ଭବାନୀପାଟଣା (ରାଜକୁମାର ସିଂହଦେଓ): ସନ୍ଦେହ ହେବାରୁ ପୁଲିସ୍ ଏକ ବୋଲେରୋକୁ ଅଟକାଇଥିଲା। ବୋଲେରୋଟିରେ ଶାଢ଼ି ଥିଲା। ହେଲେ ଶାଢ଼ି ପ୍ୟାକେଟ୍ ଗୁଡ଼ିକୁ ଯାଞ୍ଚ ବେଳେ ତା’ ଭିତରୁ ବାହାରିଥିଲା ଗଞ୍ଜେଇ। ଏମିତି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ୩ ଜଣଙ୍କୁ ଧରିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୁଲିସ୍।
ଏହି ତିନି ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଅଛନ୍ତି। ଅନ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୋଲେରୋ ଡ୍ରାଇଭର। ଏ ତିନି ଜଣ ଯାକ ବିହାର ଅଞ୍ଚଳର।
ବୋଲେରୋଟି କଳାହାଣ୍ଡି ଜିଲ୍ଲା ଆମପାଣି ଅଞ୍ଚଳରୁ ଭବାନୀପାଟଣା ଓ କେସିଙ୍ଗା ଦେଇ ବଲାଙ୍ଗୀର ଆଡ଼କୁ ଯାଉଥିବା ବେଳେ କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ୱରେ ପୁଲିସ୍ ଏକ ଟିମ୍ ଏହାକୁ ସନ୍ଦେହରେ ଅଟକାଇ ଥିଲା। ଯାଞ୍ଚ ବେଳେ ସେଥିରେ ଶାଢ଼ି ପ୍ୟାକେଟ୍ରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା।
କେସିଙ୍ଗା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ବୋଲେରୋ ଭିତରୁ ଗଞ୍ଜେଇ ଜବତ କରାଯାଇଥିଲା। ଗାଡ଼ିଟିକୁ ମଧ୍ୟ ଜବତ କରାଯାଇଛି। ଏହା ସହିତ ୩ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି।
The post ନାଁକୁ ଶାଢ଼ି ପ୍ୟାକେଟ୍, କିନ୍ତୁ ଭିତରେ ଥିଲା… appeared first on Odisha Reporter.
from Odisha Reporter https://ift.tt/3riKJfX
No comments:
Post a Comment