରୁ ସେ ମୋଠୁ ସଙ୍ଗେ ସଙ୍ଗେ ନେଇଗଲେ।  ଫୋନ୍‌ରେ ଅପର ପାର୍ଶ୍ୱରୁ ଏକ ଝିଅର ସ୍ୱର ଶୁଭିଲା। ଝିଅଟି କହୁଥିଲା, କ’ଣ ସୌମ୍ୟ ମୋତେ ଭୁଲି ଗଲଣି। ଆଉ ଫୋନ୍‌ କରୁନା।

ସେ ଆହୁରି କହିଛନ୍ତି, ଥରେ ସେ (ସୌମ୍ୟ) ମୋବାଇଲରେ କାହାକୁ ଆଇ ଲଭ ୟୁ ଲେଖି ମେସେଜ କରିଥିବା ଦେଖିଥିଲି। ଏହା ପରେ ବି ମୁଁ ତାଙ୍କୁ କେବେ କିଛି ଆକଟ କରି ନ ଥିଲି। ତାଙ୍କ ମୋବାଇଲ ମୁଁ ଦେଖିଲେ, ସେ ପାସୱାର୍ଡ ଚେଞ୍ଜ କରି ଦେଉଥିଲେ। ଫେସ୍‌ବୁକ୍‌ ଓପନ୍‌ କଲେ ଆକାଉଣ୍ଟ ଡିଲିଟ କରି ଦିଅନ୍ତି। ତାଙ୍କର କଣ୍ଟାକ୍ଟ, ହ୍ୱାଟସଆପ୍‌  ଚାର୍ଟ ଓ କଲ୍ ହିଷ୍ଟ୍ରି ସବୁ ଡିଲିଟ କରି ଦିଅନ୍ତି। ତାଙ୍କ ମୋବାଇଲ ପାସୱାର୍ଡ ମୋତେ ଜଣାନାହିଁ।

ଶାଶୂ ଘର ଲୋକେ ଆଣିଥିବା ଅଭିଯୋଗ ଉପରେ ବିଦ୍ୟା କହିଛନ୍ତି, ଆମ  ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଥିଲା। ଶ୍ୱଶୁର, ଶାଶୁଙ୍କ ସହ ମଧ୍ୟ ସମ୍ପର୍କ ଭଲ ଥିଲା।  ଏପରିକି ହସ୍ପିଟାଲରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେ ମୋତେ ଆଇ ଲଭ ୟୁ କହିଥିଲେ। ମୁଁ ବି ତାଙ୍କୁ କହିଥିଲି। ଆମ ମଧ୍ୟରେ ବିବାହକୁ ନେଇ କୌଣସି ଏଗ୍ରିମେଣ୍ଟ ହୋଇ ନ ଥିଲା।

ଶ୍ୱଶୁର ଘର ଲୋକ ବ୍ୟାଚଲର ପାର୍ଟିକୁ ନେଇ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ବିଦ୍ୟା। । ସେ କହିଛନ୍ତି, ବଲାଙ୍ଗିରରେ ବ୍ୟାଚଲର ପାର୍ଟି  ନୁହେଁ,  ବାହାଘର ପାର୍ଟି ହୋଇଥିଲା। କରୋନା ଯୋଗୁ ମୋ ସାଙ୍ଗମାନଙ୍କୁ ବାହାଘରକୁ ଡାକି ନ ଥିଲି। ତେଣୁ ସେଠାକୁ ଆମେ ଉଭୟେ ଯାଇ ସାଙ୍ଗମାନଙ୍କୁ ପାର୍ଟି ଦେଇଥିଲୁ। ଏହାବାଦ ଶଙ୍ଖା ସିନ୍ଦୁର ଭାଙ୍ଗିବା ଘଟଣା ମଧ୍ୟ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ବିଦ୍ୟା। ସେ କହିଛନ୍ତି, ଥରେ ମୋତେ ଫୋନ୍‌ କରି ପାଟି କରିବାରୁ ମନଦୁଃଖରେ ବସିଥିଲି।  ପଡ଼ୋଶୀ ମୋତେ ସେଠି ପାଇଥିଲେ।

କେବଳ ଏତିକି ନୁହେଁ,  ସୌମ୍ୟଙ୍କୁ ନେଇକି ଯାଉଥିବା  ଆମ୍ବୁଲାନ୍ସ ବାଟରେ ଅଟକିବା ଘଟଣାରେ ମଧ୍ୟ ମୁହାଁ ଖୋଲିଛନ୍ତି ବିଦ୍ୟା। ସେ କହିଛନ୍ତି, “ଆମ୍ବୁଲାନ୍ସ କେଉଁଠି ବି ଜମାରୁ ଅଟକି ନ ଥିଲା। ସେ ପାରଳାଖେମୁଣ୍ଡି ହସ୍ପିଟାଲରେ ଥିବା ବେଳେ ଯେଉଁଠି ବର୍ଣ୍ଣ ୱାର୍ଡ ଅଛି ଓ ଭଲ ଚିକିତ୍ସା ମିଳିବ,  ସେଠାକୁ ରେଫର କରିବାକୁ କାକୁତିମିନତି କରିଥିଲି। ଟ୍ରିଟମେଣ୍ଟ ପାଇଁ ଟଙ୍କା ଦରକାର ଥିବାରୁ ମୁଁ ରୁମ୍‌କୁ ଆସି ଏଟିଏମ୍‌, ପର୍ସ, ବେଡସିଟ, କିଛି ପଇସା ନେଇ ଦୌଡ଼ି ଦୌଡ଼ି ଯାଇଥିଲି।”

ପୁଲିସ୍‌ ଗତକାଲି ପଚରାଉଚରା କରିବାକୁ ଆସିଥିବା ବେଳେ ଏଟିଏମ୍‌ କାର୍ଡ ସିଜ୍‌ କରି ନେଇଥିବା କହିଛନ୍ତି ବିଦ୍ୟା। ହେଲେ ନିଆଁ କିପରି ଲାଗିଲା ସେହି ପ୍ରଶ୍ନ ଉପରେ ପୂର୍ବ ପରି ସେ କିଛି ଜାଣି ନାହାନ୍ତି ବୋଲି ସଫେଇ ଦେଇଛନ୍ତି।

The post ବିଦ୍ୟାଙ୍କ କାଉଣ୍ଟର: ଅନ୍ୟ ଯୁବତୀଙ୍କୁ ଆଇ ଲଭ ୟୁ ମେସେଜ ପଠାଉଥିଲେ ସୌମ୍ୟ appeared first on Odisha Reporter.



from Odisha Reporter https://ift.tt/3kxc5xC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages