ପେକ୍ସ ସଂପାଦକଙ୍କ ଘରେ ଭିଜିଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 15, 2021

ପେକ୍ସ ସଂପାଦକଙ୍କ ଘରେ ଭିଜିଲାନ୍ସ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପେକ୍ସ ସଂପାଦକଙ୍କ ଘରେ ଭିଜିଲାନ୍ସ ରେଡ୍ । ବଲାଙ୍ଗିର ସାଲେପାଲି ପେକ୍ସ ସଂପାଦକ ମସୁତ୍ ମହମ୍ମଦଙ୍କ ଘରେ ଏହି ରେଡ୍ ହୋଇଥିବା ସୂଚନା ମିଳିଛି ।  ସଂପାଦକଙ୍କ ବଲାଙ୍ଗିର ସାଲେପାଲିଠାରେ ଥିବା ଘର ଏବଂ ଡୁବୁଲା ପେକ୍ସ ଅଫିସରେ ଏକକାଳୀନ ଚଢଉ ଜାରି ରହିଛି ।

ଚଢଉରେ ବଲାଙ୍ଗିର, ସୋନପୁର, ବରଗଡ ଏଂ ସମ୍ବଲପୁରର ଭିଜିଲାନସ ଡିଭିଜନର ଟିମ୍‌ ସାମିଲ ଅଛନ୍ତି । ପେକ୍ସ ସଂପାଦକଙ୍କ ବାସଭବନ, ବ୍ୟାଙ୍ଗ ଆକାଉଣ୍ଟ, ସ୍ଥାବର ଅସ୍ଥାବର ସଂପତ୍ତି ତନ୍ନ ତନ୍ନ କରି ଯାଞ୍ଚ କରୁଛି ଭିଜିଲାନ୍ସ । ରେଡ୍ ପରେ ସମ୍ପତ୍ତିର ଆକଳନ କରାଯାଉଛି ।

ଭିଜିଲାନ୍ସ ଅଧିକାରୀ ଯାଞ୍ଚ କରୁଛନ୍ତି।

ଏନେଇ ଭିଜିଲାନ୍ସ ଅଧିକାରୀ ଦାଶରଥୀ ସେଠୀ କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସାଲେପାଲି ପେକ୍ସ ସଂପାଦକ ମସୁତ୍ ମହମ୍ମଦଙ୍କ ବାସ ଭବନ ଉପରେ ଚଢ଼ାଉ କରାଯାଇଛି । ମୋଟ ସମ୍ପତ୍ତି ଆକଳନ କରାଯାଉଛି। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

The post ପେକ୍ସ ସଂପାଦକଙ୍କ ଘରେ ଭିଜିଲାନ୍ସ appeared first on Odisha Reporter.



from Odisha Reporter https://ift.tt/3wHvWfV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages