ପରାମର୍ଶଦାତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଫସିଗଲେ ନବଜୋତ ସିଂହ ସିଦ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 23, 2021

ପରାମର୍ଶଦାତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଫସିଗଲେ ନବଜୋତ ସିଂହ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ପୁଣି ବିବାଦରେ। ସିଦ୍ଧୁଙ୍କ ରାଜନୀତିକ ପରାମର୍ଶଦାତା କଶ୍ମୀର ଏବଂ ଇନ୍ଦିରା ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାପରେ ଦଳୀୟ ନେତାଙ୍କ ଦ୍ୱାରା ସିଦ୍ଧୁ ଏବେ ସମାଲୋଚନାର ଶିକାର ହୋଇଛନ୍ତି। ଏମିତିକି ଏହି ପ୍ରସଙ୍ଗ ଏବେ ଦଳୀୟ ହାଇକମାଣ୍ଡଙ୍କ ପାଖରେ ପହଞ୍ଚାଇବାକୁ କଂଗ୍ରେସ ନେତା ପ୍ରୟାସ କରିଛନ୍ତି। ଅନ୍ୟପଟେ ପ୍ରସଙ୍ଗ ଅଧିକ ବିବାଦୀୟ ହେଉଥିବା ଦେଖି ସିଦ୍ଧୁ ତାଙ୍କର ଦୁଇ ରାଜନୀତିକ ପରାମର୍ଶଦାତାଙ୍କୁ ସମନ କରିଥିବା ଜଣାପଡ଼ିଛି।

ସୋମବାର କଂଗ୍ରେସ ସାଂସଦ ମନୀଷ ତିଓ୍ୱାରୀ କହିଛନ୍ତି, ଦଳରେ ସେଇ ଲୋକମାନେ ରହିବାର ଆବଶ୍ୟକ ନାହିଁ ଯେଉଁମାନଙ୍କ ମନ୍ତବ୍ୟ ପାକିସ୍ତାନକୁ ସୁହାଇଲା ଭଳି ଏବଂ ଜମ୍ମୁ କଶ୍ମୀର ଭାରତର ନୁହେଁ ବୋଲି କହୁଛନ୍ତି। ଏଭଳି ଲୋକ ଉଭୟ ଦଳ ଏବଂ ଦେଶରେ ରହିବାର ଆବଶ୍ୟକତା ନାହିଁ। ଏ ନେଇ ସେ କଂଗ୍ରେସ ସାଧାରଣ ସମ୍ପାଦକ ତଥା ପଞ୍ଜାବର ଦାୟିତ୍ୱରେ ଥିବା ହରିଶ ରାୱତଙ୍କୁ ଅବଗତ କରାଇବେ ବୋଲି ତିଓ୍ୱାରୀ ଟ୍ୱିଟ୍ କରି କହିଛନ୍ତି।

ନିକଟରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପାକିସ୍ତାନକୁ ସମାଲୋଚନା କରିଥିଲେ। ଏହା ଉପରେ ସିଦ୍ଧୁଙ୍କ ପରାମର୍ଶଦାତା ପ୍ୟାର ଲାଲ ଗର୍ଗ ଏବଂ ମାଲବିନ୍ଦର ସିଂହ ମାଲି ପ୍ରଶ୍ନ ଉଠାଇ କହିଥିଲେ ଯଦି କଶ୍ମୀର ଭାରତର ତାହେଲେ ଧାରା ୩୭୦ ଏବଂ ୩୫ଏ ହଟାଇବାର ଆବଶ୍ୟକତା କ’ଣ ରହିଥିଲା ବୋଲି ପ୍ରଶ୍ନ କରିଥିଲେ। ଏଥିସହ ଇନ୍ଦିରା ଗାନ୍ଧୀଙ୍କୁ ନେଇ ସୋଶାଲ ମିଡିଆରେ ଏକ ଅରୁଚିକର ପୋଷ୍ଟ କରିଥିଲେ। ଯେଉଁଥିରେ ଇନ୍ଦିରା ଗାନ୍ଧୀ ଏକ ବନ୍ଧୁକ ଧରିଥିଲେ ଏବଂ ଇନ୍ଦିରାଙ୍କ ପଛ ପଟେ ଅନେକ ଖପୁରୀ ରହିଥିଲା। ଏପରି ଫଟୋ ଏକ ମାଗାଜିନର ମୁଖ ପୃଷ୍ଠା ଥିଲା।

ଦିଲ୍ଲୀର କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ମଧ୍ୟ ସିଦ୍ଧୁଙ୍କ ପରାମର୍ଶଦାତା ଦ୍ୱାରା ଦିଆଯାଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସିଦ୍ଧୁଙ୍କ ପରାମର୍ଶଦାତା ଲକ୍ଷ୍ମଣରେଖା ଭିତରେ ରହିବା ଦରକାର ବୋଲି ସେ କହିଥିଲେ।

ସେହିପରି ଏହି ପ୍ରସଙ୍ଗରେ ରବିବାର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସିଦ୍ଧୁଙ୍କୁ ତାଙ୍କ ପରାମର୍ଶଦାତାଙ୍କୁ ଏହି ପ୍ରସଙ୍ଗରେ ନିୟନ୍ତ୍ରଣରେ ରଖିବାକୁ କହିଥିଲେ। ସିଦ୍ଧୁଙ୍କୁ ଉଭୟ ପରାମର୍ଶଦାତା ପରାମର୍ଶ ଦିଅନ୍ତୁ କୌଣସି ପ୍ରକାର ମନ୍ତବ୍ୟ ନଦେବା ଠିକ୍ ହେବ ବୋଲି ସେ କହିଥିଲେ। କୌଣସି ପ୍ରସଙ୍ଗରେ ଠିକ୍ ଭାବରେ ନଜାଣି ଏପରି ମନ୍ତବ୍ୟ ଦେବା ଠିକ୍ ନୁହେଁ ବୋଲି ସେ କହିଥିଲେ।

The post ପରାମର୍ଶଦାତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଫସିଗଲେ ନବଜୋତ ସିଂହ ସିଦ୍ଧୁ appeared first on Odisha Reporter.



from Odisha Reporter https://ift.tt/3gphi7X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages