ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାରର ହେବ ନବକଳେବର । ଶ୍ରୀମନ୍ଦିରର ସିଂହଦ୍ୱାର ଢାଞ୍ଚାରେ ଏହାର ପୁନଃ ନିର୍ମାଣ କରାଯିବ । ଫନି ପରଠରୁ ଲିଙ୍ଗରାଜ ମନ୍ଦିର କବାଟ ଭଙ୍ଗା ଅବସ୍ଥାରେ ପଡ଼ିଥିବା ବେଳେ ଏବେ ଏଏସଆଇ ପକ୍ଷରୁ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି।
ବିଏମସି କମିଶନର, ଏଏସଆଇ ସୁପରିଟେଣ୍ଡେଣ୍ଟ ଆଜି ସକାଳେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ବିଭିନ୍ନ ସ୍ଥାନର ଯାଞ୍ଚ କରିଥିଲେ। ଏହି ସମୟରେ ମନ୍ଦିରର ସେବାୟତ ନିଯୋଗ ସଦସ୍ୟ ଉପସ୍ଥିତ ଥିଲେ । ଲିଙ୍ଗରାଜ ମନ୍ଦିରର ମୁଖ୍ୟ ଦ୍ୱାରର କାମ ଆରମ୍ଭ ହୋଇଥିବା ବେଳେ ଦେଢ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ଫନି ପରଠାରୁ ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାର ଭାଙ୍ଗିଯାଇଥିବା ବେଳେ ଏହାକୁ ମରାମତି ପାଇଁ ସେବାୟତମାନେ ଦାବି କରିଆସୁଥିଲେ । କରୋନା କୋପ ଯୋଗୁ ମନ୍ଦିର ବନ୍ଦ ଥିବା ବେଳେ କାମ ଆରମ୍ଭ ହେଉ ନ ଥିଲା। ଏବେ ମନ୍ଦିର ଖୋଲାଯିବା ପରେ ତତ୍ପରତା ପ୍ରକାଶ କରିଛି ଏଏସଆଇ। ଏବେ ପ୍ରଭୁଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ଏପରି ସମୟରେ କିପରି ମରାମତି କାମ ସୁରୁଖୁରରେ ଚାଲିବ ତାକୁ ନେଇ ପ୍ରଶ୍ନବାଚୀ ଆରମ୍ଭ ହୋଇଛି।
ଏନେଇ ବିଏମ୍ସି କମିଶନର ସଞ୍ଜୟ ସିଂ କହିଛନ୍ତି, ଆଜି ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଓ ସେବାୟତଙ୍କ ସହ ମିଶି ମନ୍ଦିର ଭିତରେ କ’ଣ ସମସ୍ୟା ଅଛି ବୁଲି ଦେଖିଲୁ । କିପରି ଏହାର ମରାମତି କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହେଲା । ମନ୍ଦିରେ ବର୍ତ୍ତମାନ କାଠ କବାଟ କାମ ଚାଲିଛି। ପ୍ରଭୁଙ୍କ କୃପା ହେଲେ ସମସ୍ତଙ୍କ ସହଯୋଗରେ ପରେ ରୂପା କବାଟ ଲାଗିବ। ଏହାବାଦ ଶବିଶକ୍ତି ମନ୍ଦିର ଚାରିପଟେ ବାଡ଼ା ଦିଆଯିବ।
The post ପୁରୀ ସିଂହଦ୍ୱାର ଭଳି ହେବ ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାର appeared first on Odisha Reporter.
from Odisha Reporter https://ift.tt/3gCap2S
No comments:
Post a Comment