କୋଟିଆରେ ଠିଆ ହେଲା ନୂଆ ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 11, 2021

କୋଟିଆରେ ଠିଆ ହେଲା ନୂଆ ବିବାଦ

କୋରାପୁଟ(ଓଡ଼ିଶା ରିପୋର୍ଟର) କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଚାଲିଥିବା ବେଳେ ଏବେ ଶିକ୍ଷାରେ ସଂରକ୍ଷଣକୁ ନେଇ ଦେଖାଦେଇଛି ବିବାଦ।  କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ର ବିଦ୍ୟାଳୟରେ ସ୍ଥାନ ସଂରକ୍ଷଣ ଦାବି କରିଛନ୍ତି ଗଂଜେଇପଦରର ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ବାଚିତ ସରପଞ୍ଚ।  ଏନେଇ ଆନ୍ଧ୍ର ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ସରପଞ୍ଚ । ସାଲୁର ନିକଟ ପି-କୋନାବାଲାସା ଠାରେ ଥିବା ଆନ୍ଧ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ କୋଟିଆ ଅଂଚଳର ସମସ୍ତ  ଗ୍ରାମର ଝିଅଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ସେ ଦାବି କରିଛନ୍ତି। ପୂର୍ବରୁ କୋଟିଆରେ ଆନ୍ଧ୍ର ସରକାର ବିଭିନ୍ନ ଯୋଜନାର ଲୋଭ ଦେଖାଇ ପ୍ରଲୋଭିତ କରିବାକୁ ଉଦ୍ୟମ ଚଳାଇଛନ୍ତି।  ଏବେ ଶିକ୍ଷାକୁ ନେଇ ପ୍ରଲୋଭିତ କରିବାକୁ ଆରମ୍ଭ ହୋଇଛି ଯୋଜନା।  ତେବେ କୋଟିଆ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ କକ୍ଷରେ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ଓ ପଟ୍ଟାଙ୍ଗି ବିଡ଼ିଓଙ୍କ ମଧ୍ୟରେ ରୁଦ୍ଧ ଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ଶିକ୍ଷା ସଂପର୍କରେ ଆଦିବାସୀ ସମାଜ ସଂପାଦକ କହିଛନ୍ତି କୋଟିଆରେ କୁଇ ଭାଷା ଭିତ୍ତିକ ଶିକ୍ଷକ ନିୟୋଜିତ କରିବା ଆବଶ୍ୟକତା ରହିଛି।

ପଡୋଶୀ ଆନ୍ଧ୍ର କରୁଛି ନିଇତି ନୂଆ ଷଡ଼ଯନ୍ତ୍ର । କେବେ ସରକାରୀ ଯୋଜନାର ଥୋପ ପକାଇ ତ ଆଉ କେବେ ନିର୍ବାଚନରେ ନେତା ବନାଇ ଓଡ଼ିଶା ସୀମାକୁ କବ୍‌ଜା କରିବାକୁ ଆନ୍ଧ୍ର ସରକାରଙ୍କ ଚାଲ୍ । ଓଡ଼ିଆଙ୍କ ଭିଟାମାଟିରେ ପାଦ ପକାଇ ଏବେ ଭାଷାଭିତ୍ତିରେ ଦଖଲ କରିବାକୁ ଗୋଟି ଚଳାଇଛି ଆନ୍ଧ୍ର। ଅଗଷ୍ଟ ୧୫ ପୂର୍ବରୁ କୋରାପୁଟ ଜିଲ୍ଲାର ୮ ହଜାର ଜନସଂଖ୍ୟା ବିଶିଷ୍ଟ ବିବାଦୀୟ କୋଟିଆକୁ ଅକ୍ତିଆର କରିବାକୁ ଯୋଜନା କରିଛି। ଏଥିପାଇଁ ପାଗ ଭିଡ଼ି ସାରିଛନ୍ତି ଜଗନ୍ ସରକାର।

କୋଟିଆର ବହୁ ଲୋକ ତେଲୁଗୁ ଭାଷା ସହ ଅଭ୍ୟସ୍ତ ଥିବାରୁ ଏହାର ଫାଇଦା ନେଇ ସବୁ ଗାଁରେ ତେଲୁଗୁ ଫଳକ ଲଗାଇବାକୁ ବ୍ଲୁ ପ୍ରିଣ୍ଟ ତିଆରି କରିଛି  ଆନ୍ଧ୍ର।  ପାର୍ବତୀପୁରମ୍ ପ୍ରଶାସନକୁ ଭେଟି ଲୋକସତ୍ତା ପାର୍ଟି ପକ୍ଷରୁ ଏକ ଦାବିପତ୍ର ବି ଦିଆଯାଇଛି । ଯାହାକୁ ଆନ୍ଧ୍ର ପ୍ରଶାସନ ମଧ୍ୟ ଗୁରୁତ୍ୱର ସହ ନେଇଛି । ଏହି ଖବର ପରେ ଓଡ଼ିଶା ସରକାରଙ୍କ ଦାୟିତ୍ୱହୀନତା ଉପରେ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି କୋରାପୁଟ ଜିଲ୍ଲାର ବିଭିନ୍ନ ସଂଗଠନ।

ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ନେଇ ସୁପ୍ରିମକୋର୍ଟରେ ଜାରି ରହିଛି ନ୍ୟାୟିକ ଲଢ଼େଇ । ମାମଲା ଏବେ ବି ବିଚାରାଧିନ ରହିଛି।  ଏହାସତ୍ତ୍ୱେ ଗତ ଫେବୃୟାରୀ ଏବଂ ଏପ୍ରିଲରେ କୋଟିଆରେ ପଶି ପଞ୍ଚାୟତ ନିର୍ବାଚନ ସାରିଦେଇଛି ଆନ୍ଧ୍ର । ଏହାକୁ ନେଇ ହଟଚମଟ ପରେ ତତ୍ପରତା ଦେଖାଇଥିଲେ ଓଡ଼ିଶା ସରକାର। ଏପରିକି ନିର୍ବାଚନ ପୂର୍ବଦିନ ବିଜେଡି, ବିଜେପି ଏବଂ କଂଗ୍ରେସର ଜନପ୍ରତିନିଧି ମାନେ ଠୁଳ ହୋଇ ସର୍ବଦଳୀୟ ବୈଠକରେ କୋଟିଆରେ କେହି ବି ଅନୁପ୍ରବେଶ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।  ତାହାସତ୍ତ୍ୱେ ବିଭିନ୍ନ ସମୟରେ ସରକାରୀ ଯୋଜନାର ଥୋପ ପକାଇ କୋଟିଆବାସୀଙ୍କୁ ନିଜ ଆଡ଼କୁ ଟାଣିବାରେ ଚେଷ୍ଟା ଜାରି ରଖିଛି ପଡୋଶୀ ଆନ୍ଧ୍ର ।

The post କୋଟିଆରେ ଠିଆ ହେଲା ନୂଆ ବିବାଦ appeared first on Odisha Reporter.



from Odisha Reporter https://ift.tt/3fW1d9p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages