ପିଇଓଙ୍କୁ ଆକ୍ରମଣ କରି ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 18, 2021

ପିଇଓଙ୍କୁ ଆକ୍ରମଣ କରି ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ

ଆନନ୍ଦପୁର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍‌ ଖାଳିଆମେଣ୍ଟା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଆକ୍ରମଣ ଘଟଣାରେ ଖାଳିଆମେଣ୍ଟା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୁଲିସ୍‌। ତାଙ୍କ ନାଁ ସୁରେନ୍ଦ୍ର ଭୂୟାଁ।

ଗତକାଲି ବିଳମ୍ବିତ ରାତିରେ ଘସିପୁରା ପୁଲିସ୍ ତାଙ୍କୁ ଗିରଫ କରିଛି। ତା’ପୂର୍ବରୁ ତାଙ୍କ ଘରୁ ଦୁଇ ଗାଡ଼ି ଜବତ କରିଥିଲା ପୁଲିସ୍‌।

ପିଇଓଙ୍କୁ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓ ଖାଳିଆମେଣ୍ଟା ସରପଞ୍ଚଙ୍କ ସ୍ୱାମୀ ସୁରେନ୍ଦ୍ର ଭୂୟାଁ ଆକ୍ରମଣ କରିଥିବା ଅଭିଯୋଗ ନେଇ ଗତକାଲି ପୁଲିସ୍ ଡିଜି ଅଭୟଙ୍କୁ ଭେଟିଥିଲା ବିଜେପିର ଏକ ପ୍ରତିନିଧି ଦଳ।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁରଙ୍କ ନେତୃତ୍ୱରେ ଏହି ଟିମ୍ ଡିଜିପିଙ୍କୁ ଭେଟିଥିଲା। ସେମାନେ ଅଭିଯୋଗ କରିଥିଲେ ଯେ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ପିଇଓଙ୍କୁ ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ଓ ସରପଞ୍ଚଙ୍କ ସ୍ୱାମୀ ସୁରେନ୍ଦ୍ର ଭୂୟାଁ ବାଧ୍ୟ କରିଥିଲେ। କିନ୍ତୁ ସେ ରାଜି ନହେବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା।

ଅନ୍ୟପକ୍ଷରେ ଏହି ଘଟଣା ନେଇ ବିଧାୟକଙ୍କ ପୁଅ ଦେବାଶିଷ ପାତ୍ର କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରିନି।

 

The post ପିଇଓଙ୍କୁ ଆକ୍ରମଣ କରି ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/37Uiuey

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages