ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଟିମ୍‌, ବ୍ରୋଞ୍ଜ ଲଢ଼େଇରେ ହାରିଗଲା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 5, 2021

ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଟିମ୍‌, ବ୍ରୋଞ୍ଜ ଲଢ଼େଇରେ ହାରିଗଲା 

ଟୋକିଓ: ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହେଲା ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲଢ଼େଇରେ ଦଳ ଗ୍ରେଟ୍ ବ୍ରିଟେନ୍‌ ଠାରୁ ହାରିଯାଇଛି। ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌।

ମ୍ୟାଚ୍ର ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। କିନ୍ତୁ ଦ୍ୱିତୀୟ କ୍ୱାର୍ଟର ପ୍ରାରମ୍ଭରେ ଗ୍ରେଟ୍ ବ୍ରିଟେନ୍ ୧-୦ର ଲିଡ୍ ପାଇଯାଇଥିଲା। ତେବେ ଭାରତୀୟ ଟିମ୍ର ଖେଳାଳି ଦୀପ୍ ଗ୍ରେସ୍ ଇକ୍କାଙ୍କ ଷ୍ଟିକ୍ରେ ବଲ୍ ବାଜି ଏହି ଗୋଲ୍ଟି ହୋଇଥିଲା, ଯାହା ଦଳକୁ ନିରାଶ କରିଥିଲା। ଏହା ପରେ ଗ୍ରେଟ୍ ବ୍ରିଟେନ୍ ଆଉ ଗୋଟିଏ ଗୋଲ୍ ଦେଇଥିଲା ଓ ୨-୦ରେ ଆଗୁଆ ରହିଥିଲା। କିନ୍ତୁ ଏହା ପରେ ଖେଳର ମୋଡ଼ ବଦଳି ଯାଇଥିଲା। ଗୁରଜିତ କୌର ଲଗାତାର ଦୁଇଟି ଗୋଲ୍ ଦେଇଥିଲେ। ମିଳିଥିବା ପେନାଲ୍ଟି କର୍ଣ୍ଣକୁ ସେ ଗୋଲ୍ରେ ପରିଣତ କରିବାରେ ସଫଳ ହୋଇଥିଲେ। ଏହା ସହିତ ଦୁଇ ଦଳ ୨-୨ ସ୍ଥିତିରେ ପହଞ୍ଚି ଯାଇଥିଲେ। ଏହା ପରେ ବନ୍ଦନା କଟାରିଆ ଏକ ଗୋଲ୍ କରିଥିଲେ ଏବଂ ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତୀୟ ଦଳ ୩-୨ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଗୋଟିଏ ଗୋଲ୍ ହୋଇଥିଲା। ଗ୍ରେଟ୍ ବ୍ରିଟେନ୍ ପକ୍ଷରୁ ଭାରତ ଉପରେ ଏହି ଗୋଲ୍ ଦେଇଥିଲେ ହୋଲି ୱେବ୍। ଏହା ସହିତ ଦଳ ଖେଳକୁ ୩-୩ ସ୍ଥିତିକୁ ନେଇ ଆସିଥିଲା।

ଚତୁର୍ଥ କ୍ୱାର୍ଟରର ପ୍ରଥମ ୫ ମିନିଟ୍ରେ ଆଉ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିବାରେ ସଫଳ ହୋଇଥିଲା ଗ୍ରେଟ୍ ବ୍ରିଟେନ୍। ଏହା ସହିତ ଦଳ ଭାରତ ଠାରୁ ୪-୩ ଗୋଲ୍ରେ ଆଗୁଆ ହୋଇଯାଇଥିଲା।

ପ୍ରଥମ ତିନୋଟି ମ୍ୟାଚ୍ ହାରିଥିଲା

ଟୋକିଓ ଅଲିମ୍ପିକ୍ସର ପ୍ରଥମ ତିନୋଟି ମ୍ୟାଚ୍ରେ ଭାରତୀୟ ମହିଳା ହକି ଦଳ ହାରି ଯାଇଥିଲା। ଦଳ ନେଦରଲ୍ୟାଣ୍ଡ ଠାରୁ ୫-୧ରେ, ଜର୍ମାନୀ ଠାରୁ ୨-୦ରେ ଓ ଗ୍ରେଟ୍ ବ୍ରିଟେନ୍ ଠାରୁ ୪-୧ ଗୋଲ୍ରେ ପରାସ୍ତ ହୋଇଥିଲା। ଚତୁର୍ଥ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଦଳ ତା’ର ପ୍ରଥମ ବିଜୟ ହାସଲ କରିଥିଲା। ଦଳ ଆୟର୍ଲ୍ୟାଣ୍ଡକୁ ୧-୦ରେ ହରାଇବା ପରେ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇଥିଲା। ଆଉ ତା’ପରେ କ୍ୱାର୍ଟର ଫାଇନାଲ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ୧-୦ରେ ହରାଇଥିଲା। କିନ୍ତୁ ଅଲିମ୍ପିକ୍ସରେ ପ୍ରଥମ ଥର ସେମି ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ଠାରୁ ୨-୧ରେ ପରାସ୍ତ ହୋଇଯାଇଥିଲା।

The post ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଟିମ୍‌, ବ୍ରୋଞ୍ଜ ଲଢ଼େଇରେ ହାରିଗଲା  appeared first on Odisha Reporter.



from Odisha Reporter https://ift.tt/3Cw6374

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages