୬ ମାସ ପରେ ବ୍ରିଟେନରେ ଦୈନିକ ସଂକ୍ରମିତ ୫୦ ହଜାର ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 17, 2021

୬ ମାସ ପରେ ବ୍ରିଟେନରେ ଦୈନିକ ସଂକ୍ରମିତ ୫୦ ହଜାର ଟପିଲା

ବ୍ରିଟେନ: ଜାନୁଆରୀ ପରେ ହଠାତ୍ ଦୈନିକ ସଂକ୍ରମିତ ସଂଖ୍ୟା ୫୦ ହଜାର ଉପରେ ରହିଛି। ହଠାତ୍ ବ୍ରିଟେନରେ ସଂକ୍ରମଣ ବ୍ୟାପିବା ପଛର କାରଣ ନିକଟରେ ଶେଷ ହୋଇଥିବା ୟୁରୋ କପ୍ ବୋଲି କୁହାଯାଉଛି। ଯେଉଁଠି ୯୦ ହଜାରରୁ ଅଧିକ ଲୋକ ଏକାଠି ବସି ଫୁଟବଲ ମ୍ୟାଚର ମଜା ନେଇଥିଲେ। ଏହି ସମୟରେ ମାସ୍କ କିମ୍ୱା ସାମାଜିକ ଦୂରତା ପାଳନ କରାଯାଇନଥିଲା। ନିକଟରେ ଟିମ୍ ଇଣ୍ଡିଆର ଦୁଇ ଖେଳାଳି ୟୁରୋ କପ୍ ଦେଖିବାକୁ ଯାଇଥିଲେ। ପରେ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମଣ କମିବା ପରେ ସମସ୍ତ ନିୟମକୁ କୋହଳ କରି ଦେଇଥିଲା ବ୍ରିଟେନ। ଏବେ ଏହାର ପରିଣାମ ଏବେ ଦେଖିବାକୁ ମିଳିଛି।

ତେବେ ରିପୋର୍ଟ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ୪୯ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ୍ ୫୧ ହଜାର ୮୭୦ ଜଣ କରୋନା ସଂକ୍ରମିତ ଟିହ୍ନଟ ହୋଇଛନ୍ତି ବୋଲି ବ୍ରିଟେନ ସରକାରର ସ୍ୱାସ୍ଥ୍ୟ ବିଭାଗ କହିଛି। ସପ୍ତାହକ ମଧ୍ୟରେ ଦେଶରେ ପଜିଟିଭିଟି ହାର ୪୫ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି। ଯେଉଁଭଳି ଭାବରେ ହଠାତ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଛି ଆଗାମୀ ଦିନରେ ଦେଶରେ ପୁଣିଥରେ ଲକଡାଉନ ନିୟମ ଲାଗୁ ହୋଇପାରେ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ କରୋନା ନିୟମରେ କୋହଳ ଏବଂ ୟୁରୋ କପ୍ ପାଇଁ ବ୍ରିଟନରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏବେ ହାରାହାରି ପ୍ରତି ୯୫ ଜଣରେ ଜଣେ ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି।

ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ କରୋନାର ଡେଲଟା ଭାରିଆଣ୍ଟ ହେତୁ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ସଂକ୍ରମଣ ମାମଲା ଅଧିକ ଏବଂ ବୃଦ୍ଧି ପାଉଛି କିନ୍ତୁ ସେହି ଅନୁଯାୟୀ କୋଭିଡ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ। ଲୋକେ ଟିକା ନେଇଛନ୍ତି। ଏହା କରୋନା ବିରୁଦ୍ଧରେ ପ୍ରଭାବଶାଳୀ ରହିଛି। ହେଲେ ହଠାତ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି।

ଲଂଲଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ୟୁରୋପିଆନ୍ ଦେଶ ବୁଲଗେରିଆ ବ୍ରିଟେନବାସୀଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛି। ବୁଲେଗେରିଆ ବ୍ୟତୀତ ସ୍ପେନ୍, ଫିଜି, ସାଇପରସ ଏବଂ କୁୁଏତ ମଧ୍ୟ ରୋକ୍ ଲଗାଇଛି।

The post ୬ ମାସ ପରେ ବ୍ରିଟେନରେ ଦୈନିକ ସଂକ୍ରମିତ ୫୦ ହଜାର ଟପିଲା appeared first on Odisha Reporter.



from Odisha Reporter https://ift.tt/36Mw6Ic

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages