ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଟିମ୍ ମୁହଁରେ ହସ ଫୁଟିଛି। ଭାରତୀୟ ମହିଳା ହକି ଟିମ୍ ଆଜି ପୁଲ୍-ଏ’ରେ ତା’ର ଚତୁର୍ଥ ମ୍ୟାଚରେ ଆୟର୍ଲ୍ୟାଣ୍ଡକୁ ୧-୦ ଗୋଲରେ ପରାସ୍ତ କରି ବିଜୟ ସ୍ୱାଦ ଚାଖିଛି। ଏହା ପୂର୍ବରୁ ମହିଳା ଟିମ୍ ପ୍ରଥମ ତିନୋଟି ମ୍ୟାଚରେ ପରାସ୍ତ ହୋଇଥିଲା। ଓଇ ହକି ଷ୍ଟାଡିୟମର ନର୍ଥ ପିଚରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପକ୍ଷରୁ ଏକମାତ୍ର ଗୋଲ୍ ଦେଇଥିଲେ ନବନୀତ କୌର୍ (୫୭ତମ ମିନିଟ୍)।
ନବନୀତ ଫିଲ୍ଡ ଗୋଲ୍ ଦ୍ୱାରା ଭାରତକୁ ଏହି ବହୁ ପ୍ରତୀକ୍ଷିତ ବିଜୟ ଦେଇଥିଲେ। ଏହି ମ୍ୟାଚରେ ଭାରତୀୟ ଫରୱାର୍ଡ ଖେଳାଳି ବିଶେଷକରି ପେନାଲ୍ଟି କର୍ଣ୍ଣର ସ୍ପେଶାଲିଷ୍ଟଙ୍କ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। କାରଣ ଭାରତ ମ୍ୟାଚରେ ୧୪ ପେନାଲ୍ଟି କର୍ଣ୍ଣର ପାଇଥିଲେ ହେଁ ସେଥିରୁ ଗୋଟିଏ ବି ଗୋଲରେ ପରିଣତ କରିପାରିନଥିଲା। ଅନ୍ୟପକ୍ଷରେ ଆଇରିଶ୍ ଖେଳାଳିଙ୍କୁ ତିନୋଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ସେମାନେ ମଧ୍ୟ ଗୋଟିଏ ବି ଗୋଲ୍ କରିପାରିନଥିଲା।
ଭାରତ ଏବେ ତା’ର ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଭାରତ ଗ୍ରୁପ୍-ଏ’ରେ ଚାରୋଟିରୁ ୩ ପଏଣ୍ଟ ପାଇଛି ଏବଂ ଟିମ୍ ୬ ଟିମ୍ ଭିତରେ ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଟିମ୍ କ୍ୱାର୍ଟର୍ ଫାଇନାଲରେ ସ୍ଥାନ ପକ୍କା କରିସାରିଛି। ଭାରତୀୟ ପୁରୁଷ ଟିମ୍ ଆଜି ତା’ର ଶେଷ ଲିଗ୍ ମ୍ୟାଚରେ ଆୟୋଜନ ଜାପାନକୁ ଭେଟିବ।
The post ଶେଷରେ ମହିଳା ହକି ମୁହଁରେ ଫୁଟିଲା ହସ appeared first on Odisha Reporter.
from Odisha Reporter https://ift.tt/3j0zPb3
No comments:
Post a Comment