ମୁମ୍ୱାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ ବଢ଼ିଲା। ଇଡି ତାଙ୍କ ବିରୋଧରେ ବଟି ଆଦାୟ ମାମଲାର ତଦନ୍ତ କରୁଥିବା ବେଳେ ତାଙ୍କ ପୁୁଅ ସଲୀଲ ଦେଶମୁଖ ମଧ୍ୟ ବେଆଇନ୍ ଆର୍ଥିକ ନେଣଦେଣରେ ସାମିଲ ଥାଇପାରନ୍ତି ବୋଲି ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି। ଏକ ଜମି କିଣିବାକୁ ଯାଇ ଦେଶମୁଖଙ୍କ ପୁଅ ଆର୍ଥିକ ଠକେଇ କରିଥିବା ଇଡି ପ୍ରମାଣ ପାଇଥିବା ସୂଚନା ରହିଛି। ଯଦିଓ ଏହି ମାମଲାରେ ଇଡି ଅନୀଲ ଦେଶମୁଖଙ୍କୁ ଜବାବ ମାଗିଥିଲା ହେଲେ ସେ ଏହାର ଉତ୍ତର ରଖିନଥିବା ଜଣାପଡ଼ିଛି। ତେଣୁ ଇଡି ଏବେ ସଲୀଲଙ୍କୁ ସନ୍ଦେହ ଘେରକୁ ନେଇଛି।
ଅନୀଲ ଦେଶମୁଖଙ୍କ ପୁଅ ସଲିଲ ଦେଶମୁଖ ଜାତୀୟ ରାଜପଥ ୩୪୮ରେ ୧୫ଟି ପ୍ଲଟକୁ କିଣିଛନ୍ତି। ଏହି ପ୍ଲଟକୁ ପ୍ରିମିୟର ପୋର୍ଟ ଲିଙ୍କସ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ କିଣିଛି। ଯେଉଁଥିରେ ସଲୀଲ ଦେଶମୁଖଙ୍କର ଶେଆର ରହିଥିବା ଜଣାପଡ଼ିଛି। ‘ଟାଇମ୍ସ ଅଫ୍ ଇଣ୍ଡିଆ’ ଏହି ରିପୋର୍ଟ ପ୍ରକାଶ କରିଛି। ଆଉ ସଲିଲ ଜମି କିଣିଥିବା ନେଇ ସମସ୍ତ ଦସ୍ତାବିଜ ନିଜ ପାଖରେ ରଖିଛି ବୋଲି ସଂପୃକ୍ତ ମିଡିଆ ସଂସ୍ଥା ଦାବି କରିଛି। ଯେଉଁ ପ୍ଲଟକୁ ସଲୀଲ ଏହି କମ୍ପାନୀ ଜରିଆରେ କିଣିଛନ୍ତି ସେହି ପ୍ଲଟର ଦାମ ପ୍ରାୟ ୩୦୦ କୋଟି ଟଙ୍କା। ୮.୩ ଏକରର ଏହି ଜମି ଏନଏଚ ୩୪୮ରେ ପାଲାସପେ ଫାଟା ଠାରୁ ଜେଏନପିଟି ପର୍ଯ୍ୟନ୍ତ ରହିଛି। ଏହି ଜମିର ଗୋଟିଏ ଅଂଶ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ପାଖରୁ ମଧ୍ୟ କିଣାଯାଇଛି ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଏହି ଜମି କାରବାର ୨୦୦୬ ରୁ ୨୦୧୫ ମଧ୍ୟରେ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀ ରାମଦାସେଥ ଠାକୁରଙ୍କ ସମ୍ପର୍କୀୟ ଚନ୍ଦ୍ରଭଗା ପାଟିଲ କହିଛନ୍ତି ଯେ ଏହି ପ୍ଲଟଗୁଡିକ ଅନୀଲ ଦେଶମୁଖ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ବିକ୍ରି କରାଯାଇଥିଲା। ପ୍ରିମିୟର ପୋର୍ଟ ଲିଙ୍କ୍ ପ୍ରାଇଭେଟ ଲିମିଟେଡ୍ ନାମରେ ଏହି ଜମିର ପଞ୍ଜିକରଣ ହୋଇଛି। ଏହା ବ୍ୟତୀତ ଅନେକ ଚାଷୀ ସେମାନଙ୍କର ଜମି ବିକ୍ରି ମଧ୍ୟ କରିଛନ୍ତି। ଅଧିକାଂଶଙ୍କୁ ନଗଦ ଟଙ୍କା ପ୍ରଦାନ କରାଯାଇଛି।
The post ଇଡି ରାଡାରରେ ଅନୀଲଙ୍କ ପରେ ପୁଅ ସଲୀଲ, ୩୦୦ କୋଟିର ଘୋଟାଲା ! appeared first on Odisha Reporter.
from Odisha Reporter https://ift.tt/2VBvfrL
No comments:
Post a Comment