ପୋଷ୍ଟର ପଲିଟିକ୍ସ: କମଲନାଥ କୃଷ୍ଣ, ଶିବରାଜ ସିଂହ କଂସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 31, 2021

ପୋଷ୍ଟର ପଲିଟିକ୍ସ: କମଲନାଥ କୃଷ୍ଣ, ଶିବରାଜ ସିଂହ କଂସ

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ହେଲେ କଂସ। ପୂର୍ବତନ ମୁଖ୍ୟମନ୍ତ୍ରୀ କଲନାଥ ହେଲେ ଶ୍ରୀକୃଷ୍ଣ। ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ଭୋପାଲ କଂଗ୍ରେସ କାର୍ଯ୍ୟାଳୟ ବାହାରେ ଲାଗିଥିବା ପୋଷ୍ଟରରେ। ଏହାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି।

ମଧ୍ୟପ୍ରଦେଶରେ ପୁଣିଥରେ ଆରମ୍ଭ ହୋଇଛି ପୋଷ୍ଟର ପଲିଟିକ୍ସ। ଭୋପାଲ କଂଗ୍ରେସ କାର୍ଯ୍ୟାଳୟ ବାହାରେ ଏକ ବଡ଼ ପୋଷ୍ଟର ଲଗାଇ କମଲନାଥ ଏବଂ ଶିବରାଜ ସରକାରଙ୍କ କାର୍ଯ୍ୟକଳାପକୁ ତୁଳନା କରାଯାଇଛି। ଏହି ପୋଷ୍ଟରରେ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ କୃଷ୍ଣ ଅବତାରରେ ଦର୍ଶାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ କଂସ ରୂପେ ଦର୍ଶାଯାଇଛି। ଏଥିସହ ହୋର୍ଡିଂରେ ରାଜ୍ୟର ଜନତାଙ୍କୁ କୃଷ୍ଣ ଜନ୍ମାଷ୍ଟମୀର ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଦିଆଯାଇଛି।

କେବଳ ସେତିକି ନୁହେଁ ଏହି ପୋଷ୍ଟରରେ ଓବିସି ସଂରକ୍ଷଣ, ବିଦ୍ୟୁତ ବିଲ୍‌, ବେରୋଜଗାରଙ୍କ ଉପରେ ଲାଠିଚାର୍ଜ, ବିଜେପି ସରକାରରେ ଦରଦାମ ବୃଦ୍ଧି, ମହିଳା ଉତ୍ପୀଡିନ ଆଦି ପ୍ରସଙ୍ଗକୁ ନେଇ ଶିବରାଜ ସରକାରଙ୍କୁ ଟାର୍ଗେଟ କରାଯାଇଛି।

କଂଗ୍ରେସ ମୁଖପାତ୍ର ଶହରୟାର ଖାନ କହିଛନ୍ତି, ରାଜ୍ୟରେ ଜାରି ରହିଥିବା ପରିସ୍ଥିତିକୁ ନେଇ ଏକ ପୋଷ୍ଟର ଲଗାଯାଇଛି। କମଲନାଥ ସରକାରରେ ଜନସାଧାରଣଙ୍କ ସ୍ୱାର୍ଥରେ ବଡ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ବିଜେପି ସରକାରରେ ଜନସାଧାରଣ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

ସେପଟେ ଏହି ପୋଷ୍ଟର ପ୍ରସଙ୍ଗରେ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କଂଗ୍ରେସକୁ କଡା ଜବାବ ଦେଇଛନ୍ତି।  ସେ କହିଛନ୍ତି ଯେ କଂଗ୍ରେସ ସର୍ବଦା ଧର୍ମକୁ ଠାର କରୁଛି। କେତେବେଳେ ସୋନିଆ ଗାନ୍ଧୀଙ୍କୁ ଦୁର୍ଗା ତ ଆଉ କେତେବେଳେ କମଲ ନାଥଙ୍କୁ କୃଷ୍ଣ ସଜାଇ ଦେଉଛି। କଂଗ୍ରେସ ସର୍ବଦା ଧର୍ମକୁ ପରିହାସ କରିଛି। ସେ କହିଛନ୍ତି ଯେ କଂଗ୍ରେସ କର୍ମୀମାନେ ପ୍ରତିଦିନ ଏଭଳି କିଛି କାର୍ଯ୍ୟ କରନ୍ତି ଯାହା ମୂଳ ଜାତୀୟତାବାଦ ଏବଂ ହିନ୍ଦୁ ଅନୁଗାମୀମାନଙ୍କ ଭାବନାକୁ ଆଘାତ ଦେଇଥାଏ। ଏମାନେ ମହାନ ଭାରତକୁ ବଦନାମ ଭାରତ କହୁଛନ୍ତି। ଏଭଳି କରି କଂଗ୍ରେସ ନିଜ ଚିନ୍ତାଧାରାକୁ ଦର୍ଶାଉଛି।

ଅନ୍ୟପଟେ ରାଜ୍ୟ ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଏଭଳି ପୋଷ୍ଟର ଲଗାଇ ହିନ୍ଦୁ ଧର୍ମ ଏବଂ ଭଗବାନଙ୍କୁ ଅପମାନ ଦେଇଛି କଂଗ୍ରେସ। ଯେଉଁମାନେ ରାମଙ୍କୁ ବିରୋଧ କରୁଛନ୍ତି, ଯେଉଁମାନେ ରାମ ମାନ୍ଦିର ନିର୍ମାଣକୁ ବିରୋଧ କରୁଛନ୍ତି ସେମାନେ ହେଉଛନ୍ତି କଂଗ୍ରେସ କର୍ମୀ। ରାଜ୍ୟର ପରିବେଶକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଥିବା ସେ କହିଛନ୍ତି।

The post ପୋଷ୍ଟର ପଲିଟିକ୍ସ: କମଲନାଥ କୃଷ୍ଣ, ଶିବରାଜ ସିଂହ କଂସ appeared first on Odisha Reporter.



from Odisha Reporter https://ift.tt/3DDhNVC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages