ବାଲୁଗାଁ (ଶକ୍ତି ପ୍ରସାଦ ମହାପାତ୍ର): ରୋଷେଇ ଗ୍ୟାସ ଟାଙ୍କି ଫାଟିଯିବାରୁ ୭ ଜଣ ପୋଡ଼ି ଯାଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ ଘଟିଛି ଏହି ଅଘଟଣ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ଏହା ପରେ ପାଖ ପଡ଼ୋଶୀରୁ ୬ ଜଣ ନିଆଁ ଲିଭାଇବାକୁ ଆସିଥିଲେ। ସେମାନେ ନିଆଁ ଲିଭାଇବାକୁ ପ୍ରୟାସ କଲା ବେଳେ ଗ୍ୟାସ୍ ଟାଙ୍କିଟି ଫାଟି ଯାଇଥିଲା। ଫଳରେ ସେଠାରେ ଉପସ୍ଥିତ ୭ ଜଣ ପୋଡ଼ି ଯାଇଛନ୍ତି।
ପୋଡ଼ି ହୋଇ ଗୁରୁତର ଥିବା ଲୋକଙ୍କ ମଧ୍ୟରେ ରବୀନ୍ଦ୍ର ପ୍ରଧାନଙ୍କ ପରିବାରରୁ ଜଣେ ଅଛନ୍ତି। ସମସ୍ତ ଗୁରୁତରଙ୍କୁ କଟକ ଓ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ଏହି ଘଟଣାରେ ଆଉ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।
ଗ୍ୟାସ୍ ଟାଙ୍କି ଫାଟି ଯିବା ଯୋଗୁ ଘରେ ନିଆଁ ଲାଗି ଯାଇଥିଲା। ବାଣପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
The post ରୋଷେଇ ଗ୍ୟାସ୍ ଟାଙ୍କି ଫାଟି ୭ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3AVB6r4
No comments:
Post a Comment