ନିଲମ୍ବିତ ହେଲେ ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ, ଲାଞ୍ଚ ନେବା ଘଟଣାକୁ ମିଛ କହୁଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 31, 2021

ନିଲମ୍ବିତ ହେଲେ ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ, ଲାଞ୍ଚ ନେବା ଘଟଣାକୁ ମିଛ କହୁଥିଲେ

ରାୟଗଡ଼ା(ମନୋଜ ପାତ୍ର):   ପ୍ରଥମେ ଲାଞ୍ଚ ନେବା ଘଟଣାକୁ ସଫା ସଫା ମନା କରି ଦେଉଥିଲେ। ଏହା କେବେକାର ଘଟଣା ମନେ ପଡ଼ୁନି  ବୋଲି କହିବା ସହ କୋଭିଡ, ରେଡକ୍ରସ ପାଇଁ କଲେକସନ୍‌ ହୋଇଥିବ ବୋଲି ବି କହିବାକୁ ପଛାଇ ନ ଥିଲେ। କିନ୍ତୁ କିଛି ବି ଚାଲ୍‌ କାମ ଦେଲାନି । ଶେଷରେ ନିଲମ୍ବିତ ହେଲେ ରାୟଗଡ଼ାର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୋଟିସରେ ଉଲ୍ଲେଖ ରହିଛି।

ମଦ ଦୋକାନ କର୍ମଚାରୀଙ୍କଠାରୁ  ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ ଲାଞ୍ଚ ନେଉଥିବାର ଭିଡିଓ ପ୍ରାୟ ୧୫ ଦିନ ପୂର୍ବେ ଖୁବ୍‌ ଭାଇରାଲ ହୋଇଥିଲା।  ଏହା ଗତ ଏପ୍ରିଲ ମାସର ଘଟଣା ହୋଇଥିବା ବେଳେ ଗତ ୧୫ ଦିନ ପୂର୍ବେ ଏହା ସୋଶାଲ ମିଡିଆରେ ଘୂରି ବୁଲିଲା। ହେଲେ  ଭିଡିଓ ଭାଇରାଲ ହେବା ପରେ  ଏଥିରେ ନିଜ ସମ୍ପୃକ୍ତିକୁ ସଫା ସଫା ମନା କରି ଦେଇଥିବା ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ ଶେଷରେ ନିଲମ୍ବିତ ହୋଇଛନ୍ତି।  ଏହି ଘଟଣାରେ ପୂର୍ବରୁ ଜଣେ ଅବକାରୀ କନଷ୍ଟେବଲ ନିଲମ୍ବିତ ହୋଇଥିବା ବେଳେ ଏବେ ଅବକାରୀ ଅଧୀକ୍ଷକଙ୍କ ପାଳି ପଡ଼ିଲା।

ମିଳିଥିବା ସୂଚନା ଅନୁଯାୟୀ,  ରାୟଗଡ଼ା ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ନାୟକ ଓ କନଷ୍ଟେବଲ ସୁଶାନ୍ତ ପାତ୍ର ଗତ ଏପ୍ରିଲ ୧୩  ତାରିଖରେ ଗୁଣପୁରକୁ ଯାଇଥିବା ବେଳେ ଏକ ଲଜ୍‌ରେ ରହିଥିଲେ। ସେଠାରେ କୌଣସି ମଦ ଦୋକାନର କର୍ମଚାରୀଙ୍କ ସହ ଟଙ୍କା କାରବାରକୁ ନେଇ ହୋଇଥିବା ସେମାନଙ୍କ କଥାବାର୍ତ୍ତାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଅବକାରୀ ଅଧୀକ୍ଷକ ତାଙ୍କ ବିଭାଗର କନଷ୍ଟେବଲଙ୍କ ଜରିଆରେ ଅର୍ଥ କାରବାର କଥା କହୁଥିବା ଭିଡିଓରେ ସ୍ପଷ୍ଟ ଭାବେ ଶୁଣା ଯାଉଥିଲା।

ଭିଡିଓ ଭାଇରାଲ ହେବା ପରେ ରାୟଗଡା ଜିଲ୍ଲାରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।  ‘ଆମେ କେତେ ମନ ଦେଇ କାମ କରୁଛୁ। ଆମାଉଣ୍ଟ  ବହୁତ କମ୍‌ ହୋଇଗଲା ।   ମୋତେ ଖୁସି କଲା ଭଳି ଦେଲେ ସିନା ହେବ। ମୁଁ ସବ୍‌ଇନ୍ସପେକ୍ଟର ଥିଲା ବେଳେ ଏହାଠୁ ଅଧିକ ନେଉଥିଲି। ଏପରିକି ପାତ୍ରପୁରରେ ଥିବା ବେଳେ ଗୋଟିଏ ମଦ ଦୋକାନରୁ ୧୫ ହଜାର ନେଉଥିଲି’ ବୋଲି ଅବକାରୀ ଅଧୀକ୍ଷକ କହୁଥିବା ଶୁଣିବାକୁ ମିଳୁଥିଲା। ତେବେ ଉଭୟ ଅବକାରୀ ଅଧୀକ୍ଷକ ଓ କନଷ୍ଟେବଲ ଏବେ ଏହି ଭିଡିଓକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହ ସେମାନଙ୍କୁ ଫସା ଯାଉଥିବା କହିଥିଲେ।

ଘଟଣାର ପ୍ରାଥମିକ ତଦନ୍ତ ପରେ ଭିଡ଼ିଓରେ ଦେଖା ଯାଉଥିବା ଅବକାରୀ କନେଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି । ଏହି ଘଟଣାରେ ସବିଶେଷ ତଦନ୍ତ ପାଇଁ ଏଡିଏମଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାରେ ସଂପୃକ୍ତ ରହିଥିବା ଅନ୍ୟମାନଙ୍କ ବିରୁଦ୍ଧରେ ଯଥାଶୀଘ୍ର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଜିଏବି ଏଭଳି ଅନୈତିକ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ  ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।

The post ନିଲମ୍ବିତ ହେଲେ ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ, ଲାଞ୍ଚ ନେବା ଘଟଣାକୁ ମିଛ କହୁଥିଲେ appeared first on Odisha Reporter.



from Odisha Reporter https://ift.tt/3t7xJL1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages