କାବୁଲ: ଦେଶବାସୀଙ୍କୁ ତାଲିବାନ ହାତରେ ଛାଡ଼ି ଦେଶ ଛାଡ଼ି ପଳାୟନ କରିଥିବା ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘନି ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ଏନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଏଥିସହ ସେ ଟଙ୍କା ଭର୍ତ୍ତି ବ୍ୟାଗ୍ କାର୍ ଓ ହେଲିକପ୍ଟରରେ ନେଇ ପଳାଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ଏପରିକି ଜାଗା ନ ହେବାରୁ ଟଙ୍କା ଭର୍ତ୍ତି କିଛି ବ୍ୟାଗ୍ ରନୱେରେ ଛାଡ଼ି ଚାଲି ଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ଏହା କେବଳ ଉଡ଼ା ଖବର ବୋଲି କହିଛନ୍ତି ଘନି।
ନିଜ ଅଫିସିଆଲ ପେଜ୍ରେ ଘନି କହିଛନ୍ତି, “ମୁଁ ଆଫଗାନିସ୍ତାନରେ ରହିଥିଲେ ରକ୍ତପାତ ହୋଇଯାଇଥାନ୍ତା। ତାଲିବାନୀ ମୋତେ ହଟାଇବାକୁ ସ୍ଥିର କରି କାବୁଲ ଆଡ଼େ ମାଡ଼ି ଆସୁଥିଲେ। କାବୁଲ ଓ ଏହାର ନାଗରିକଙ୍କ ଉପରେ ଆକ୍ରମଣ କରିବାକୁ ସେମାନେ ମାଡ଼ି ଆସୁଥିଲେ। ଏପରି ସ୍ଥିତିରେ ମୁଁ ଦେଶ ଛାଡ଼ିବାକୁ ବାଧ୍ୟ ହେଲି। ନଚେତ ୬୦ଲକ୍ଷ ଲୋକଙ୍କ ସହର କାବୁଲ ଓ ଏହାର ନାଗରିକଙ୍କୁ ଏହାର କୁପରିଣାମ ଭୋଗିବାକୁ ପଡ଼ିଥାନ୍ତା। ନିଜ ଜୀବନର ୨୦ ବର୍ଷ ଦେଇଥିବା ଦେଶ ଛାଡ଼ି ଚାଲି ଆସିବା ଏକ କଠୋର ନିଷ୍ପତ୍ତି ଥିଲା। ହେଲେ କାବୁଲ ଆଡ଼କୁ ମାଡ଼ି ଆସୁଥିବା ତାଲିବାନ ରାଷ୍ଟ୍ରପତି ଭବନରେ ପଶିବାକୁ ଯାଉଥିବା ବେଳେ ସେ ସମୟରେ ରକ୍ତପାତକୁ ରୋକିବାକୁ ଆଉ କିଛି ବିକଳ୍ପ ନ ଥିଲା।”
ଯେଉଁମାନେ ମୁଁ ଦେଶ ଛାଡ଼ି ପଳାଇଲି ବୋଲି କହୁଛନ୍ତି, ସେମାନେ ସମ୍ପୂର୍ଣ୍ଣ ସତ୍ୟ ଜାଣି ନାହାନ୍ତି ବୋଲି କହିଛନ୍ତି ଘନି। ମୁଁ ସେନା ହାତରେ ଦେଶର ଦାୟିତ୍ୱ ସମର୍ପଣ କରି ଆସିଥିଲି। ୨୫ ବର୍ଷ ତଳେ ଘଟିଥିବା ଘଟଣା ପୁଣି ଥରେ ଘଟିବାକୁ ଯାଉଛି ବୋଲି ସେ କହିଛନ୍ତି ।
ଟଙ୍କା ବ୍ୟାଗ୍ ଭର୍ତ୍ତି କରି ନେଇ ଯିବା ଘଟଣାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଘନି କହିବା ସହ ମୋ ଜୀବନର ସବୁଠୁ ବଡ଼ ସମ୍ପତ୍ତି ବହିକୁ ବି ସାଙ୍ଗରେ ଆଣିପାରି ନ ଥିବା କହିଛନ୍ତି ସେ । ଏପରିକି ବହୁ ଗୁପ୍ତ କାଗଜପତ୍ର ବି ଆଣି ନ ପାରି ରାଷ୍ଟ୍ରପତି ଭବନରେ ଛାଡ଼ି ଆସିଛି। ଯାହାର କି ଦୁରଉପଯୋଗ ହୋଇପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ଘନି। ମୁଁ କେବଳ ସାଲୱାର କମିଜ ଓ ୱେଷ୍ଟ କୋର୍ଟ ଛଡ଼ା ମୋ ସହ କିଛି ଆଣିନି ବୋଲି ନିଜ ଭିଡିଓ ମେସେଜରେ ସ୍ପଷ୍ଟ କରିଛନ୍ତି ଘନି।
ସୂଚନାଯୋଗ୍ୟ, ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିଥିଲା। ଏହି ସମୟରେ ଘନି ପରିବାର ସଦସ୍ୟଙ୍କ ସହ ଆଫଗାନ ଛାଡ଼ିଥିଲେ। ଘନି ଦେଶ ଛାଡ଼ିବା ପରେ କାଜିକିସ୍ତାନ ଯାଇଥିବା ପ୍ରଥମେ ଖବର ପ୍ରକାଶ ପାଇଥିଲା।ଏହାପରେ ଓମାନରେ ଥିବା କୁହାଯାଉଥିଲା। କିନ୍ତୁ ସେ ପରିବାର ସଦସ୍ୟଙ୍କ ସହ ୟୁଏଇରେ ଆତ୍ମଗୋପନ କରିଥିବା ସ୍ପଷ୍ଟ ହୋଇଛି। ୟୁଏଇ ସରକାର ମଧ୍ୟ ମାନବିକତା ଦୃଷ୍ଟିକୋଣରୁ ଘନି ଓ ତାଙ୍କ ପରିବାରକୁ ଦେଶରେ ସ୍ୱାଗତ କରିଥିବା କହିଛନ୍ତି।
ୟୁଏଇ ପକ୍ଷରୁ ଜାରି ସଂକ୍ଷିପ୍ତ ବିବୃତିରେ କୁହାଯାଇଛି ଯେ “ୟୁଏଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଅନ୍ତର୍ଜାତୀୟ କର୍ପୋରେସନ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ରାଷ୍ଟ୍ରପତି ଅଶରଫ ଘନି ଓ ତାଙ୍କ ପରିବାରକୁ ୟୁଏଇ ସରକାର ମାନବିକତା ଦୃଷ୍ଟିକୋଣରୁ ଦେଶରେ ସ୍ୱାଗତ କରିଛନ୍ତି।”
<iframe src=”https://ift.tt/3xZBsey; width=”560″ height=”315″ style=”border:none;overflow:hidden” scrolling=”no” frameborder=”0″ allowfullscreen=”true” allow=”autoplay; clipboard-write; encrypted-media; picture-in-picture; web-share” allowFullScreen=”true”></iframe>
The post ଦେଶରୁ ପୁଳା ପୁଳା ଟଙ୍କା ନେଇ ଯିବା ଘଟଣା ଉପରେ ମୁହଁ ଖୋଲିଲେ ଘନି appeared first on Odisha Reporter.
from Odisha Reporter https://ift.tt/3mgt5Ju
No comments:
Post a Comment