କାବୁଲ: ବିପଦରେ ଆଫଗାନିସ୍ତାନର ପ୍ରସିଦ୍ଧ ଗାୟକ ତଥା ଅଭିନେତା ଆର୍ଯ୍ୟନ ଖାନ। ନିକଟରେ ଏକ ଗୀତକୁ ନେଇ ତାଙ୍କ ଅଡୁଆ ବଢ଼ିଛି। ତାଙ୍କୁ ଜୀବନରେ ମାରିଦେବାକୁ ମିଳୁଛି ଧମକ। ସେ ନିଜେ ଏଭଳି ଅଭିଯୋଗ ଆଣିଛନ୍ତି।
ଆଫଗାନୀ ସିଙ୍ଗର ଆର୍ଯ୍ୟନଙ୍କ କହିବା ମୁତାବକ, ତାଙ୍କୁ ହତ୍ୟା ଧମକ ଆସୁଛି। ତାଲିବାନୀ ତାଙ୍କୁ ମାରିଦେବାକୁ ଧମକ ଦେଉଛନ୍ତି। ଏଥିପାଇଁ ସେ ଆନ୍ତର୍ଜାତୀୟ ମାନବ ସମ୍ବଳ ସୂଚନା ସଂଗଠନକୁ ନିଜର ଏବଂ ନିଜ ପରିବାରର ସୁରକ୍ଷା ଦାବି କରିଛନ୍ତି।
ଲୋକତନ୍ତ୍ରକୁ ଏବଂ ଆଫଗାନ ସେନାକୁ ସମର୍ଥନ କରିଥିବା ସେମାନେ କହୁଛନ୍ତି। କେବଳ ସେତିକି ନୁହେଁ ତାଲିବାନୀମାନେ ତାଙ୍କ ସହ ଦୁର୍ବ୍ୟବହାର କରିଛନ୍ତି। ଏପରିକି ତାଙ୍କର ଅନେକ ଡକ୍ୟୁମେଣ୍ଟ, ଲାପଟପ ଏବଂ ମୋଇବାଲ ଫୋନ ମଧ୍ୟ ଛଡାଇ ନେଇଥିବା ଆର୍ଯ୍ୟନ କହିଛନ୍ତି।
ସେ ଆହୁରି କହିଛନ୍ତି, ‘ଗୀତ ଗାଇବା ମୋ ପ୍ରଫେସନ। ମୁଁ ଗୀତ ଗାଇ ନିଜ ପରିବାର ପୋଷଣ କରେ। କିନ୍ତୁ ଅଶରଫ ଗନିଙ୍କ (ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି) ପାଇଁ ଗୀତ ଗାଇବା ମୋ ପାଇଁ ଡେଥ୍ ୱାରେଣ୍ଟ ସାଜିଛି। ଆମେ ନିଜ ମାତୃଭାଷାକୁ ହରାଇ ଦେଇଛୁ। ଏଥିସହ ଆମ ସ୍ୱାଧୀନତା ମଧ୍ୟ ଆମଠାରୁ ଛିନ୍ନ ହୋଇଛି। ମୁଁ ଏଭଳି ଏକ ଜାଲରେ ଫସିଛି ଯେଉଁଠି ମୋର ପ୍ରଫେସନର କୌଣସି ଇଜ୍ଜତ ନାହିଁ।
ଆମେ ତାଲିବାନୀଙ୍କ ସହ ଲେଢ଼ଇ କରି କରି ଥକି ଗଲୁଣି। ଏବେ ଦେଶର ଅବସ୍ଥା ଆଉ ଦେଖି ହେଉନି। ଆମେ ସମସ୍ତେ ନିଜକୁ ଅସୁରକ୍ଷିତ ମଣୁଛି, ତେଣୁ ଏବେ ନିଜକୁ ସୁରକ୍ଷିତ କରିବାକୁ ହେବ। ଜଣେ ଆଫଗାନୀ କଳାକାର ଏବଂ ପପ୍ ସିଙ୍ଗରଙ୍କ ପାଖରେ ଆଉ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। କାରଣ ଗୀତ ଗାଇବା ହିଁ ତା’ର ପେଶା। କିନ୍ତୁ ଏବେ ତାଲିବାନର ସ୍ପିକର ଆଫଗାପନିସ୍ତାନରେ ସିନେମା, ଥିଏଟର, ଗୀତ ଗାଇବା ଏବଂ ମ୍ୟୁଜିକ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ତେଣୁ ଏବେ କେବଳ ମାନବ ସମ୍ବଳ ସୂଚନା ସଂଗଠନର ସହାୟତାକୁ ଅପେକ୍ଷା ରହିଛି ବୋଲି ଆଫଗାନିସ୍ତାନ ସିଙ୍ଗର ଆର୍ଯ୍ୟନ କହିଛନ୍ତି।
ସୂଚନା ମୁତାବକ, ଅନେକ ଆଫଗାନବାସୀ ନିଜକୁ ସେଠାରେ ଆଉ ସୁରକ୍ଷିତ ମଣୁନାହାନ୍ତି। ତାଲିବାନୀ ଶାସନ ତାଙ୍କ ପାଇଁ ଶାସ୍ତି ପାଲଟିଛି। ନିଜ ସ୍ୱାଧୀନତା ହରାଇଥିବା ଅନେକ ଆଫଗାନବାସୀ କହୁଛନ୍ତି।
The post ବିପଦରେ ଆଫଗାନିସ୍ତାନ ସିଙ୍ଗର, ହତ୍ୟା ଧମକ appeared first on Odisha Reporter.
from Odisha Reporter https://ift.tt/2Y5JW7J
No comments:
Post a Comment