କଂଗ୍ରେସର ୫ ବରିଷ୍ଠ ନେତାଙ୍କ ଟ୍ୱିଟର ଆକାଉଣ୍ଟ ଲକ୍‌ଡ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 11, 2021

କଂଗ୍ରେସର ୫ ବରିଷ୍ଠ ନେତାଙ୍କ ଟ୍ୱିଟର ଆକାଉଣ୍ଟ ଲକ୍‌ଡ!

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ ଅସ୍ଥାୟୀ ଭାବେ ସସ୍‌ପେଣ୍ଡ ହୋଇଥିବା ବେଳେ ଏବେ ଆଉ ୫ ବରିଷ୍ଠ ନେତାଙ୍କ ସହ ସମାନ ଘଟଣା ଘଟିଥିବା ଜଣାପଡ଼ିଛି। ଦଳର ମିଡିଆ ମୁଖ୍ୟ ତଥା ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲାଙ୍କ ସମେତ ୫ ଜଣ ବରିଷ୍ଠ ନେତାଙ୍କ ଟ୍ୱିଟର ଆକାଉଣ୍ଟ ଲକଡ୍‌ ହୋଇ ଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୂର୍ଯ୍ୟେୱାଲାଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ଅଜୟ ମାକେନ, ଲୋକସଭାରେ ଦଳର ଚିଫହ୍ୱିପ ଏମ ଟାଗୋର, ଆସାମ ଇନଚାର୍ଜ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଓ ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କ ଟ୍ୱିଟର ଆକାଉଣ୍ଟ ଲକ୍‌ଡ ହୋଇଯାଇଛି। ଏହି ଆକାଉଣ୍ଟରୁ ସେମାନେ କୌଣସି ପ୍ରକାରର ଟ୍ୱିଟ କରିପାରୁ ନାହାନ୍ତି।

କଂଗ୍ରେସର ମହାସଚିବ ପ୍ରଣବ ଝା ଟ୍ୱିଟ କରି କହିଛନ୍ତି, “ରାହୁଲ ଗାନ୍ଧିଙ୍କ ପରେ ରାଜା ନରେନ୍ଦ୍ର ମୋଦି ଜୀ ଓ ଜାଗିରଦାର ଜ୍ୟାକ(ଟ୍ୱିଟର ସିଇଓ) ଏବେ ରଣଦୀପ ସୂର୍ଯ୍ୟେୱାଲା, ଅଜୟ ମାକେନ ଓ ସୁସ୍ମିତା ଦେବଙ୍କ ଆକାଉଣ୍ଟକୁ ଲକ୍ କରି ଦେଇଛନ୍ତି। କଂଗ୍ରେସ ଏହା ଉପରେ ନିଜର ପ୍ରତିବାଦ ଜଣାଉଛି। ଅନ୍ୟାୟ ବିରୋଧରେ କଂଗ୍ରେସ ଲଢ଼େଇ ଜାରି ରଖିବ।”

ଏହାର ଘଣ୍ଟା ପରେ ଶ୍ରୀ ଝା ଆଉ ଗୋଟିଏ ଟ୍ୱିଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ଲିଷ୍ଟରେ ଆହୁରି ବି ନେତାଙ୍କ ନାଁ ରହିଛି। ଟ୍ୱିଟର ଜିତେନ୍ଦ୍ର ସିଂହ, ଏମ ଟାଗୋର ଓ ଅନ୍ୟମାନଙ୍କ ଆକାଉଣ୍ଟକୁ ମଧ୍ୟ ଲକ କରି ଦେଇଛି। କ’ଣ ମୋଦିଜୀ ବୁଝିପାରୁନାହାନ୍ତି ଯେ କଂଗ୍ରେସ ନେତାମାନଙ୍କର ଲିଗାସି ହେଲା ସେମାନେ କଳା ପାଣି ଲକ୍‌ର ପଛରୁ ମଧ୍ୟ ଲଢ଼େଇ କରିପାରିବେ? ତାଙ୍କୁ ଲାଗୁଛି ଟ୍ୱିଟରର ଭର୍ଚ୍ୟୁଆଲ ଲକ୍ ଆମକୁ ଭାରତ ପାଇଁ ଲଢ଼େଇ କରିବାରେ ଅଟକାଇ ଦେବ?”

ସୂଚନାଯୋଗ୍ୟ, କିଛି ଦିନ ତଳେ ଦିଲ୍ଲୀର ନଙ୍ଗାଲ ଗାଁରେ ଜଣେ ୯ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

ସେହିପରି ହତ୍ୟା ପରେ ପୀଡ଼ିତାଙ୍କ ଶବକୁ ଅଭିଯୁକ୍ତମାନେ ଜୋରଜବରଦସ୍ତି ସତ୍କାର କରିଦେଇଥିବା ମଧ୍ୟ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିବାରୁ ଏହାକୁ ନେଇ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଥିଲା।


ଏସବୁ ଭିତରେ ରାହୁଲ ଗାନ୍ଧି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ। ସେ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ବେଳର ଫଟୋକୁ ପରବର୍ତ୍ତୀ ଅବସ୍ଥାରେ ଟ୍ୱିଟ କରିଥିଲେ। ଉକ୍ତ ଫଟୋ ଦ୍ୱାରା ପୀଡ଼ିତାଙ୍କ ପରିଚୟ ପ୍ରଘଟ ହୋଇଥିଲା। ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନସିପିସିଆର ଟ୍ୱିଟରକୁ କହିଥିଲେ। ଏହାପରେ ଟ୍ୱିଟର ଉକ୍ତ ଟ୍ୱିଟକୁ ହଟାଇବା ସହ ରାହୁଲ ଗାନ୍ଧିଙ୍କ ଆକାଉଣ୍ଟକୁ ଅସ୍ଥାୟୀ ରୂପେ ସସପେଣ୍ଡ କରିଛି।

The post କଂଗ୍ରେସର ୫ ବରିଷ୍ଠ ନେତାଙ୍କ ଟ୍ୱିଟର ଆକାଉଣ୍ଟ ଲକ୍‌ଡ! appeared first on Odisha Reporter.



from Odisha Reporter https://ift.tt/3lXtUXk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages