ମୁମ୍ବାଇ: ରୋମାଣ୍ଟିକ ମୁଡ୍ରେ ବଲିଉଡର ନାମିଦାମୀ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ଯୁବତୀଙ୍କ ସହ କରୁଛନ୍ତି ଜବରଦସ୍ତ ଡ୍ୟାନ୍ସ। କେତେବେଳେ ଯୁବତୀଙ୍କୁ ଆଲିଙ୍ଗନ କରିନେଉଛନ୍ତି ତ ଆଉ କେତେବେଳେ ତାଙ୍କ ଗୋଡ ତଳେ ପଡି ଯାଉଛନ୍ତି। ଯୁବତୀଙ୍କୁ ଭିଡି ଆଣି ତାଙ୍କୁ କିସ୍ କରିବା ସହ ତାଙ୍କୁ ଧରି ନାଚୁଛନ୍ତି ରାମ ଗୋପାଲ। ଏହି ଭିଡିଓ ଏବେ ସାମ୍ନାକୁ ଆସିଛି।
ନିଜ ବ୍ୟକ୍ତିଗତ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ରାମ ଗୋପାଲ ପୁଣିଥରେ ଚର୍ଚ୍ଚାଙ୍କୁ ଆସିଛନ୍ତି। ଭିଡିଓ ପାଇଁ ବିବାଦକୁ ଆସିଛନ୍ତି ସେ। ନିକଟରେ ସୋଶାଲ ମିଡିଆରେ ରାମ ଗୋପାଲ ବର୍ମାଙ୍କ ନାଁରେ ଏକ ଭିଡିଓ ଖବ୍ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଖୋଦ ରାମ ଗୋପାଲ ବର୍ମାଙ୍କ ଟୁଇଟର ଆକାଉଣ୍ଟ ଜରିଆରେ ସେଆର କରାଯାଇଛି।
ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ବ୍ୟକ୍ତି ଜଣକ ମସ୍ତି ମୁଡ଼ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବାପରେ କିଛି ସୋସିଆଲ ମିଡ଼ିଆ ୟୁଜର୍ସ ଦାବି କରିଛନ୍ତି ଯେ ଭିଡିଓରେ ନଜର ଆସୁଥିବା ବ୍ୟକ୍ତି ରାମ ଗୋପାଲ ବର୍ମା।
I once again want to clarify that the guy in this video is not me and the Girl in Red is not @inaya_sultana and I swear this on American President JOE BIDEN pic.twitter.com/K8nNera7Rc
— Ram Gopal Varma (@RGVzoomin) August 22, 2021
I m sure they have not so famous people who work for them.under thr name…this guy cant stand straight is a director?
— Mazhab Nahi Sikhata, Aapas me Bair Rakhna (@IMukta12) August 22, 2021
ସେପଟେ କିନ୍ତୁ ରାମ ଗୋପାଲ ବର୍ମା ଯେଉଁ ଟୁଇଟ୍ କରିଛନ୍ତି ସେଥିରେ ସେ କହିଛନ୍ତି ଯେ, ‘ ଉକ୍ତ ଭିଡିଓରେ ଯେଉଁ ବ୍ୟକ୍ତି ଜଣକ ଡ୍ୟାନ୍ସ କରୁଛନ୍ତି ସେ ମୁଁ ନୁହେଁ, ସେ ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ନାଲି ରଙ୍ଗର ଡ୍ରେସ ପିନ୍ଧିଥିବା ମହିଳା ଜଣକ ଇନୟା ସୁଲତାନ ନୁହନ୍ତି।’ ଏଭଳି କହି ସେ ଥଟ୍ଟା ବା ଜୋକ୍ କରିଥିବା ପରିଲିକ୍ଷିତ ହୋଇଛି।
ରାମ ଗୋପାଲ ବର୍ମାଙ୍କ ଏଭଳି ବିବାଦୀୟ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିବା ପରେ ଚାରିଆଡୁ ତାଙ୍କୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। କେତେକ ସୋଶାଲ ମିଡିଆ ୟୁଜର୍ସ ତାଙ୍କୁ ସମାଲୋଚନା କରିବା ସହ ଗାଳିଗୁଲଜ ମଧ୍ୟ କରୁଛନ୍ତି।
ସୂଚନା ମୁତାବକ ରାମ ଗୋପାଳ ବର୍ମାଙ୍କ ନାଁ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ତାଲିକାରେ ସାମିଲ ଅଛି। ତାଙ୍କ ଫିଲ୍ମ ସାଧାରଣ କାହାଣୀ ଠାରୁ ଟିକେ ଭିନ୍ନ। ସେ ସତ୍ୟା, ଭୁତ, ସରକାର, ଡରନା ମନା ହୈ, ଡରନା ଜରୁରୀ ହୈ, ଏକ ହସିନା ଥି, ରଙ୍ଗୀଲା, ରକ୍ତ ଚରିତ୍ର ଭଳି ଅନେକ ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି। ତେବେ ଫିଲ୍ମ ଛଡା ଅନେକ ସମୟରେ ରାମ ଗୋପାଳ ବର୍ମା ସୋସିଆଲ ମିଡ଼ିଆରେ ନିଜର ଅନ୍ଦାଜ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି।
The post ଯୁବତୀଙ୍କ ସହ ରୋମାଣ୍ଟିକ୍ ମୁଡ୍ରେ ରାମ ଗୋପାଲ appeared first on Odisha Reporter.
from Odisha Reporter https://ift.tt/38kuRkF
No comments:
Post a Comment