ୱାଶିଂଟନ: ସାରା ବିଶ୍ୱକୁ କଲବଲ କଲାଣି ମହାମାରୀ କରୋନା। ମହାମାରୀର ନୂଆ ଭାରିଏଣ୍ଟ ଉଗ୍ର ହେଲାଣି। ଡାରାଇଲାଣି ଡେଲ୍ଟା ଭାରିଏଣ୍ଟ। କରୋନାର ଡେଲ୍ଟା ଭାରିଏଣ୍ଟ ଦୁନିଆର ସମସ୍ତ ଦେଶରେ ହଇଚଇ ସୃଷ୍ଟି କରିଛି। ଆମେରିକାରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଠାରେ ଚାରିମାସ ପରେ, ଗୋଟିଏ ଦିନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଏକ ହଜାର ଅତିକ୍ରମ କରିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ଟିକାକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି।
ଏବେ ଆମେରିକାରେ ସମସ୍ତଙ୍କୁ ଦିଆଯିବ କରୋନା ଟିକାର ବୁଷ୍ଟର ଡୋଜ। ସମୟ ସହ କୋଭିଡ-୧୯ ଟିକାର ପ୍ରଭାବ କମ୍ ହେବାରେ ଲାଗିଛି। ତେଣୁ ଟିକାର ପ୍ରଭାବକୁ ପୁଣିଥରେ ବଢ଼ାଇବା ପାଇଁ ବୁଷ୍ଟର ଡୋଜ ଦିଆଯିବାକୁ ନିଷ୍ପତ୍ତି ହୋଇଛି।
ଆମେରିକାର ଅଧିକାରୀମାନେ ସେପ୍ଟେମ୍ବର ୨୦ରୁ ସମସ୍ତ ଆମେରିକୀୟଙ୍କୁ ବୁଷ୍ଟର ଡୋଜ ଦେବାକୁ ଅନୁମତି ଦେଇଛନ୍ତି। ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଟିକାକରଣ ହେବାର ଆଠ ମାସ ପରେ ଟିକାର ବୁଷ୍ଟ ସଟ୍ ଆରମ୍ଭ ହୁଏ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।
ଦେଶର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ମୁତାବକ, ଉପଲବ୍ଧ ତଥ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଟିକାକରଣର ପ୍ରାରମ୍ଭିକ ମାତ୍ରା ପରେ ସମୟ ସହିତ ସଂକ୍ରମଣରୁ ସୁରକ୍ଷା ହ୍ରାସ ପାଇବାରେ ଲାଗିଛି। ସେହି ସମୟରେ ଡେଲଟା ଭାରିଏଣ୍ଟର ପ୍ରକୋପ ମଧ୍ୟରେ ଆମକୁ ଟିକା ଯୋଗୁଁ ରୋଗ ସହ ଲଢ଼ିବା ପାଇଁ ସାମାନ୍ୟ ଏବଂ ମଧ୍ୟମ ଧରଣର ସୁରକ୍ଷା ମିଳୁଥିବା ପ୍ରମାଣ ଅଛି। ତେଣୁ କରୋନା ବିରୋଧରେ ଟିକାର ସୁରକ୍ଷାକୁ ଏବଂ ତା’ର ସ୍ଥାୟୀତ୍ୱକୁ ବଢ଼ାଇବା ପାଇଁ ବୁଷ୍ଟର ଡୋଜର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟଅଧିକାରୀ କହିଛନ୍ତି।
The post ଡରାଇଲାଣି ଡେଲ୍ଟା ଭାରିଏଣ୍ଟ, ଆରମ୍ଭ ହେବ ଟିକାର ବୁଷ୍ଟର ଡୋଜ୍ appeared first on Odisha Reporter.
from Odisha Reporter https://ift.tt/3k9XXZe
No comments:
Post a Comment