କଟକ(ଓଡ଼ିଶା ରିପୋର୍ଟର): କଟକ ଏସ୍ସିବି କୋଭିଡ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଚରମ ଅବହେଳାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ୩ ଦିନ ବ୍ୟବଧାନରେ ସନ୍ଦେହଜନକ ଭାବେ ଆଖି ବୁଜିଲେଣି ୨ ରୋଗୀ । ଗତ ମଙ୍ଗଳବାର ଜଣେ ବୃଦ୍ଧ କୋଭିଡ୍ ହସ୍ପିଟାଲର ବାଥରୁମ୍ରେ ପ୍ରାଣ ହରାଇଥିବା ବେଳେ ଗତ ରାତିରେ ଚାରି ମହଲା ଝରକାରୁ ପଡ଼ି ଆଉ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି।
ମୃତକ ଜଣଙ୍କ ମୟୂରଭଂଜ ଜିଲ୍ଲାର । କରୋନା ଆକ୍ରାନ୍ତ ହେବା ପରେ ବୁଧବାର କଟକ ଏସସିବି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଗତ ରାତିରେ ସନ୍ଦେହଜନକ ଭାବେ ତାଙ୍କ ମୃତ୍ୟୁ ହୋଇଛି।
SCB କୋଭିଡ୍ ହସ୍ପିଟାଲର ୪ ମହଲା ଝରକାରୁ ଗତ ରାତିରେ ଜଣେ ଆକ୍ରାନ୍ତ ଖସି ପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ମେଡିକାଲ ସୁରକ୍ଷା କର୍ମୀ ତାଙ୍କୁ ତୁରନ୍ତ କାଜୁଆଲିଟିରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ କେଉଁ ପରିସ୍ଥିତିରେ ସେ ଖସି ପଡିଲେ ସେ ନେଇ କିଛି ଜଣାପଡିନାହିଁ ।
ସୂଚନାଯୋଗ୍ୟ, କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ସୁସ୍ଥ ଥିବା ବେଳେ ହଠାତ୍ ୩ ଦିନ ବ୍ୟବଧାନରେ ୨ ରୋଗୀଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ଘଟଣାକୁ ରହସ୍ୟବୃତ୍ତ କରୁଛି। ପରିବାର ସଦସ୍ୟଙ୍କଠାରୁ ଦୂରରେ ରହି ଆକ୍ରାନ୍ତମାନେ ଚିକିତ୍ସାଧୀନ ଥିବା ବେଳେ କେଉଁ ପରିସ୍ଥିତିରେ ସେମାନଙ୍କ ମୃତ୍ୟୁ ହେଉଛି ତାକୁ ନେଇ ଦେଖାଦେଲାଣି ଆଶଙ୍କା। ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ନା ଅନ୍ୟ କୌଣସି କାରଣରୁ ହଠାତ୍ ରୋଗୀଙ୍କ ଜୀବନ ଚାଲି ଯାଉଛି ତାକୁ ନେଇ ଲାଗି ରହିଛି ଚର୍ଚ୍ଚା।
The post ୪ ମହଲାରୁ ପଡ଼ିଗଲେ କୋଭିଡ଼ ଆକ୍ରାନ୍ତ, ତା‘ ପରେ… appeared first on Odisha Reporter.
from Odisha Reporter https://ift.tt/3fAo4ap
No comments:
Post a Comment