କ୍ରାଇମବ୍ରାଞ୍ଚ EOW ହାତରେ ଧରାପଡ଼ିଲେ ବାବା, ୩ କୋଟିର ଚୂନ ଲଗାଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 22, 2021

କ୍ରାଇମବ୍ରାଞ୍ଚ EOW ହାତରେ ଧରାପଡ଼ିଲେ ବାବା, ୩ କୋଟିର ଚୂନ ଲଗାଇଥିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ୩ କୋଟି ଟଙ୍କାର ଚୂନ ଲଗାଇ ଥିବା ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ)।

ଗିରଫ ହୋଇଥିବା ଏହି ଆତ୍ମଘୋଷିତ ବାବାଙ୍କ ନାଁ ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ୱାମୀ ବିଜୟାନନ୍ଦ ମହାରାଜ। ତାଙ୍କ ସହିତ ଜଣେ ବିଟେକ୍‌ ଇଞ୍ଜିନିୟରଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇୱଡବ୍ଲ୍ୟୁ। ତାଙ୍କ ନାଁ ଚନ୍ଦନ ଆକାଶ ମହାନ୍ତି।

ଶନିବାର ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ବିଜୟାନନ୍ଦଙ୍କୁ କଟକର ସିଡିଏ ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ଚନ୍ଦନ ଆକାଶ ମହାନ୍ତଙ୍କୁ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା। ଓଟିଡିସି ଅଧିକାରୀଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଏ ଦୁଇ ଜଣଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ, ଚନ୍ଦନ ଆକାଶ ମହାନ୍ତି ପୂର୍ବରୁ ଓଟିଡିସିରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଠିକାରେ ନିଯୁକ୍ତି ପାଇଥିଲେ। ସେ ଅନ୍ୟମାନଙ୍କ ସହ ମିଶି ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କ ଠାରୁ ବିପୁଳ ପରିମାଣରେ ଅର୍ଥ ଠକି ନେଇଥିଲେ। ଓଟିଡିସି ନାଁରେ ମିଛ ୱାର୍କ ଅର୍ଡର ଦେଇ ସେ ଏହି ସ୍ପେଶାଲ୍ କଣ୍ଟ୍ରାକ୍ଟରଙ୍କ ଠାରୁ ଟଙ୍କା ନେଇ ଯାଇଥିଲେ।

କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ତଦନ୍ତରୁ ଜଣାପଡ଼ିଥିଲା ଯେ କରୋନା ସମୟରେ କାମ ପାଇବାକୁ ଚାହିଁ ବସିଥିଲେ ଏହି ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟର। ଏହି ସମୟରେ ୨୦୨୦ ମେ’ ମାସରେ ତାଙ୍କର ଜଣେ ସଂପର୍କୀୟ ତାଙ୍କୁ ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ୱାମୀ ବିଜୟାନନ୍ଦ ମହାରାଜ ସହିତ ପରିଚୟ କରାଇଥିଲେ। ସେହି ସମୟରେ ବିଜୟାନନ୍ଦ ନିଜକୁ ଓଟିଡିସିର ଅଧ୍ୟକ୍ଷ ଓ ଆଇଟିଡିସିର ସଦସ୍ୟ ଭାବେ ଦର୍ଶାଇଥିଲେ। ସେ ଚନ୍ଦନ ଆକାଶ ମହାନ୍ତିଙ୍କ ସହିତ ତାଙ୍କର (ଉକ୍ତ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କ) ପରିଚୟ କରାଇଥିଲେ। ସେତେବେଳେ ଚନ୍ଦନ ନିଜକୁ ଓଟିଡିସିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ପରିଚୟ ଦେଇଥିଲେ।

ପରବର୍ତ୍ତୀ ସମୟରେ ଓଟିଡିସି ଅଧିକାରୀଙ୍କ ସିଲ୍ ଓ ହସ୍ତାକ୍ଷର ବ୍ୟବହାର କରି ବିଜୟାନନ୍ଦ ଓ ଚନ୍ଦନ ଉକ୍ତ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ମିଛ ୱାର୍କ ଅର୍ଡର ଦେଇଥିଲେ। ଏହା ବଦଳରେ ସେମାନେ ସେହି କଣ୍ଟ୍ରାକ୍ଟରଙ୍କ ଠାରୁ ୩ କୋଟି ଟଙ୍କା ହାତେଇ ଥିଲେ। ସେଥିରୁ ୧.୧୪ କୋଟି ଟଙ୍କା ଚନ୍ଦନ ଆକାଶ ମହାନ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା। ବାକି ଟଙ୍କା ଆତ୍ମଘୋଷିତ ବାବାଙ୍କ ଆକାଉଣ୍ଟକୁ ଯାଇଥିଲା।

The post କ୍ରାଇମବ୍ରାଞ୍ଚ EOW ହାତରେ ଧରାପଡ଼ିଲେ ବାବା, ୩ କୋଟିର ଚୂନ ଲଗାଇଥିଲେ appeared first on Odisha Reporter.



from Odisha Reporter https://ift.tt/3za2XUb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages