ରାଜଧାନୀରେ ଟ୍ରେନିଂ ଏବଂ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମକୁ ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 10, 2021

ରାଜଧାନୀରେ ଟ୍ରେନିଂ ଏବଂ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମକୁ ଅନୁମତି

ନୂଆଦିଲ୍ଲୀ: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାରି ଭିତରେ ଅନ୍‌ଲକ୍‌-୭ରେ ଅନେକ ଜିନିଷକୁ ଅନୁମତି ଦେଇଛନ୍ତି ସରକାର।

ଦିଲ୍ଲୀ ସରକାର ଅନ୍‌ଲକ୍‌-୭ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଏଥିରେ ପୁଲିସ, ସେନା ଟ୍ରେନିଂ କିମ୍ବା ଅନ୍ୟ କୌଣସି ସଂସ୍ଥାର ଟ୍ରେନିଂ ଉପରେ ଆଉ ରୋକ ଲାଗିବ ନାହିଁ। କର୍ମଚାରୀ ଏବଂ ସ୍କୁଲ କଲେଜ ସହ ଜଡିତ ଟ୍ରେନିଂ ମଧ୍ୟ ଏଥିରେ ସାମିଲ ଅଛି।

ସେହିପରି ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମ ଆୟୋଜନକୁ ମଧ୍ୟ ଅନୁମତି ମିଳିଛି। ସ୍କୁଲ-କଲେଜର କୌଣସି କାର‌୍ୟ୍ୟକ୍ରମ ଆଦି ହୋଇପାରିବ। ସ୍କୁଲ-କଲେଜର ଅଡିଟୋରିୟମ ଶିକ୍ଷା ସମ୍ବନ୍ଧୀୟ ଟ୍ରେନିଂ କିମ୍ବା ବୈଠକ ପାଇଁ ୫୦ ପ୍ରତିଶତ କ୍ଷମତାରେ ଖୋଲିପାରିବ। ତେବେ ଏହି ସମୟରେ କରୋନା ଗାଇଡ୍‌ଲାଇନ୍ କଡାକଡି ରୂପେ ପାଳନ କରିବାକୁ କୁହାଯାଇଛି।

ଅନ୍ୟପଟେ ଏବେବି ସ୍କୁଲ, କଲେଜ ଶିକ୍ଷା ସଂସ୍ଥାରେ କୋଚିଂ ବନ୍ଦ ରହିଛି। କେବଳ ଅନ୍‌ଲାଇନ୍ କ୍ଲାସ ପାଇଁ ଅନୁମତି ଦିଆଯାଇଛି। ସାମାଜିକ, ରାଜନୈତିକ, ଖେଳ, ମନୋରଂଜନ, ସାଂସ୍କୃତିକ, ଧାର୍ମିକ ଆଦି ସମ୍ବନ୍ଧିତ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି। ସେହିପରି ସୁଇମିଂ, ସ୍ପା, ସିନେମା, ଥିଏଟର, ମଲ୍ଟିପ୍ଲେକ୍ସ, ପାର୍କ, ପୂର୍ବଭଳି ବନ୍ଦ ରହିଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ଏବେ ଦୈନିକ ୧୦୦ରୁ କମ ମାମଲା ସାମ୍ନାକୁ ଆସୁଛି। ଶନିବାର ୭୬ଟି କେସ୍ ସାମ୍ନାକୁ ଆସିଥିଲା। କେବଳ ଜଣେ ଆକ୍ରାନ୍ତ ପ୍ରାଣ ହରାଇଥିଲେ।

The post ରାଜଧାନୀରେ ଟ୍ରେନିଂ ଏବଂ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମକୁ ଅନୁମତି appeared first on Odisha Reporter.



from Odisha Reporter https://ift.tt/3i0Hc1s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages