୨୫ତାରିଖ ସୁଦ୍ଧା ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତାବ ପଠାଅ: ଅର୍ଥ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 4, 2021

୨୫ତାରିଖ ସୁଦ୍ଧା ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତାବ ପଠାଅ: ଅର୍ଥ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଅତିରିକ୍ତ ବଜେଟ୍ ପାଇଁ ଆବଶ୍ୟକ ପ୍ରସ୍ତାବ ପଠାଇବାକୁ ବୁଧବାର ସମସ୍ତ ବିଭାଗକୁ ଅର୍ଥ ବିଭାଗ କହିଛି। ଚଳିତମାସ ୨୫ତାରିଖ ସୁଦ୍ଧା ଅନଲାଇନରେ ପ୍ରସ୍ତାବ ପଠାଇବାକୁ କୁହାଯାଇଛି। ଅତିରିକ୍ତ ବଜେଟ ପ୍ରସ୍ତୁତ ସମୟରେ କେବଳ ସାନି ପ୍ରାଥମିକତା ଧାର୍ଯ୍ୟ ଓ ବଜେଟରେ ଆବଣ୍ଟିତ ଅର୍ଥକୁ ସାନି ଆବଣ୍ଟନ କରିବାକୁ ଅର୍ଥ ବିଭାଗ କହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୩.୫% ରହିଥିବାରୁ ଅଧିକ ଅର୍ଥ ଆବଣ୍ଟନ ସମ୍ଭବପର ନୁହେଁ କିମ୍ବା ଋଣ କରିବା ମଧ୍ୟ ଉଚିତ୍ ନୁହେଁ ବୋଲି ଅର୍ଥ ବିଭାଗ କହିଛି।

ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ସମସ୍ତ ବିଭାଗର ସଚିବମାନଙ୍କୁ ଚିଠି ଲେଖି ଅଗଷ୍ଟ ୨୫ତାରିଖ ସୁଦ୍ଧା ଅତିରିକ୍ତ ବଜେଟ ପାଇଁ ପ୍ରସ୍ତାବ ଅନଲାଇନରେ ପଠାଇବାକୁ କହିଛନ୍ତି। ଅର୍ଥ ବିଭାଗକୁ ପ୍ରଶାସନିକ ବ୍ୟୟର ପ୍ରସ୍ତାବ ଏବଂ ଯୋଜନା ଓ ସଂଯୋଜନ ବିଭାଗକୁ କାର୍ଯ୍ୟକ୍ରମ ବ୍ୟୟର ପ୍ରସ୍ତାବ ପଠାଇବାର ଶେଷ ତାରିଖ ଅଗଷ୍ଟ ୨୫ଧାର୍ଯ୍ୟ ହୋଇଛି। ପ୍ରଶାସନିକ ବିଭାଗଗୁଡ଼ିକ ଯୋଜନାୱାରି ଅର୍ଥ ଆବଣ୍ଟନ କରି ସେହି ପ୍ରସ୍ତାବକୁ ଯୋଜନା ଓ ସଂଯୋଜନ ବିଭାଗରେ ଦାଖଲ କରିବେ। ଆଉ ସମସ୍ତ କାର୍ଯ୍ୟକ୍ରମ ବ୍ୟୟ ପ୍ରସ୍ତାବକୁ ଯୋଜନା ଓ ସଂଯୋଜନ ବିଭାଗର ଅନୁମୋଦନ ପରେ ହିଁ ଅର୍ଥ ବିଭାଗରେ ଦାଖଲ କରିବାର ସୁଯୋଗ ମିଳିବ ।

ଅର୍ଥ ସଚିବ ଶ୍ରୀ ଦେବ ଆହୁରି ମଧ୍ୟ କହିଚନ୍ତି ଯେ, ଦ୍ୱିତୀୟ ଲହର ଆଶଙ୍କା ମଧ୍ୟରେ ୨୦୨୧-୨୨ ଆଥିକ ବର୍ଷର ବଜେଟ ଫେବୃୟାରୀ ୨୨ତାରିଖରେ ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ଚଳିତବର୍ଷ ବଜେଟରେ ସରକାର ମେଡିକାଲ ଭିତ୍ତିଭୂମି, ସ୍ୱାସ୍ଥ୍ୟ ସେବାରେ ସୁଧାର, ଶିଳ୍ପାୟନ, ଦକ୍ଷତା ବିକାଶ, ପର୍ଯ୍ୟଟନର ବିକାଶ, ଗ୍ରାମାଂଚଳ ଓ ସହରାଂଚଳରେ ସଂସ୍କାରମୂଳକ କାର୍ଯ୍ୟକ୍ରମ ଉପରେ ପ୍ରାଥମିକତା ଦେଇଛନ୍ତି । ତେବେ ବାର୍ଷିକ ବଜେଟ ପ୍ରସ୍ତୁତି ବେଳେ ବିତ୍ତୀୟ ନିଅଣ୍ଟର ସୀମା ସର୍ବାଧିକ ୩.୫%କୁ ଛୁଇଁ ସାରିଛି । ଅବଶ୍ୟ ଚଳିତ ଆର୍ଥିକ ବର୍ଷରେ ଅଧିକ ଋଣ କରିବାର ସମ୍ଭାବନା ରହିଛି କିନ୍ତୁ ତୃତୀୟ ଲହରର ଆଶଙ୍କା ଓ ରାଜ୍ୟ ଜିଡିପିରେ ସୁଧାର ସମ୍ଭାବନା କମ୍ ଥିବାକୁ ଦୃଷ୍ଟିରେ ରଖି ସରକାର ଋଣ କରି ଅର୍ଥବ୍ୟବସ୍ଥା ଉପରେ ଚାପ ପକାଇବାକୁ ଚାହୁଁନାହାନ୍ତି । ତେଣୁ ଅତିରିକ୍ତ ବଜେଟ୍ ପ୍ରସ୍ତାବ ପ୍ରସ୍ତୁତ ସମୟରେ ଯୋଜନାଗୁଡ଼ିକର ପ୍ରାଥମିକତାକୁ ଚିହ୍ନଟ କରି ସେସବୁର ଅର୍ଥକୁ ପୁନଃ ସ୍ଥାନାନ୍ତର ଓ ସାନି ପ୍ରାଥମିକତା ନିର୍ଦ୍ଧାରଣ କରିବାର ସୁଯୋଗ ବିଭାଗଗୁଡ଼ିକ ପାଖରେ ରହିଛି। ଅବଶ୍ୟ କୋଭିଡ୍‌-୧୯ ପରିଚାଳନା ବ୍ୟୟ, ଜୀବିକାମିଶନ ସଂକ୍ରାନ୍ତ ବ୍ୟୟ, ଚାଲିଥିବା କାପେକ୍ସ ପ୍ରୋଜେକ୍ଟ ଆଦି ପାଇଁ ଅର୍ଥ ବରାଦ ଗୁଡ଼ିକ ପ୍ରଭାବିତ ହେବ ନାହିଁ ।

ଅର୍ଥ ବିଭାଗ ଆହୁରି ମଧ୍ୟ କହିଛି ଯେ, ପ୍ରଚଳିତ ବ୍ୟବସ୍ଥାରେ ଅତିରିକ୍ତ ବଜେଟ୍ ପାଇଁ ପଠାଯାଉଥିବା ପ୍ରସ୍ତାବ ଠିକ୍ ଭାବେ ପ୍ରସ୍ତୁତ ହେଉନଥିବାରୁ ଅନେକ ସମୟରେ ବିଭାଗଗୁଡ଼ିକ ବର୍ଷ ଶେଷରେ ଅର୍ଥ ଫେରସ୍ତ କରୁଛନ୍ତି । ଯାହାକୁ ନେଇ ସିଏଜି ଅଧିକାଂଶ ସମୟରେ ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରତିକୂଳ ମନ୍ତବ୍ୟ ଦେଉଛନ୍ତି । ତେଣୁ ବଜେଟ ପ୍ରସ୍ତୁତ ସମୟରେ ଏସବୁ ଦିଗ ପ୍ରତି ଯତ୍ନବାନ ହୋଇ ଆବଶ୍ୟକ ପରିମାଣର ପ୍ରସ୍ତାବ ପଠାଇବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି ।

The post ୨୫ତାରିଖ ସୁଦ୍ଧା ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତାବ ପଠାଅ: ଅର୍ଥ ବିଭାଗ appeared first on Odisha Reporter.



from Odisha Reporter https://ift.tt/3AanpEh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages