ଭୋପାଳ: କୂଅରେ ପଡ଼ିଗଲେ ୩୨ ଜଣ ଲୋକ। ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଆହୁରି ୧୦ ଜଣ କୂଅ ଭିତରେ ଫସି ରହିଛନ୍ତି। ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୫୦ କିଲୋମିଟର ଦୂର ଗଞ୍ଜ ବସୋଡ଼ାରେ ଏହି ଦୁର୍ଘଟଣା ଘଟିଛି।
ଗୁରୁବାର କୂଅରେ ପଡ଼ି ଯାଇଥିବା ଜଣେ ବାଳକକୁ ଉଦ୍ଧାର କଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବାଳକଟିକୁ ଉଦ୍ଧାର କଲା ବେଳେ କୂଅର ଚାନ୍ଦିନୀ ଭୁଶୁଡ଼ି ପଡ଼ିଥିଲା। ମାତ୍ରାଧିକ ଲୋକଙ୍କ ଓଜନ ସମ୍ଭାଳି ନପାରି କୂଅର ଚାନ୍ଦିନୀ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।
ଉଦ୍ଧାର ହୋଇଥିବା ୧୯ ଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସ୍ପିଙ୍କ ସମେତ ଆହୁରି ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି।
ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଏହା ଉପରେ ନଜର ରଖିଛନ୍ତି ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ଯୋଗେଯୋଗରେ ଅଛନ୍ତି। ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହା ସହିତ ଆହତ ଲୋକଙ୍କୁ ମାଗଣାରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
राज्य शासन के प्रतिनिधि के तौर पर विदिशा के प्रभारी मंत्री श्री @VishvasSarang जी रात भर घटनास्थल पर मौजूद रहे, उनकी देखरेख में बचाव दल फँसे हुए लोगों को बचाने में जुटे हुए हैं।
घटनास्थल पर कमिश्नर, आईजी, कलेक्टर, एसपी, एनडीआरएफ, एसडीआरएफ की टीम लोगों को मदद पहुंचा रही है।
— Shivraj Singh Chouhan (@ChouhanShivraj) July 16, 2021
The post କୂଅରେ ପଡ଼ିଗଲେ ୩୨ ଲୋକ appeared first on Odisha Reporter.
from Odisha Reporter https://ift.tt/3kuAVON
No comments:
Post a Comment