ମାନବବାଦ ସଂଗଠନର ଅମାନବୀୟ କାଣ୍ଡ, ୭ ଜଣଙ୍କ ନାଁରେ ମାମଲା ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 28, 2021

ମାନବବାଦ ସଂଗଠନର ଅମାନବୀୟ କାଣ୍ଡ, ୭ ଜଣଙ୍କ ନାଁରେ ମାମଲା ରୁଜୁ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା କଡ଼ବ ଗାଁରେ ବାପପୁଅଙ୍କୁ କୋଠଘରେ ପୂରାଇ ନିସ୍ତୁକ ମାଡ଼ ମରାଯିବା ଘଟଣାରେ ୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ସେମାନଙ୍କୁ ମାଡ଼ ମରାଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା।

ଆକ୍ରମଣର ଶିକାର ହୋଇଥିବା ମାଗୁଣି ନାୟକ ଗତକାଲି ବେଗୁନିଆ ଥାନାରେ ଏତଲା ଦେଇଥିଲେ।  ଏହା ପରେ ପୁଲିସ ୭ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

ଅଭିଯୋଗ ଅନୁଯାୟୀ, କଡ଼ବ ଗାଁର ମାଗୁଣି ନାୟକ ଓ ତାଙ୍କ ପୁଅଙ୍କୁ ମାନବବାଦ ସଂଗଠନର ସାମିଲ ହେବାକୁ କୁହାଯାଇଥିଲା। ହେଲେ ସେମାନେ ସଂଗଠନରେ ସାମିଲ ନ ହେବାରୁ ସେମାନଙ୍କୁ ନୃଶଂସ ଭାବେ ମାଡ଼ ମରାଯାଇଥିଲା। ବେଲ୍ଟରେ କିଛି ଯୁବକ ଉଭୟଙ୍କୁ ପିଟିଥିଲେ। ମାଡ଼ ମରାଯିବା ବେଳେ ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଥିଲା। ପରେ ସେହି ଭିଡିଓକୁ ସୋଶାଲ୍‌ ମିଡିଆରେ ଭାଇରାଲ୍‌ କରାଯାଇଥିଲା, ଯାହା ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି।

ପୂର୍ବରୁ ଏହି ମାନବବାଦୀ ସଂଗଠନ ପକ୍ଷରୁ କରଡ଼ଗାଡ଼ିଆ ଗାଁରେ ଜଣେ ଲୋକଙ୍କୁ ପିଟିପିଟି ମାରି ଦିଅଯାଇଥିବା ଅଭିଯୋଗ ହୋଇଥିଲା।  ସେହି ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିଥିଲା।

 

The post ମାନବବାଦ ସଂଗଠନର ଅମାନବୀୟ କାଣ୍ଡ, ୭ ଜଣଙ୍କ ନାଁରେ ମାମଲା ରୁଜୁ appeared first on Odisha Reporter.



from Odisha Reporter https://ift.tt/3gFe3t2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages