ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ।
କଟକ ଓ ଭୁବନେଶ୍ୱରରେ ମୋଟ ୬ଟି ସ୍ଥାନରେ ଏହି ରେଡ୍ କରାଯାଇଥିବା ବେଳେ ମିଳିଛି ପୁଳା ପୁଳା ଟଙ୍କା। ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ବି ତାଜୁବ୍ ହୋଇଯାଇଛନ୍ତି। ବିରଞ୍ଚି ସାହୁଙ୍କ ଘରୁ ବିଡ଼ା ବିଡ଼ା ଟଙ୍କା ମିଳିଥିବା ବେଳେ ସକାଳୁ ଗଣତି ଚାଲିଛି। ଟଙ୍କା ସହିତ ବିପୁଳ ପରିମାଣରେ ସୁନା ବି ମିଳିଛି। ତାଙ୍କର ଦୁଇଟି ଦୁଇ ମହଲା କୋଠା ଓ ୯ଟି ଜାଗା ଠାବ କରାଯାଇଛି। ସେହିପରି ତାଙ୍କ ଶାଳକଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ମିଳିଛି।
ଭିଜିଲାନ୍ସ ଏସ୍ପି ଆର୍. ପ୍ରକାଶ କହିଛନ୍ତି ଯେ କଟକ ଓ ଭୁବନେଶ୍ୱରରେ ମୋଟ ୬ ସ୍ଥାନରେ ରେଡ୍ କରାଯାଇଛି। ବିପୁଳ ପରିମାଣରେ ସୁନା ଓ ଟଙ୍କା ମିଳିଛି। ଟଙ୍କା ଗଣତି ଚାଲିଛି। ଏତେ ଟଙ୍କା ଓ ସଂପତ୍ତି କେଉଁଠୁ ଆସିଲା, ସେନେଇ ତଦନ୍ତ ଜାରି ରହିଛି। ଚାକିରି ପାଇଁ କୌଣସି ପ୍ରାର୍ଥୀଙ୍କ ଠାରୁ ସେ (ବିରଞ୍ଚି ସାହୁ) ଟଙ୍କା ନେଇଛନ୍ତି କି ନାହିଁ, ତା’ର ବି ତଦନ୍ତ ହେବ। ତାଙ୍କର ଦରମା ଏତେ ନୁହେଁ, ତେଣୁ ନିଶ୍ଚିତ ଅସାଧୁ ଉପାୟରେ ଅର୍ଜନ କରିଛନ୍ତି। ଏସବୁର ଅନୁସନ୍ଧାନ ଚାଲିଛି ବୋଲି ଏସ୍ପି କହିଛନ୍ତି।
ଏହି ରେଡ୍ରେ ଭିଜିଲାନ୍ସ ଏସ୍ପି ଆର୍ ପ୍ରକାଶଙ୍କ ସମେତ ୪ ଡିଏସ୍ପି ଓ ୧୩ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।
The post ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍ଙ୍କ ଘରେ ରେଡ୍: ଟଙ୍କା ଗଣି ଗଣି ଭିଜିଲାନ୍ସ କର୍ମଚାରୀ ହାଲିଆ! appeared first on Odisha Reporter.
from Odisha Reporter https://ift.tt/3l74HJE
No comments:
Post a Comment