ଅକ୍ଟୋବର-ନଭେମ୍ୱରରେ ତୃତୀୟ ଲହର ପିକରେ ପହଞ୍ଚିପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ଅକ୍ଟୋବର-ନଭେମ୍ୱରରେ ତୃତୀୟ ଲହର ପିକରେ ପହଞ୍ଚିପାରେ

ନୂଆଦିଲ୍ଲୀ: ଦେଶରେ କୋଭିଡର ଦ୍ୱିତୀୟ ଲହର ଏବେ ଦୁର୍ବଳ ହୋଇଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ହଜାରେ ତଳେ ରହିଥିବା ବେଳେ ସଂକ୍ରମିତ ସଂଖ୍ୟା ୫୦ ହଜାର ତଳେ ରହିଛି। ଆକ୍ଟିଭ୍ କେସ୍ ମଧ୍ୟ ୫ ଲକ୍ଷ ତଳେ ରହିଛି। ଏହାରି ଭିତରେ ଦେଶର ବୈଜ୍ଞାନିକ ମାନେ କୋଭିଡର ତୃତୀୟ ଲହରକୁ ନେଇ ଆକଳନ କରିଛନ୍ତି। ଅକ୍ଟୋବର ଏବଂ ନଭେମ୍ୱର ବେଳକୁ କୋଭିଡର ତୃତୀୟ ଲହର ପିକରେ ରହିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।

ଦେଶରେ କରୋନା ସଂକ୍ରମଣ ଉପରେ ନଜର ରଖୁଥିବା ସରକାରୀ ପ୍ୟାନେଲର ବୈଜ୍ଞାନିକ କହିଛନ୍ତି ଯଦି କରୋନା ନିୟମ ଠିକ୍ ଭାବରେ ପାଳନ ନହୁଏ ତେବେ ଅକ୍ଟୋବର-ନଭେମ୍ବର ମଧ୍ୟରେ କରୋନାର ତୃତୀୟ ଲହର ପିକରେ ପହଞ୍ଚିପାରେ। ତେବେ ସେ କିନ୍ତୁ କହିଛନ୍ତି ଦ୍ୱିତୀୟ ଲହର ଭଳି ତୃତୀୟ ଲହର ଏତେ ଭୟାନକ ହେବାର ସମ୍ଭାବନା କମ୍।

ତୃତୀୟ ଲହର ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ପିକରେ ପହଞ୍ଚିପାରେ। ସଂକ୍ରମିତ ସଂଖ୍ୟା ଦେଢ଼ ଲକ୍ଷରୁ ରୁ ୨ ଲକ୍ଷ ମଧ୍ୟରେ ବୃଦ୍ଧି ହୋଇପାରେ। ଏହା ସହିତ ସେ କହିଛନ୍ତି ଯେ ତୃତୀୟ ଲହର ସମୟରେ ହସ୍ପିଟାଲରେ ଚିକିତ୍ସାଧୀନ ସଂଖ୍ୟା କମ୍ ହୋଇପାରେ। ତେବେ ଏହି ସମୟରେ କୋଭିଡ ସଂକ୍ରମଣ ନୂଆ ବିପଦ ଆଣିପାରେ। ସେ କହିଛନ୍ତି ଯେ ଯଦି କୋଭିଡର ନୂଆ ଭାରିଆଣ୍ଟ ଆସିବ ତାହେଲେ ତୃତୀୟ ଲହରକୁ ବଳ ଯୋଗାଇପାରେ।

ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଗାଣିତିକ ମଡେଲ ସୂତ୍ରରୁ କରୋନାର ତୃତୀୟ ଲହର ବାବଦରେ ଆକଳନ କରିଛନ୍ତି। ତାଙ୍କ ଗାଣିତିକ ମଡେଲ ଅନୁସାରେ ଅକ୍ଟୋବର ପ୍ରଥମ ସପ୍ତାହରୁ କରୋନାର ତୃତୀୟ ଲହର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତାଙ୍କ କହିବାନୁସାରେ, ନଭେମ୍ବର ୧ ରୁ ସଂକ୍ରମଣର ବେଗ ଅଧିକ ରହିବ। କିନ୍ତୁ ନଭେମ୍ବର ୧୫ସୁଦ୍ଧା ସଂକ୍ରମିତ ଲୋକଙ୍କ ଗ୍ରାଫ ତଳକୁ ଆସିବା ଆରମ୍ଭ କରିବ।

ତୃତୀୟ ଲହର ଦ୍ୱିତୀୟ ଅପେକ୍ଷା ଅଧିକ ବିପଜ୍ଜନକ ହେବ ନାହିଁ। କିନ୍ତୁ ଶାରୀରିକ ଦୂରତା ନିୟମ ନମାନିଲେ, ମାସ୍କ ନପିନ୍ଧିଲେ ଏବଂ ଭାଇରସର  ନୂଆ ଭାରିଆଣ୍ଟ ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ସେ ଆକଳନ କରିଛନ୍ତି।

The post ଅକ୍ଟୋବର-ନଭେମ୍ୱରରେ ତୃତୀୟ ଲହର ପିକରେ ପହଞ୍ଚିପାରେ appeared first on Odisha Reporter.



from Odisha Reporter https://ift.tt/3dJZy5A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages