କାବୁଲ: ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନର ରାଜଧାନୀ କାବୁଲରେ ଘଟିଥିବା ସିରିଜ୍ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଟପିଛି। ଏବେ ବି ୧୫୦ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।
ୱାଲଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଗୁରୁବାର ସନ୍ଧ୍ୟାରୁ ବିଳମ୍ବିତ ରାତି ଯାଏ କାବୁଲ ଏୟାରପୋର୍ଟ ଓ ଏହାର ଆଖପାଖ ଅଞ୍ଚଳରେ ୪ଟି ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିସହ ଏୟାରପୋର୍ଟ ନିକଟସ୍ଥ ଗୋଟିଏ ହୋଟେଲ ନିକଟରେ ଗୁଳିମାଡ଼ ମଧ୍ୟ ହୋଇଛି।
ଏହି ହୋଟେଲକୁ ବ୍ରିଟିଶ ଫୋର୍ସ ବ୍ୟବହାର କରୁଥିଲେ। ବର୍ତ୍ତମାନ ସୁଦ୍ଧା କାବୁଲ ସିରିଜ ବିସ୍ଫୋରଣରେ ୯୦ ଜଣ ଆଫଗାନ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ସେହିପରି ହମଲାରେ ଆମେରିକା ସେନାର ୧୩ ଜଣ ଯବାନଙ୍କ ଜୀବନ ଯାଇଛି।
ତେଣୁ ଏଯାଏ ୧୦୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଆମେରିକାର ଆଉ ୧୮ ଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। କେବଳ ଆଫଗାନ ଓ ଆମେରିକା ସୈନ୍ୟ ନୁହନ୍ତି, ଅନେକ ବିଦେଶ ରାଷ୍ଟ୍ରର ଲୋକମାନେ ମଧ୍ୟ ମୃତାହତ ହୋଇଛନ୍ତି। ତେବେ ସେମାନଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ମିଳିପାରିନାହିଁ।
ଏହି ଘଟଣା ପାଇଁ ଆଇଏସ୍ର ଖୋରସାନ ସଂଗଠନ ନିଜକୁ ଦାୟୀ କରିବା ସହ ଆବେ ଗେଟ୍ ନିକଟରେ ଆତ୍ମଘାତୀ ହମଲା କରିଥିବା ଆତଙ୍କୀର ଫଟୋ ମଧ୍ୟ ଛାଡ଼ିଛି। ଏଥିସହ ଆଗକୁ ଆହୁରି ହମଲା ହେବ ବୋଲି ସଂଗଠନ କହିଛି। ସଂଗଠନର ଟାର୍ଗେଟରେ ଆମେରିକା ସୈନ୍ୟ ରହିଛନ୍ତି।
ଏହି ବିସ୍ଫୋରଣ ପରେ ମଧ୍ୟ ଏୟାରପୋର୍ଟରେ ଉଦ୍ଧାର ଅପେକ୍ଷାରେ ହଜାର ହଜାର ଲୋକ ଅପେକ୍ଷା କରି ରହିଛନ୍ତି। ଆମେରିକା ଠାରୁ ଆରମ୍ଭ କରି ବିଭିନ୍ନ ରାଷ୍ଟ୍ର ନିଜ ଦେଶର ନାଗରିକଙ୍କୁ ଏୟାରପୋର୍ଟ ଗେଟ୍ ନିକଟରୁ ଅନ୍ୟତ୍ର ଚାଲିଯିବାକୁ କହିଛନ୍ତି। ହେଲେ ତାଲିବାନ ଭୟରେ ହଜାର ହଜାର ଆଫଗାନ ନାଗରିକ ଏୟାରପୋର୍ଟର ଗେଟ୍ ଛାଡ଼ିବାକୁ ନାରାଜ। ତେଣୁ ଆଗକୁ ମଧ୍ୟ ବଡ଼ ବିପଦର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ଲୋକମାନେ ଭୟଭୀତ ଅଛନ୍ତି। ଘଟଣା ଅଙ୍ଗେ ନିଭାଇଥିବା ଲୋକମାନେ ସାହାଯ୍ୟ ପାଇଁ ସାରା ବିଶ୍ୱକୁ ନିବେଦନ କରିଛନ୍ତି। ଚାରିଆଡ଼େ କେବଳ କୋକୁଆ ଭୟ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ ଏହି ହମଲାକୁ ନେଇ ଆମେରିକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆକ୍ରମଣକାରୀଙ୍କୁ ଖୋଜିଖୋଜି ମାରିବୁ ବୋଲି କହିଛନ୍ତି। ଏଥିସହ ମୃତକଙ୍କ ସମ୍ମାନାର୍ଥେ ଆମେରିକାର ଜାତୀୟ ପତାକା ଅର୍ଦ୍ଧନର୍ମିତ ହେବ। ଦେଶରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ଆମେରିକାର ଜାତୀୟ ପିତାକା ଅର୍ଦ୍ଧନର୍ମିତ ହେବ।
The post କାବୁଲ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଟପିଲା, ଚାରିଆଡ଼େ ହାହାକାର appeared first on Odisha Reporter.
from Odisha Reporter https://ift.tt/3yjSowA
No comments:
Post a Comment