ହାଇଦର ଏନକାଉଣ୍ଟର: ଫୋରେନ୍ସିକ ଯାଂଚ ପାଇଁ ଗଲା ବନ୍ଧୁକ, କପଡ଼ା ଓ ରକ୍ତଭିଜା ମାଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 4, 2021

ହାଇଦର ଏନକାଉଣ୍ଟର: ଫୋରେନ୍ସିକ ଯାଂଚ ପାଇଁ ଗଲା ବନ୍ଧୁକ, କପଡ଼ା ଓ ରକ୍ତଭିଜା ମାଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ ବ୍ୟକ୍ତ କରିବା ପରେ ପୁଲିସ ପକ୍ଷରୁ ଗତକାଲି ହାଇଦର ଏନକାଉଣ୍ଟର ସହ ଜଡ଼ିତ ବିଭିନ୍ନ ସାମଗ୍ରୀକୁ ଫୋରନ୍ସିକ ଯାଂଚ ପାଇଁ ପଠାଯାଇଛି। ହାଇଦର ମୃତ୍ୟୁର ୧୨ଦିନ ପରେ ତାକୁ ମରାଯାଇଥିବା ବନ୍ଧୁକ, ଗୁଳି, କପଡ଼ା, ରକ୍ତଭିଜା ମାଟି ଓ ଅନ୍ୟାନ୍ୟ ସାମଗ୍ରୀକୁ ପୁଲିସ ଗତକାଲି ରାଜ୍ୟ ଫୋରେନ୍ସିକ ଲ୍ୟାବକୁ ପଠାଇଛି।

ଏ ସମ୍ପର୍କରେ ସୂଚନା ଦେଇ ବାଲେଶ୍ୱର ଡିଏସପି ବଳରାମ ନାୟକ କହିଛନ୍ତି ଯେ, ହାଇଦର ମୃତ୍ୟୁ ସହ ଜଡ଼ିତ ବନ୍ଧୁକ, ଅସ୍ତ୍ରଶସ୍ତ୍ର, ରକ୍ତଭିଜା ମାଟି ଓ କପଡ଼ା ଆଦିର କେମିକାଲ ଯାଂଚ ପାଇଁ ପଠାଯାଇଛି ।

ସୂଚନାଯୋଗ୍ୟ, ହାଇଦରକୁ ଜୁଲାଇ ୨୪ ତାରିଖରେ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବାବେଳେ ସେ ଖସିବାକୁ ଉଦ୍ୟମ କରୁଥିବାରୁ ପୁଲିସ ତାକୁ ଗୁଳି କରିଥିଲା । ପୁଲିସ ଗୁଳିରେ ତା’ର ମୃତ୍ୟୁ ହୋଇଥିଲା । ତେବେ ତା’ର ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିବା ପରେ କମିଶନରେଟ ପୁଲିସର ଏକ ଟିମ୍ ତାକୁ ଗୁଳି କରାଯାଇଥିବା ସ୍ଥାନକୁ ଜୁଲାଇ ୨୫ତାରିଖରେ ଗସ୍ତ କରି ସରଜମିନ ଯାଂଚ   କରିଥିଲା ।

The post ହାଇଦର ଏନକାଉଣ୍ଟର: ଫୋରେନ୍ସିକ ଯାଂଚ ପାଇଁ ଗଲା ବନ୍ଧୁକ, କପଡ଼ା ଓ ରକ୍ତଭିଜା ମାଟି appeared first on Odisha Reporter.



from Odisha Reporter https://ift.tt/3lxZ3jK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages