‘କାବୁଲରୁ ଉଦ୍ଧାର ପ୍ରକ୍ରିୟା ସବୁଠୁ ବଡ଼ ଚ୍ୟାଲେଞ୍ଜ, ଅରାଜକତା ହଟାଇବା ଅସମ୍ଭବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 20, 2021

‘କାବୁଲରୁ ଉଦ୍ଧାର ପ୍ରକ୍ରିୟା ସବୁଠୁ ବଡ଼ ଚ୍ୟାଲେଞ୍ଜ, ଅରାଜକତା ହଟାଇବା ଅସମ୍ଭବ’

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର କହିଛନ୍ତି ଯେ ସେ କାବୁଲରୁ ଯେଉଁଭଳି ଭାବରେ ଲୋକଙ୍କୁ ଉଦ୍ଧାର କରାଯାଉଛି ତାର ଚୂଡ଼ାନ୍ତ ଫଳାଫଳ କଣ ହେବ ସେ କହି ପାରିବେ ନାହିଁ। କିନ୍ତୁ ସମସ୍ତ ଆମେରିକୀୟଙ୍କୁ ଉଦ୍ଧାର କରାଯିବ। ପରିସ୍ଥିତି ଯେତେ ଚ୍ୟାଲେଞ୍ଜ ରହିଲେ ମଧ୍ୟ ସେ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି। ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଏତେ ବଡ଼ ଏୟାରଲିଫ୍ଟ ହେଉଛି ଯାହାକି ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ହ୍ୱାଇଟ୍ ହାଉସରୁ ସମ୍ୱୋଧିତ କରି ବାଇଡେନ ଏହା କହିଛନ୍ତି।

ଆମେରିକା ଦୀର୍ଘ୨୦ ବର୍ଷ ଧରି ଆଫଗାନିସ୍ତାନକୁ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ହେଲେ ଏବେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାର ପରିଣାମ କଣ ହେବ କହି ହେବ ନାହିଁ। ଏୟାରଲିଫ୍ଟ ବେଳେ ତାଲିବାନୀ ମାନେ ଚାରି ପାଖରେ ଘେରି ହୋଇ ରହୁଛନ୍ତି। ତେଣୁ ଉଦ୍ଧାର ବେଳେ କୌଣସି ପ୍ରକାର କ୍ଷତି ହେବନି ବୋଲି ସେ ଗ୍ୟାରେଣ୍ଟି ଦେଇ ପାରିବେ ନାହଁ ବୋଲି କହିଛନ୍ତି। ଯେଉଁ ଆମେରିକୀୟ ସ୍ୱଦେଶ ଫେରିବାକୁ ଇଚ୍ଛା ରଖିବେ ସମସ୍ତଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି। ଅଗଷ୍ଟ ୧୪ରୁ ଆଫଗାନିସ୍ତାନରୁ ୧୩ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜୁଲାଇରୁ ୧୮ ହଜାର ଲୋକଙ୍କୁ ଆମେରିକା ସେନା ଏୟାରଲିଫ୍ଟ କରି ଉଦ୍ଧାର କରିଛି। ସେହିପରି ହଜାର ହଜାର ଲୋକଙ୍କୁ ଆମେରିକା ସରକାର ଘରୋଇ ଚାର୍ଟର ବିମାନ ଦ୍ୱାରା ଉଦ୍ଧାର କରିଛନ୍ତି ବୋଲି ସେ କହିଛନ୍ତି।

ବାଇଡେନଙ୍କ ମତରେ ଆଫଗାନିସ୍ତାନରୁ ଅରାଜକତା ହଟାଇବା ଅସମ୍ଭବ। କାବୁଲରେ ଥିବା ଆମେରିକାର କର୍ମଚାରୀଙ୍କ ସୁରକ୍ଷିତ ରଖିବା ପାଇଁ ତାଲିବାନ ସହିତ ତାଙ୍କ ପ୍ରଶାସନ ନିରନ୍ତର ଯୋଗାଯୋଗରେ ଅଛି ବୋଲି ସେ କହିଛନ୍ତି।

ଇତି ମଧ୍ୟରେ ତାଲିବାନମାନେ ଆଫଗାନିସ୍ତାନ ଜେଲରେ ଥିବା ଆତଙ୍କବାଦୀଙ୍କୁ ମୁକ୍ତ କରିଛନ୍ତି। ତେଣୁ ଜେଲରୁ ବାହାରିଥିବା ଆଇଏଏସ ଆତଙ୍କବାଦୀ ଆକ୍ରମଣ କରିବାର ଆଶଙ୍କା ରହିଛି ବୋଲି କୁହାଯାଉଛି। ଏହାର ଜବାବ ଦେଇ ବାଇଡେନ କହିଛନ୍ତି ଆମେରିକା ସେନା ଉପରେ ଯଦି କୌଣସି ପ୍ରକାର ଆକ୍ରମଣ ହୁଏ ତାହେଲେ ଆମେରିକା ବରଦାସ୍ତ କରିବ ନାହିଁ। ଆମେରିକା ସମସ୍ତ ପ୍ରକାର ଜବାବ ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଏପ୍ରିଲରେ ଘୋଷଣା କରିଥିଲେ ଅଗଷ୍ଟ ୩୧ ସୁଦ୍ଧା ଆଫାଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବ। ଆମେରିକା ସେନା ପ୍ରତ୍ୟାହାର କରିବା ଦେଖି ଆଫଗାନିସ୍ତାନରେ ତାଲିବାନୀ ପୁଣି ସକ୍ରିୟ ହୋଇ ଉଠିଥିଲେ।

The post ‘କାବୁଲରୁ ଉଦ୍ଧାର ପ୍ରକ୍ରିୟା ସବୁଠୁ ବଡ଼ ଚ୍ୟାଲେଞ୍ଜ, ଅରାଜକତା ହଟାଇବା ଅସମ୍ଭବ’ appeared first on Odisha Reporter.



from Odisha Reporter https://ift.tt/3B1b1a8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages