ଛତିଶଗଡ଼ କଂଗ୍ରେସରେ କନ୍ଦଳ ତେଜିଲା, ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 26, 2021

ଛତିଶଗଡ଼ କଂଗ୍ରେସରେ କନ୍ଦଳ ତେଜିଲା, ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ରାୟପୁର: ପଞ୍ଜାବ କଂଗ୍ରେସର ସୃଷ୍ଟି ହୋଇଥିବା କନ୍ଦଳ ତୁଟୁ ନଥିବା ବେଳେ ଏବେ ଛତିଶଗଡ଼ରେ ସମାନ ସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏବେ ତୀବ୍ର ହେବାରେ ଲାଗିଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓ ଦିଲ୍ଲୀ ଆସି ରାହୁଲ ଗାନ୍ଧିଙ୍କ ସହ ବୈଠକ କରିଥିଲେ। ଲାଗୁଥିଲା ରାହୁଲ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିଦେଇଛନ୍ତି। ହେଲେ ଏହି ଅସନ୍ତୋଷର ବହ୍ନି ଏବେ ବି ଜାରି ରହିଛି।

ଦିନକୁ ବିବାଦ ବଢ଼ୁଥିବାରୁ ଦିଲ୍ଲୀ ଦରବାରରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ବାଘେଲ। ସେ ପୁଣିଥରେ ରାହୁଲ ଗାନ୍ଧିଙ୍କ ସହ ବୈଠକ କରିବେ। ଏଥିସହ ତାଙ୍କ ସମର୍ଥନରେ ଥିବା କଂଗ୍ରେସ ବିଧାୟକମାନଙ୍କୁ ମଧ୍ୟ ରାହୁଲ ଗାନ୍ଧିଙ୍କ ଆଗରେ ପ୍ୟାରେଡ କରାଇ ନିଜର ଦବଦବା ଦେଖାଇବେ।

ଶ୍ରୀ ବାଘେଲ ଆଜି କିମ୍ବା ଆସନ୍ତାକାଲି ରାହୁଲ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ କାହିଁକି ମୁଖ୍ୟମନ୍ତ୍ରୀ ପଦରେ ରହିବା ଦରକାର ସେକଥା କଂଗ୍ରେସ ହାଇକମାଣ୍ଡକୁ ଜଣାଇବେ। ଏଥିପାଇଁ ସେ ନିଜ ସମର୍ଥିତ ବିଧାୟକ ଓ ମନ୍ତ୍ରୀମାନଙ୍କୁ ମଧ୍ୟ ଦିଲ୍ଲୀ ଡାକିଥିବା ଜଣାପଡ଼ିଛି।

୨୦୧୮ରେ ଛତିଶଗଡ଼ରେ କଂଗ୍ରେସ କ୍ଷମତା ଦଖଲ କରିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଆରମ୍ଭ ହୋଇଥିଲା। ଶେଷରେ କଂଗ୍ରେସ ହାଇକମାଣ୍ଡ ବାଘେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ଏଥିସହ ସିଂହଦେଓଙ୍କୁ ଅଢ଼େଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ମଧ୍ୟ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ୨୦୧୮ରୁ ବାଘେଲ ମୁଖ୍ୟମନ୍ତ୍ରୀ ଥିଲେ ହେଁ ଏଯାଏ ତାଙ୍କୁ ବଦଳାଇବାକୁ ହାଇକମାଣ୍ଡ କୌଣସି ପଦକ୍ଷେପ ନେଉ ନାହାନ୍ତି।

ଏହି କାରଣରୁ ସିଂହଦେଓ ତାଙ୍କ ସମର୍ଥକମାନେ ପ୍ରତିବାଦର ସ୍ୱର ବାରମ୍ବାର ଉଠାଇ ଚାଲିଛନ୍ତି। ଦିନକୁ ଦିନ ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ବି ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉଭୟଙ୍କ ସହ ରାହୁଲ ଗାନ୍ଧି ଦିଲ୍ଲୀରେ ବୈଠକ କରିଥିଲେ। ଏହି ସମୟରେ ସେ ସିଂହଦେଓଙ୍କୁ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ଏଥିସହ ବାଘେଲଙ୍କୁ ନୋଟିସ ପରିୟଡରେ କଂଗ୍ରେସ ରଖିଥିବା କୁହାଯାଉଛି।

ବାଘେଲ ନିଜର ପ୍ରତିକ୍ରିୟାରେ କହିଥିଲେ ଯେ “ମୋତେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଯେତେବେଳେ କହିବେ ମୁଁ ସେତେବେଳେ ମୁଖ୍ୟମନ୍ତ୍ରୀ ପଦରୁ ଓହରି ଯିବି। ଯେଉଁମାନେ ୨.୫ ବର୍ଷ ଯୋଜନା କଥା କହି ରାଜନୀତିକ ଅସ୍ଥିରତା କଥା କହୁଛନ୍ତି, ସେମାନେ କେବେ ହେଲେ ଏଥିରେ ସଫଳ ହେବେ ନାହିଁ।”

ଅନ୍ୟପକ୍ଷରେ ଛତିଶଗଡ଼ ଇନ ଚାର୍ଜ ପିଏଲ ପୁନିଆ ବିବାଦରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ଛତିଶଗଡ଼ କଂଗ୍ରେସରେ କୌଣସି ନେତୃତ୍ୱ ସଙ୍କଟ ଦେଖାଯାଇ ନାହିଁ। ମୁଖ୍ୟମନ୍ତ୍ରୀ ବାଘେଲ ହାଇକମାଣ୍ଡଙ୍କ ସବୁ ପ୍ରକାରର ନିଷ୍ପତ୍ତି ମାନିବାକୁ ପ୍ରସ୍ତୁତ ରହିଛନ୍ତି। ତେଣୁ ବିବାଦ କିଛି ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ସେହିପରି ରାହୁଲଙ୍କ ସହ ମଙ୍ଗଳବାର ବୈଠକ ପରେ ଟିଏସ୍‌ ସିଂହଦେଓ ଦିଲ୍ଲୀରେ ହିଁ ରହିଛନ୍ତି। ସେ ହାଇକମାଣ୍ଡଙ୍କ ଠାରୁ ନିର୍ଭର ପ୍ରତିଶ୍ରୁତି ଓ ନିଷ୍ପତ୍ତି ହାସଲ ନ କରିବା ଯାଏ ରାୟପୁର ଫେରିବେ ନାହିଁ ବୋଲି ପଣ କରିଥିବା କୁହାଯାଉଛି।

The post ଛତିଶଗଡ଼ କଂଗ୍ରେସରେ କନ୍ଦଳ ତେଜିଲା, ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3ygi1hP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages