ବୋହୂ ଦେଖି ଫେରିବା ବେଳେ ଓଲଟି ପଡ଼ିଲା ବୋଲେରୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 29, 2021

ବୋହୂ ଦେଖି ଫେରିବା ବେଳେ ଓଲଟି ପଡ଼ିଲା ବୋଲେରୋ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ନିଜ ବାପ ଘରକୁ ବୁଲି ଯାଇଥିବା ବୋହୂକୁ ଦେଖିବାକୁ ଯାଇ ଫେରୁଥିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବୋଲେରୋରେ ଥିବା ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଆମ୍ବିଳିଆମ୍ବଗୁଡ଼ା ଛକ ନିକଟରେ ଗତ ରାତିରେ ଏହି ଦୁର୍ଘଟଣା ଘଟିଛି । ଆହତମାନେ ଦଶମନ୍ତପୁରରୁ ଥାନା ଅଧୀନ ବାଣୁଆଗୁଡ଼ା ଗାଁର ଏକ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିଜ ସାନ ବୋହୂକୁ ଦେଖିବାକୁ  ବାଣୁଆଗୁଡ଼ା ଗାଁର ଏକ ପରିବାରର ପ୍ରାୟ ୧୨ ସଦସ୍ୟ ଗତକାଲି ତାଙ୍କ ବାପଘରକୁ ଏବ ବୋଲେରୋରେ ଯାଇଥିଲେ । ଉକ୍ତ ବୋଲେରୋରେ ପୁରୁଷ, ମହିଳାଙ୍କ ସମେତ ଛୋଟ ଛୁଆ ବି ଥିଲେ।

ବନ୍ଧୁ ଘରୁ ସେମାନେ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ମାତ୍ର ଆମ୍ବିଳିଆମ୍ବଗୁଡ଼ା ଛକ ନିକଟରେ ସାମନାରୁ ଆସୁଥିବା ଏକ ଗାଡ଼ିକୁ ସାଇଡ୍‌ ଦେବାକୁ ଯାଇ ବୋଲେରୋଟି ରାସ୍ତାକଡକୁ ଓଲଟି ପଡିଥିଲା । ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକମାନେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଗୁରୁତରଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ କାକିରୁଗୁମ୍ମା ପୁଲିସ୍‌ ଓ କୋରାପୁଟ ସଦର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

The post ବୋହୂ ଦେଖି ଫେରିବା ବେଳେ ଓଲଟି ପଡ଼ିଲା ବୋଲେରୋ appeared first on Odisha Reporter.



from Odisha Reporter https://ift.tt/2WsU35D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages