ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆଜି କ୍ରୀଡ଼ା ଓ ସାହସିକତା ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତ ଓ କୋଚମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଟୋକିଓ ବ୍ରୋଞ୍ଜ ପଦକ ବିଜେତା ହକି ତାରକା ଅମିତ ରୋହିଦାସଙ୍କୁ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ତାଙ୍କୁ ୨ ଲକ୍ଷ ଟଙ୍କା ମଧ୍ୟ ପୁରସ୍କାର ରାଶି ରୂପେ ପ୍ରଦାନ କରାଯାଇଛି।
ସେହିପରି ଓଡ଼ିଶାର ହକି କୋଚ୍ କାଳୁ ଚରଣ ଚୌଧୁରୀଙ୍କୁ ଜୀବନବ୍ୟାପୀ ସାଧନ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କୁ ମଧ୍ୟ ପୁରସ୍କାର ରାଶି ରୂପେ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପାରା ବ୍ୟାଡମିଣ୍ଟନ ଖେଳାଳୀ ଅଲମ୍ପିଆନ୍ ପ୍ରମୋଦ ଭଗତଙ୍କ କୋଚ ଶିବ ପ୍ରସାଦ ଦାସଙ୍କୁ ଶ୍ରେଷ୍ଠ କୋଚ ଭାବେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ସହ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। କଟକ ପୁଲିସର ଏଏସଆଇ ତ୍ରୈଲୋକ୍ୟନାଥ ପରିଡାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ସହ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।
ଏହି ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫ୍ରେନ୍ସ ଯୋଗ ସାମଲ ହୋଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀଲିପ ତିର୍କି, ତୁଷାର କାନ୍ତି ବେହେରା, ଭିନିଲ କ୍ରିଷ୍ଣା, ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
The post ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ: ଅମିତ ରୋହିଦାସ ଶ୍ରେଷ୍ଠ କ୍ରୀଡାବିତ appeared first on Odisha Reporter.
from Odisha Reporter https://ift.tt/3Du9Hig
No comments:
Post a Comment