ନୂଆଦିଲ୍ଲୀ: ବଦଳିଲା ଡ୍ରାଇଭିଂ ଲାଇସେନ୍ସକୁ ନେଇ ନିୟମ। ନୂଆ ନିୟମ ଅନୁଯାୟୀ ଏବେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ପାଇଁ ଆବେଦନ କରିବା ଆହୁରି ସହଜ ହେବ। ସଡ଼କ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ନିୟମରେ ପରିବର୍ତ୍ତନ ହୋଇଥିବା ନେଇ ସୂଚନା ଦେଇଛି।
ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ଅଟୋମୋବାଇଲ କମ୍ପାନୀ, ଅଟୋମୋବାଇଲ୍ ଆସୋସିଏସନ୍, ଏନଜିଓ କିମ୍ବା ଆଇନଗତ ଭାବରେ ଅନୁମତି ପ୍ରାପ୍ତ ବେସରକାରୀ ସଂସ୍ଥା ସମେତ ବିଭିନ୍ନ ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ତାଲିମ କେନ୍ଦ୍ର ଏହି ଡ୍ରାଇଭିଂ ଲାଇସେନ୍ସ ଦେଇ ପାରିବେ। ଅର୍ଥାତ ଏବେ ଆପଣଙ୍କୁ ଆରଟିଓରେ ଯାଇ ଲମ୍ୱା ଧାଡ଼ିରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ପଡିବ ନାହିଁ। ଅନ୍ୟ ସ୍ଥାନରୁ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ।
ଏନଜିଓ ବ୍ୟତୀତ ବେସରକାରୀ ଅନୁଷ୍ଠାନ ଯେଉଁ ମାନେ କି ଡ୍ରାଇଭିଂ ପ୍ରଶିକ୍ଷଣ ଦେଉଛନ୍ତି ସେମାନେ ସମସ୍ତେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରି ପାରିବେ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଏହା ସହିତ ଆରଟିଓରେ ଯେମିତି ଡିଏଲ ପ୍ରଦାନ ପ୍ରକ୍ରିୟା ଚାଲିଥିଲା ଏବେ ବି ସମାନ ଜାରି ରହିବ ବୋଲି କୁହାଯାଇଛି।
ତେବେ ପରିବହନ ମନ୍ତ୍ରାଳୟ ଏହି ଅନୁଷ୍ଠାନଗୁଡ଼ିକ ପାଇଁ କିଛି ସର୍ତ୍ତ ରଖିଛନ୍ତି। ଏହା ଅଧୀନରେ ଆବେଦନ କରୁଥିବା ଆଇନଗତ ସଂସ୍ଥା କେନ୍ଦ୍ରୀୟ ମୋଟର ଯାନ ନିୟମ (CMV) ନିୟମ, ୧୯୮୯ ଅନୁଯାୟୀ ଯେଉଁଠି ଏହି ସଂସ୍ଥା ଖୋଲାଯାଇଥିବ ସେଠାରେ ଆବଶ୍ୟକ ଭିତ୍ତିଭୂମି କିମ୍ବା ସୁବିଧା ରହିବା ଉଚିତ୍। ଏଥିସହ ସଂସ୍ଥା ଖୋଲିବାକୁ ଆବେଦନ କରିଥିବା ବ୍ୟକ୍ତି ତାଙ୍କର ଆର୍ଥିକ କ୍ଷମତା ମଧ୍ୟ ଦର୍ଶାଇବାକୁ ହେବ। ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟ ସରକାରଙ୍କୁ ସ୍ୱୀକୃତିପ୍ରାପ୍ତ ଡ୍ରାଇଭର ତାଲିମ କେନ୍ଦ୍ରର ବ୍ୟବସ୍ଥା ଏବଂ ସ୍ୱୀକୃତି ପ୍ରଣାଳୀକୁ ମଧ୍ୟ ବ୍ୟାପକ ପ୍ରଚାର କରିବାକୁ ହେବ। ମନ୍ତ୍ରାଳୟ କହିଛି ଯେ ଆବେଦନକାରୀ ଆବେଦନ ତାରିଖ ଠାରୁ ୬୦ ଦିନ ମଧ୍ୟରେ ଜିଲ୍ଲା ପରିବହନ କାର୍ଯ୍ୟାଳୟ ମାନ୍ୟତା ପାଇଁ ଅନୁମୋଦନ ପ୍ରଦାନର ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବ।
The post ଆରଟିଓ ବ୍ୟତୀତ ଏହି ସ୍ଥାନରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିହେବ appeared first on Odisha Reporter.
from Odisha Reporter https://ift.tt/3jlJXva
No comments:
Post a Comment