କରୋନାର ତୃତୀୟ ଲହର ସମ୍ଭାବନା କ୍ଷୀଣ: ଆଇଆଇଟି କାନପୁରର ପ୍ରଫେସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 22, 2021

କରୋନାର ତୃତୀୟ ଲହର ସମ୍ଭାବନା କ୍ଷୀଣ: ଆଇଆଇଟି କାନପୁରର ପ୍ରଫେସର

ନୂଆଦିଲ୍ଲୀ: ଅକ୍ଟୋବର ମାସ ସୁଦ୍ଧା ଦେଶରେ କରୋନର ତୃତୀୟ ଲହର ଆରମ୍ଭ ହୋଇପାରେ। ଗୃହ ମନ୍ତ୍ରାଳୟ ବିଶେଷଜ୍ଞ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏନେଇ ରିପୋର୍ଟ ପ୍ରଦାନ କରାଯାଇଛି। ଏହା ସହିତ ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି କମିଟି। ଅନ୍ୟପକ୍ଷରେ କାନପୁର ଆଇଆଇଟିର ଜଣେ ପ୍ରଫେସର ଦାବି କରିଛନ୍ତି ଯେ କରୋନାର ତୃତୀୟ ଲହର ଆସିବା ସମ୍ଭାବନା କ୍ଷୀଣ। ଆଉ ଯଦିବି ଆସିବ ତାହା ନଆସିବା ସହିତ ସମାନ ହେବ।

ଆଇଆଇଟି କାନପୁରର ଏହି ପ୍ରଫେସରଙ୍କ ନାଁ ମଣିନ୍ଦ୍ର ଅଗ୍ରୱାଲ। ସେ କହିଛନ୍ତି ଯେ କରୋନାର ତୃତୀୟ ଲହର ଆସିବା ସମ୍ଭାବନା ବହୁତ କମ୍। ଏହାର ମୁଖ୍ୟ କାରଣ ହେଉଛି, ବହୁ ମାତ୍ରାରେ ଟିକାକରଣ ହୋଇସାରିଛି।

ସେ ଆହୁରି କହିଛନ୍ତି, ୟୁପି, ବିହାର, ଦିଲ୍ଲୀ ଭଳି ରାଜ୍ୟ କରୋନା ମୁକ୍ତ ଆଡ଼କୁ ଅଗ୍ରସର ହେଉଛନ୍ତି। ଅକ୍ଟୋବର ସୁଦ୍ଧା ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ମଧ୍ୟପ୍ରଦେଶରେ କରୋନା ସକ୍ରିୟ ମାମଲା ୟୁନିଟ୍ ମାର୍କରେ ପହଞ୍ଚିବ। ଦ୍ୱିତୀୟ ଲହର ପରେ ଅଧିକାଂଶ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇଛି। ଏଥିସହିତ ଦ୍ରୁତ ଗତିରେ ଚାଲିଥିବା ଟିକାକରଣ ଅଭିଯାନର ପ୍ରଭାବ ମହାମାରୀକୁ ରୋକିବାରେ ସଫଳ ହୋଇଛି।

ତାଙ୍କ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ପର୍ଯ୍ୟନ୍ତ ଦେଶରେ କରୋନାର ଆକ୍ଟିଭ କେସ୍ ୧୫ ହଜାର ପାଖାପାଖି ରହିପାରେ। ଏହାର କାରଣ ହେଉଛି ତାମିଲନାଡୁ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ, ଆସାମ ଓ ଅରୁଣାଚଳ ସମେତ ଉତ୍ତର-ପୂର୍ବ ରାଜ୍ୟରେ ସଂକ୍ରମଣ।

ସୂଚନାଯୋଗ୍ୟ ପ୍ରଫେସର ଡକ୍ଟର ମଣିନ୍ଦ୍ର ଅଗ୍ରୱାଲ୍ କରୋନା ନେଇ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ ପରାମର୍ଶ ଦେଇ ସତର୍କ କରାନ୍ତି। ଏହା ପୂର୍ବରୁ ସେ ଦ୍ୱିତୀୟ ଲହରକୁ ନେଇ ଯେଉଁ ଦାବି କରିଥିଲେ, ତାହା ଠିକ୍ ପ୍ରମାଣିତ ହୋଇଥିଲା।

The post କରୋନାର ତୃତୀୟ ଲହର ସମ୍ଭାବନା କ୍ଷୀଣ: ଆଇଆଇଟି କାନପୁରର ପ୍ରଫେସର appeared first on Odisha Reporter.



from Odisha Reporter https://ift.tt/3kjzdOg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages