ସକାଳୁ ସକାଳୁ ଆତଙ୍କବାଦୀଙ୍କ ଉପରେ ବଡ଼ ପ୍ରହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 13, 2021

ସକାଳୁ ସକାଳୁ ଆତଙ୍କବାଦୀଙ୍କ ଉପରେ ବଡ଼ ପ୍ରହାର

ଶ୍ରୀନଗର: ବୁଧବାର ସକାଳେ ଜମ୍ମୁ କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛି। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲଶ୍କର-ଏ-ତୋଇବାର କମାଣ୍ଡର ଏଜାଜ ଓରଫ ଆବୁ ହୁରାଇରାର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଆଉ ଦୁଇ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି। ଏହି ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। କଶ୍ମୀର ଜୋନର ଆଇଜି ଏହି ସୂଚନା ଦେଇଛନ୍ତି।

ଦକ୍ଷିଣ କଶ୍ମୀରର ପୁଲୱାମାରେ ଦୀର୍ଘ ଦିନ ଧରି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଥିଲା। ଶେଷରେ ସୁରକ୍ଷାକର୍ମୀ ବଡ଼ ସଫଳତା ହାସଲ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରୁ ଆତଙ୍କବାଦୀ ପୁଲଓ୍ୱାମାରେ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କ କାନରେ ଖବର ପହଞ୍ଚିଥିଲା। ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ମାସକ ମଧ୍ୟରେ ସୁରକ୍ଷା ବାହିନୀ ଆତଙ୍କବାଦ ନିପାତ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଏଥିରେ ଅନେକ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ।

ଜମ୍ମୁ କଶ୍ମୀର ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସଓଜି) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ) ମିଳିତ ଭାବରେ ମଙ୍ଗଳବାର ବିଳମ୍ବିତ ରାତିରେ ପୁଲୱାମା ସହରକୁ କର୍ଡନ କରି ଦେଇଥିଲେ। ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଏହି ବାହାଦୂର ଟିମ୍। ପ୍ରଥମେ ସେହି ଅଞ୍ଚଳରେ ରହୁଥିବା ଆଖପାଖ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ହେଲେ ଏହି ସମୟରେ ସୁରକ୍ଷା ବାହିନୀ ନିର୍ଦ୍ଦିଷ୍ଟ ଅଞ୍ଚଳ ଆଡକୁ ଯାଉଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପରେ ସୁରକ୍ଷା ବାହିନୀ ପ୍ରତିଶୋଧ ନେବାକୁ ଯାଇ ତିନି ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଜଣାପଡ଼ିବା ପରେ ଅପରେସନ ଆରମ୍ଭ ହୋଇଥିଲା। ସେ କହିଛନ୍ତି ଯେ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ପରସ୍ପର ଉପରକୁ ଗୁଳି ଚଳାଇଥିଲେ। ତେବେ ମୃତ ତିନି ଆତଙ୍କବାଦୀଙ୍କ ପାଖରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଥିବା ସୂଚନା ରହିଛି। ଏବେ ବି ସେହି ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ରହିଛି।

The post ସକାଳୁ ସକାଳୁ ଆତଙ୍କବାଦୀଙ୍କ ଉପରେ ବଡ଼ ପ୍ରହାର appeared first on Odisha Reporter.



from Odisha Reporter https://ift.tt/3r9ZWQv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages