ଶ୍ରୀନଗର: ଆକ୍ସନ ମୋଡରେ ଏନ୍ଆଇଏ। ଆଇଏସ୍ଆଇଏସ୍ ଲିଙ୍କ ଟେରର୍ ଫଣ୍ଡି ମାମଲାରେ ଜମ୍ମୁ-କାଶ୍ମୀରର ୯ଟି ସ୍ଥାନରେ ଏନ୍ଆଇଏ ଆଜି ସକାଳୁ ଚଢ଼ାଉ କରିଛି। ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସମ୍ପର୍କ ଥିବା ଅଭିଯୋଗରେ ଏନଆଇଏ ଝଅ ଜଣଙ୍କୁ ଗିରଫ କରିଛି। ଅନନ୍ତନାଗର ଚାରୋଟି ସ୍ଥାନରୁ ୫ ଜଣ ଏବଂ ଶ୍ରୀନଗରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ସୂଚନା ମୁତାବକ ମିଳିଛି ଯେ ଏହି ୬ଜଣ ସନ୍ଧିଗ୍ଧ ବ୍ୟକ୍ତି ଆଫଗାନିସ୍ତାନ ଯିବାକୁ ଚେଷ୍ଟା କରୁଥିଲେ। ଦାରୁଲ ଉଲୁମ୍ ଇନ୍ଷ୍ଟିଚୁୁ୍ୟଟ୍ ଉପରେ ମଧ୍ୟ ଏନ୍ଆଇଏ ଚଢ଼ାଉ କରିଛି। ଲାପଟପ୍ ସମେତ ଅନେକ ଡକ୍ୟୁମେଣ୍ଟ ଜବତ କରିଛି ଅନୁସନ୍ଧାନକାରୀ ସଂସ୍ଥା। ଦାରୁଲ ଉଲୁମ ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ମଧ୍ୟ ଗିରଫ କରାଯାଇଛି।
ଆଇଏସର ଟେରର୍ ମାଗାଜିନକୁ ଭିତ୍ତି କରି ଏହି ଚଢଉ କରାଯାଇଛି। ଏହି ମାଗାଜିନର ଏବେସୁଦ୍ଧା ୧୭ଟି ସଂସ୍କରଣ ଛପାଯାଇ ସାରିଛି। ଦୁର୍ଦ୍ଦଶ ଆତଙ୍କବାଦୀ ସଙ୍ଗଠନ ଆଇଏସର ଏହି ମାଗାଜିନରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଓ ମାଳଦ୍ୱୀପ ବାବଦରେ ଉଲ୍ଲେଖ ରହିଛି । କୁହାଯାଉଛି ଯେ, ପୂର୍ବରୁ ଏହି ମାଗାଜିନ ଆଫଗାନିସ୍ଥାନରେ ଛପା ଯାଉଥିଲା। କିନ୍ତୁ ଏବେ ଦିଲ୍ଲୀ ଓ ଜମ୍ମୁ-କାଶ୍ମୀରରେ ଏହା ଛପାଯାଉଛି।
ଚଢ଼ାଉର ଦିନକ ପୂର୍ବରୁ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଘଟଣାରେ ଜମ୍ମୁ-କଶ୍ମୀର ପ୍ରଶାସନ ୧୧ ଜଣ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୨ ଜଣ କନଷ୍ଟେବଲ, ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟଦ ସଲାଉଦ୍ଦିନର ଦୁଇ ପୁଅ ଓ କିଛି ଶିକ୍ଷକ ରହିଛନ୍ତି। ଏହି ୧୧ ଜଣ କର୍ମଚାରୀ ଆତଙ୍କବାଦୀଙ୍କ ଓଭର ଗ୍ରାଉଣ୍ଡ ୱାର୍କର୍ସ ବା ସହଯୋଗୀ ଭାବେ ଜମ୍ମୁ-କଶ୍ମୀରରେ କାମ କରୁଥିଲେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
Visuals from Anantnag: NIA raids underway at multiple locations in Jammu and Kashmir. pic.twitter.com/njWgje2Y1Q
— ANI (@ANI) July 11, 2021
The post ISIS ଲିଙ୍କ, ଜମ୍ମୁ-କାଶ୍ମୀରର ୯ଟି ସ୍ଥାନରେ ଏନ୍ଆଇଏର ଚଢ଼ାଉ appeared first on Odisha Reporter.
from Odisha Reporter https://ift.tt/3AMPy5A
No comments:
Post a Comment