ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଜନ୍ମାଷ୍ଟମୀ। ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥିକୁ ପାଳନ ଲାଗି ସାରା ରାଜ୍ୟ ଆଜି ଚଳଚଞ୍ଚଳ ହୋଇଉଠିଛି। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମହାରାଜ କଂସଙ୍କ ବନ୍ଦୀଶାଳାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ। ରୋହିଣୀ ନକ୍ଷତ୍ରର ଉଦୟ କାଳରେ,ଅର୍ଦ୍ଧରାତ୍ରିରେ ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ।
କରୋନା କଟକଣା ଥିବାରୁ ଆଡ଼ମ୍ବରରେ ପର୍ବ ପାଳନ ହେଉନଥିଲେ ବି ବିଭିନ୍ନ ମନ୍ଦିରରେ ପରମ୍ପରା ରକ୍ଷା କରାଯାଉଛି। ଆଜି ରାଜ୍ୟର ବିଭିନ୍ନ ମଠ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରାଯାଉଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଲାଗି ସ୍ୱତନ୍ତ୍ର ରୀତିନୀତି କରାଯାଇଥାଏ। ଗତ ସଂଧ୍ୟାରେ ସଂଧ୍ୟାଧୂପ ଓ ପ୍ରସାଦ ଲାଗି ପରେ ତିନି ଠାକୁରଙ୍କୁ ବନ୍ଦାପନା କରାଯାଇଥିଲା। ଏହା ପୂର୍ବରୁ ଜେଉଟ ଭୋଗ ଲାଗି କରାଯାଇଥିଲା।
ସେହିପରି ବାଲେଶ୍ୱର ରେମୁଣାର ପ୍ରସିଦ୍ଧ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ କରାଯାଇଛି। ଶ୍ରଦ୍ଧାଳୁମାନେ ଭଗବାନ ଗୋପୀନାଥଙ୍କ ଦର୍ଶନ କରି ନିଜକୁ ଧନ୍ୟମନେ କରିଛନ୍ତି।
ଜନ୍ମାଷ୍ଟମୀରେ ବାଳୁକାକଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। କରୋନା ଭଳି ମହାମାରୀ ସମୟରେ ପ୍ରଭୁ ଶ୍ରୀକୃଷ୍ଣ ସମସ୍ତଙ୍କୁ ରକ୍ଷା କରନ୍ତୁ ବୋଲି ସେ ତାଙ୍କ ବାଲୁକା କଳାରେ ଉଲ୍ଲେଖ କରିଛନ୍ତି।
ସେହିପରି ଦେଶବିଦେଶରେ ମଧ୍ୟ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥିକୁ ପାଳନ କରାଯାଇଥାଏ। ନୋଇଡା ସ୍ଥିତ ଇସକନ୍ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନେ ଆଳତି କରିବା ସହ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି।
The post ଆଜି ଜନ୍ମାଷ୍ଟମୀ appeared first on Odisha Reporter.
from Odisha Reporter https://ift.tt/3yrLgy4
No comments:
Post a Comment