ବ୍ରିଟେନ ପାଇଁ କାମ କରୁଥିବା ଆଫଗାନୀଙ୍କ ପ୍ରତି ତାଲିବନୀ ବିପଦ, ଦୂତାବାସରେ ରହିଗଲା ସବୁ ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 26, 2021

ବ୍ରିଟେନ ପାଇଁ କାମ କରୁଥିବା ଆଫଗାନୀଙ୍କ ପ୍ରତି ତାଲିବନୀ ବିପଦ, ଦୂତାବାସରେ ରହିଗଲା ସବୁ ତଥ୍ୟ

ଲଣ୍ଡନ: ତାଲିବାର କବଜା ପୂର୍ବରୁ ବ୍ରିଟେନର ସୁରକ୍ଷା ଏଜେନ୍ସି ପାଇଁ କାମ କରୁଥିବା ଆଫଗାନ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ବିଦେଶୀ ଶକ୍ତି ବଳରେ ତାଲିବାନ ବିରୋଧରେ କାମ କରୁଥିବା ଆଫଗାନବାସୀଙ୍କ ତଥ୍ୟ ଯୋଗାଡ଼ କରିବାରେ ସଂଗଠନ ଲାଗି ପଡ଼ିଛି। ଏସବୁ ଭିତରେ ବିଭିନ୍ନ ରାଷ୍ଟ୍ରର ଦୂତାବାସ କର୍ମଚାରୀମାନେ ସେମାନଙ୍କ ପାଇଁ କାମ କରୁଥିବା ଆଫଗାନୀଙ୍କ ତଥ୍ୟକୁ ନଷ୍ଟ କରି ଦେଶ ଛାଡ଼ୁଛନ୍ତି।

ହେଲେ ବ୍ରିଟେନ କର୍ମଚାରୀମାନେ ଭୁଲବଶତଃ ଦୂତାବାସ ଛାଡ଼ିବା ପୂର୍ବରୁ କିଛି ଆଫଗାନୀଙ୍କ ତଥ୍ୟକୁ ନଷ୍ଟ କରିପାରି ନାହାନ୍ତି। କାବୁଲରେ ଥିବା ବ୍ରିଟେନ ଦୂତାବାସକୁ ତାଲିବାନୀମାନେ ସିଜ୍‌ କରିଥିବା ବେଳେ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ରହି ଯାଇଥିବା ଜଣାପଡ଼ିଛି।

ଏହି ଦସ୍ତାବିଜ୍‌ରେ ବ୍ରିଟେନ ପାଇଁ କାମ କରୁଥିବା ଆଫଗାନ ନାଗରିକଙ୍କ ଠିକଣା ରହିଛି। ତେଣୁ ସେମାନଙ୍କୁ ଏହି ଦସ୍ତାବିଜ ଜରିଆରେ ଠାବ କରି ତାଲିବାନୀ ଦଣ୍ଡ ଦେବାର ଆଶଙ୍କା ପ୍ରକାଶ ପାଇଛି। ତଥାପି ସେଭଳି ଲୋକ ଓ ସେମାନଙ୍କ ପରିବାର ବର୍ଗଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ବ୍ରିଟେନ ସରକାର ପ୍ରୟାସ କରୁଛନ୍ତି।

ବ୍ରିଟେନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, କାବୁଲ ସ୍ଥିତି ବିଗିଡ଼ିବା ସହ ଆମ ଦୂତାବାସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଆମେ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଦସ୍ତାବିଜ୍‌ ଗୁଡ଼ିକୁ ନଷ୍ଟ କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲୁ। ତଥାପି କିଛି ଦସ୍ତାବିଜ୍‌ କର୍ମଚାରୀମାନେ ଦୂତାବାସରେ ଛାଡ଼ି ଦେଇଥିବା ଜଣାପଡ଼ିଛି ବୋଲି ସେ କହିଛନ୍ତି।

ଦି ଟାଇମ୍ସର ରିପୋର୍ଟ ଅନୁଯାୟୀ, ଦୂତାବାସରୁ ବ୍ରିଟେନ ପାଇଁ କାମ କରୁଥିବା ୭ ଜଣ ଆଫଗାନ ନାଗରିକଙ୍କ ତଥ୍ୟ ସମ୍ବଳିତ କାବଜପତ୍ର ଠାବ ହୋଇଛି। ତାଲିବାନୀମାନେ ଦୂତାବାସରେ ପ୍ୟାଟ୍ରୋଲିଂ ଜାରି ରଖିଛନ୍ତି। ତେବେ ଟାଇମ୍ସ ପକ୍ଷରୁ ବ୍ରିଟେନ ବୈଦେଶିକ ମନ୍ତ୍ରଣାଳୟକୁ ୩ ଜଣ ଆଫଗାନୀ କର୍ମଚାରୀ ଓ ସେମାନଙ୍କର ୮ ଜଣ ପରିବାର ସଦସ୍ୟଙ୍କ ବିସ୍ତୃତ ଦିଆଯାଇଛି। ମନ୍ତ୍ରଣାଳୟ ଉକ୍ତ ୩ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଛି। ଏସବୁ ଆଫଗାନୀଙ୍କ ତଥ୍ୟ ତାଲିବାନ ହାତରେ ଲାଗିଛି କି ନାହିଁ, ସେକଥା ଜଣାପଡ଼ିନି।

The post ବ୍ରିଟେନ ପାଇଁ କାମ କରୁଥିବା ଆଫଗାନୀଙ୍କ ପ୍ରତି ତାଲିବନୀ ବିପଦ, ଦୂତାବାସରେ ରହିଗଲା ସବୁ ତଥ୍ୟ appeared first on Odisha Reporter.



from Odisha Reporter https://ift.tt/2Woj4iS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages