ସୁସ୍ଥ ହେଉଛନ୍ତି ମହାପ୍ରଭୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ସୁସ୍ଥ ହେଉଛନ୍ତି ମହାପ୍ରଭୁ

ପୁରୀ(ଓଡ଼ିଶା ରିପୋର୍ଟର) ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି ଦଶମୂଳ ମୋଦକ।  ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ସୋମବାର ଏକଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଏହି ଦଶମୂଳ ।

ଏହା ପରେ ଶ୍ରୀଜିଉ ସୁସ୍ଥ ହେବେ । ଦଶମୀ ତିଥିରେ ମହାପ୍ରଭୁ ଚକାକୁ ବିଜେ କରିବେ । ମଧ୍ୟାହ୍ନ ଧୂପ ନୀତି ପରେ ପଣା ଚକଟା ଭୋଗ ସହ ଚକା ବିଜେ ନୀତି କରାଯିବ ।  ଜୁଲାଇ ୯ରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ସହ ନବଯୌବନ ଦର୍ଶନ ।

ଜୁଲାଇ ୧୦ ଓ ୧୧ ଦୁଇ ଦିନ ଧରି ଉଭା ଯାତ୍ରା ପରେ ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।  ଏପଟେ ତିନି ରଥର ନିର୍ମାଣ କାର୍ଯ୍ୟ ବି ପ୍ରାୟ ସରି ଆସିଲାଣି  । ଏବେ ରଥର ପ୍ରଭା, ବେଦୀ ଓ ସିଂହାସନ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।  ଚିତ୍ରକର ଏବଂ ରୂପକାର ସେବାୟତ ସୌନ୍ଦଯର୍ୟକରଣରେ ଲାଗିଛନ୍ତି।

The post ସୁସ୍ଥ ହେଉଛନ୍ତି ମହାପ୍ରଭୁ appeared first on Odisha Reporter.



from Odisha Reporter https://ift.tt/3dCDutN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages