୨୪ ଲକ୍ଷ ଲୁଟ୍‌ ଓ ଅପହରଣ ନାଟକର ନିଜେ ଖଳନାୟକ ଡ୍ରାଇଭର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 22, 2021

୨୪ ଲକ୍ଷ ଲୁଟ୍‌ ଓ ଅପହରଣ ନାଟକର ନିଜେ ଖଳନାୟକ ଡ୍ରାଇଭର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ବ୍ରହ୍ମପୁରରେ ATM ଗାଡ଼ି ଡ୍ରାଇଭରଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ। ଡ୍ରାଇଭରକୁ କେହି ଅପହରଣ କରି ନ ଥିଲେ, ବରଂ ଡ୍ରାଇଭର ନିଜେ ଅପହରଣ ନାଟକ ରଚିଥିଲା ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। ଦୁଇ ସହଯୋଗୀଙ୍କ ସାହାଯ୍ୟରେ ଅପହରଣ ନାଟକ କରି ଏମାନେ ଟଙ୍କା ହଡ଼ପ କରିଥିଲେ । ଡ୍ରାଇଭର ନିଜେ ନିଶା ଔଷଧ ସ୍ପ୍ରେ କରି ଅଚେତ ହେବା ଡ୍ରାମା କରିଥିଲା ।

ତେବେ ଏମାନଙ୍କ ନିକଟରୁ ଲୁଟ ହୋଇଥିବା ୨୪ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ୯୦ ହଜାର ଟଙ୍କା ଓ ବ୍ୟବହୃତ ନିଶା ସାମଗ୍ରୀ ଜବତ କରିଛି ପୋଲିସ ଏହି ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ନିଜେ ଡ୍ରାଇଭର୍ ଆଶିଷ କୁମାର ଦିଗାଲ୍ ଥିବା ବେଳେ ଅନ୍ୟ ୨ ଜଣ ହେଉଛନ୍ତି ମାନ୍ୟବାର ନାୟକ ଓ କାର୍ତ୍ତିକ ନାୟକ । ସେମାନଙ୍କ ନିକଟରୁ ନଗଦ ୨୦ ଲକ୍ଷ ୯୦ ହଜାର ଟଙ୍କା, ଗୋଟିଏ ମୋଟର ସାଇକେଲ, ଡିଭାଇନ୍ ସ୍ଳିପ୍ ଲିକ୍ୟୁଏଡ଼ ସହ ୪ଟି ମୋବାଇଲ୍ ଜବତ ହୋଇଛି ।

ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ଟଙ୍କା ଭର୍ତ୍ତି ଗାଡିକୁ ବ୍ରହ୍ମପୁର ବଡ଼ବଜାର ଏକ ବ୍ୟାଙ୍କ ନିକଟରୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ ସହ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରାଯାଇଥିଲା । ତେବେ ଏହି ସମସ୍ତ ଘଟଣା ଡ୍ରାଇଭର ଆଶିଷ ନିଜେ ଅପହରଣ ନାଟକ ରଚିଥିବା ପୁଲିସ ସମ୍ମୁଖରେ ସ୍ଵୀକାର କରିଛି।

The post ୨୪ ଲକ୍ଷ ଲୁଟ୍‌ ଓ ଅପହରଣ ନାଟକର ନିଜେ ଖଳନାୟକ ଡ୍ରାଇଭର appeared first on Odisha Reporter.



from Odisha Reporter https://ift.tt/3Dhg5JJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages