ଆହତ ଶୁବମନ ଗିଲ୍‌ଙ୍କ ବଦଳ ଖେଳାଳି ପଠାଇବାକୁ ବିସିସିଆଇର ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 7, 2021

ଆହତ ଶୁବମନ ଗିଲ୍‌ଙ୍କ ବଦଳ ଖେଳାଳି ପଠାଇବାକୁ ବିସିସିଆଇର ନା

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଆହତ ହୋଇଥିବା ଟିମ୍‌ ଇଣ୍ଡିଆର ଓପନର ଶୁବମନ ଗିଲଙ୍କ ସ୍ଥାନରେ କିଏ ଲଣ୍ଡନ ଗସ୍ତ କରିବେ, ତା’କୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗିଲ୍‌ଙ୍କ ବଦଳରେ କୌଣସି ଖେଳାଳିଙ୍କୁ ଇଂଲଣ୍ଡ ପଠାଯିବ ନାହିଁ ବୋଲି ବିସିସିଆଇ ଟିମ୍‌ ମ୍ୟାନେଜମେଣ୍ଟଙ୍କୁ ଜଣାଇ ଦେଇଛି।

ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ର ଖେଳାଳି ଚୟନ ସ୍କ୍ୱାଡରେ ଯାଇଥିବା ୨୩ ଜଣଙ୍କ ମଧ୍ୟରୁ କରିବାକୁ ବିସିସିଆଇ ବିରାଟ ଆଣ୍ଡ କୋଙ୍କୁ ଅବଗତ କରାଇଛି।

ବିସିସିଆଇ ସୂତ୍ରରେ କୁହାଯାଇଛି , ପୃଥ୍ୱୀ ଶ’ଙ୍କ ନାଁକୁ ଇଂଲଣ୍ଡ ଗସ୍ତ କରିଥିବା ୨୪ ଜଣିଆ ସ୍କ୍ୱାଡ ପାଇଁ ବିଚାରକୁ ନିଆଯାଇ ନଥିଲା। ଏବେ କେମିତି ଏଥିରେ ପରିବର୍ତ୍ତନ ହେବ? ଏହା ସତ ଯେ ଦେବଦତ୍ତ ପାଡ୍ଡିକଲ ଜଣେ ଦକ୍ଷ ଖେଳାଳି। କିନ୍ତୁ ତାଙ୍କୁ ଏପରି ସ୍ଥିତିରେ ଇଂଲଣ୍ଡ ପଠା ଯାଇପାରିବ ନାହିଁ। ତାଙ୍କ ସମୟ ଆସିଲେ ସେ ଭାରତୀୟ ଟେଷ୍ଟ ଟିମ୍‌ରେ ସାମିଲ ହେବେ। ତେଣୁ ଟିମ ମ୍ୟାନେଜମେଣ୍ଟ ୨୩ ଜଣ ଖେଳାଳିଙ୍କ ମଧ୍ୟରୁ ୧୧ ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରୁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଏଥିସହ ଆହତ ଗିଲଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଇଛି।

ଭାରତୀୟ ଟିମର ମ୍ୟାନେଜର ଇ-ମେଲ ଜରିଆରେ ଶୁବମନ ଗିଲଙ୍କ ବଦଳ ଖେଳାଳି ଯୋଗାଇ ଦେବାକୁ କହିଥିଲେ। ଜୁନ୍‌ ୨୮ରେ ଜାତୀୟ ଚୟନକର୍ତ୍ତା କମିଟିର ମୁଖ୍ୟ ଚେତନ ଶର୍ମା ଏହାକୁ ଗ୍ରହଣ କରିଥିଲେ। ତେବେ ମିଡିଆ ରିପୋର୍ଟିଂ କରିବା ପରେ ହିଁ ଇ-ମେଲ ସମ୍ପର୍କରେ ଖବର ସାମ୍ନାକୁ ଆସିଥିଲା। ଏହାପୂର୍ବରୁ ବିସିସିଆଇ ଏହା ଉପରେ ନୀରବତା ଅବଲମ୍ବନ କରିଥିଲା।

ଅନ୍ୟପକ୍ଷରେ ଗିଲ୍ ଆହତ ହୋଇଥିବାରୁ ରୋହିତ ଶର୍ମାଙ୍କ ସହ ମୟଙ୍କ ଅଗ୍ରୱାଲ ହିଁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଇନିଂସ ଆରମ୍ଭ କରିବେ। ସେହିପରି ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ଖେଳାଳିମାନେ ଜୁଲାଇ ୨୦ରୁ କାଉଣ୍ଟି ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳିବେ। ଏଥିସହ ସ୍କାଡରେ ଥିବା ଖେଳାଳିମାନେ ନିଜ ନିଜ ମଧ୍ୟ ଭାଗବଣ୍ଟା ହୋଇ ଅଭ୍ୟାସ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି।

The post ଆହତ ଶୁବମନ ଗିଲ୍‌ଙ୍କ ବଦଳ ଖେଳାଳି ପଠାଇବାକୁ ବିସିସିଆଇର ନା appeared first on Odisha Reporter.



from Odisha Reporter https://ift.tt/3Ayfn9v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages