‘ତୁମ ସହ ବିତାଇଥିବା ପ୍ରତି ମୁହୂର୍ତ୍ତ ରୋମାଞ୍ଚରେ ଭରା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

‘ତୁମ ସହ ବିତାଇଥିବା ପ୍ରତି ମୁହୂର୍ତ୍ତ ରୋମାଞ୍ଚରେ ଭରା’

ମୁମ୍ବାଇ: “ତୁମ ସହ ବିତାଇଥିବା ପ୍ରତି ମୁହୂର୍ତ୍ତ ରୋମାଞ୍ଚରେ ଭରା। ତାହା ଆନିଭର୍ସରି ହେଉ ବି ଭାଲେଣ୍ଟାଇନ୍‌ ମୋର ସବୁ କ୍ଷଣକୁ ତୁମେ ଯାଦୁରେ ଭରି ଦେଇଛ।  ସ୍ପେନର ଏକ ଛୋଟ ଜଙ୍ଗଲରେ ଥିବା ଝରଣା ନିକଟରେ ଆମ ବାହାଘର ହେଉ ବା ଘର ହେଉ ତୁମ ସହ ବିତାଇଥିବା ପ୍ରତିଟି ମୂହୂର୍ତ୍ତ ମୋ ପାଇଁ ମୂଲ୍ୟବାନ । ତୁମେ ମୋ ଅସ୍ତିତ୍ୱ, ମୋ ଆକାଶ । ତୁମ ସହ ପାଦରେ ପାଦ ମିଶାଇ ଆଗକୁ ବଢ଼ି ଚାଲିବି। ତୁମ ସହ ବଞ୍ଚିଥିବା ପ୍ରତି ମୁହୂର୍ତ୍ତ ପାଇଁ ତୁମ ନିକଟରେ ମୁଁ  ଆଭାରୀ।”

ଏପରି ଇମୋସନାଲ ପୋଷ୍ଟ କରି ପତି ମିଲିନ୍ଦ ସୋମନଙ୍କୁ ୩ୟ ବିବାହ ବାର୍ଷିକୀର ଶୁଭେଚ୍ଛା ଜଣାଇଛନ୍ତି ଅଙ୍କିତା କୋବେର।  ୫୨ ବର୍ଷୀୟ ମିଲିନ୍ଦି ଯେତେବେଳେ ୨୬ ବର୍ଷୀୟା ଅଙ୍କିତାଙ୍କୁ ବିବାହ କଲେ, ସେତେବଳେ ଉଭୟଙ୍କୁ ନେଇ ବି-ଟାଉନ୍‌ ତଥା ମିଡିଆରେ ଚର୍ଚ୍ଚା ଖୁବ୍‌ ଜୋର ଧରିଥିଲା। ଉଭୟଙ୍କ ମଧ୍ୟରେ ଥିବା ବୟସ ତାରତମ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲେ ବି ଉଭୟଙ୍କ ମଧ୍ୟରେ ଭଲ ପାଇବା କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଥିଲା।

milind-soman-with-wife-1

ମିଲିନ୍ଦ ମଧ୍ୟ ଅଙ୍କିତାଙ୍କ ସହ ଏକ ସୁନ୍ଦର ଫଟୋ ସେଆର କରି  ଏକ ଇମୋସନାଲ ପୋଷ୍ଟ ଲେଖିଛନ୍ତି। ବିବାହର ୩ ବର୍ଷ ଏକାଠି ବିତାଇଥିବାରୁ  ଅଙ୍କିତାଙ୍କୁ ଧନ୍ୟବାଦ ଜଣାଇବା ସହ ତୁମେ ସବୁବେଳେ ମନେ ପଡ଼ୁଛ ବୋଲି ପୋଷ୍ଟ କରିଛନ୍ତି।

ସବୁବେଳେ ୟଙ୍ଗ ସେନସେସନ ପାଲଟିଥିବା ଏହି କପଲ୍‌ଙ୍କ ବିବାହ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ଥିଲା। ୩ ଥର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏହି ଯୋଡ଼ି। ପ୍ରଥମେ ଆଲିବାଗ୍‌ରେ ପରସ୍ପରର ହାତ ଧରିବା ପରେ ଉଡ଼ିଯାଇଥିଲେ ସ୍ପେନ। ସେଠାରେ ଏକ ଝରଣା କୂଳରେ ବିବାହ ରଚାଇଥିବା ବେଳେ ଦେଶକୁ ଫେରିଥିଲେ। ଏହାପରେ ଦେଶର ସବୁଠୁ ଶେଷ ଗାଁରେ ପହଞ୍ଚି ବନ୍ଧୁବାନ୍ଧବ, ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଥିଲେ।

The post ‘ତୁମ ସହ ବିତାଇଥିବା ପ୍ରତି ମୁହୂର୍ତ୍ତ ରୋମାଞ୍ଚରେ ଭରା’ appeared first on Odisha Reporter.



from Odisha Reporter https://ift.tt/36wevUT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages