ଫାଇନାଲ୍‌ରେ ପହଞ୍ଚି ପାରିଲାନି ଭାରତୀୟ ପୁରୁଷ ହକି ଟିମ୍‌, ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 2, 2021

ଫାଇନାଲ୍‌ରେ ପହଞ୍ଚି ପାରିଲାନି ଭାରତୀୟ ପୁରୁଷ ହକି ଟିମ୍‌, ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଫାଇନାଲ୍‌ ପହଞ୍ଚି ପାରିଲା ନାହିଁ ଭାରତୀୟ ପୁରୁଷ ହକି ଟିମ୍। ଆଜି ଖେଳା ଯାଇଥିବା ସେମି ଫାଇନାଲ୍ ମ୍ୟାଚ୍‌ରେ ଦଳ ବେଲଜିୟମ୍‌ ଠାରୁ ହାରି ଯାଇଛି। ଭାରତକୁ ୫-୨ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି ବେଲ୍‌ଜିୟମ।

ସ୍ୱର୍ଣ୍ଣ ପଦକ ଆଶା ଧୂଳିସାତ୍ ହେବା ପରେ ଭାରତୀୟ ଟିମ୍ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ। ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଅନ୍ୟ ସେମି ଫାଇନାଲ୍ ମ୍ୟାଚ୍‌ଟି ହେବାକୁ ଥିବା ବେଳେ ସେଥିରୁ ଯେଉଁ ଟିମ୍ ହାରିବ, ତା’ସହିତ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବ ଭାରତୀୟ ଦଳ। ଅଗଷ୍ଟ ୫ ତାରିଖରେ ଏହି ମ୍ୟାଚ୍ ଖେଳାଯିବ।

ଆଜି ମ୍ୟାଚ୍‌ରେ ପ୍ରଥମ ଗୋଲ୍ ଦେଇଥିଲା ବେଲଜିୟମ। ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ ଦଳ ଦେଇଥିଲା ପ୍ରଥମ ଗୋଲ୍‌। ଦଳ ପାଇଥିବା ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲା। ଲୋଇକ୍ ଲୁପେର୍ଟ ଏହି ଗୋଲ୍ ଦେଇଥିଲେ। ଏହା ସହିତ ଦଳ ୧-୦ରେ ଆଗୁଆ ରହିଥିଲା। କିନ୍ତୁ ସପ୍ତମ ମିନିଟ୍‌ରେ ସ୍ଥିତି ବରାବର କରି ଦେଇଥିଲା ଭାରତୀୟ ଦଳ। ଏକ ପେନାଲ୍‌ଟି କର୍ଣ୍ଣରକୁ ଦଳ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା। ଏହି ଗୋଲ୍‌ଟି ଦେଇଥିଲେ ହରମନପ୍ରୀତ୍ ସିଂହ। ଏହା ପରେ ପରେ ଭାରତ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା। ଏହି ଗୋଲ୍‌ଟି ଦେଇଥିଲେ ମନଦୀପ ସିଂହ। ଏହା ସହିତ ଭାରତ ପ୍ରଥମ କ୍ୱାର୍ଟରେ ୨-୧ରେ ଆଗୁଆ ରହିଥିଲା।

ପ୍ରଥମ କ୍ୱାର୍ଟରରେ ଭାରତ ପ୍ରଭାବଶାଳୀ ହୋଇଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ଖେଳ ବଦଳି ଥିଲା। ୧୯ଶ ମିନିଟ୍‌ରେ ବେଲିଜୟମ ତରଫରୁ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ଆଉ ଗୋଟିଏ ଗୋଲ୍ ଦେଇଥିଲେ। ଫଳରେ ସ୍ଥିତି ବରାବର ହୋଇଯାଇଥିଲା। ୨-୨ରେ ଦ୍ୱିତୀୟ କ୍ୱାର୍ଟର ଶେଷ ହୋଇଥିଲା।  ତୃତୀୟ କ୍ୱାର୍ଟର ବି ୨-୨ରେ ଶେଷ ହୋଇଥିଲା। କିନ୍ତୁ ଶେଷ ୧୫ ମିନିଟ୍‌ରେ ବେଲ୍‌ଜିୟମ ଭାରତ ଉପରେ ୩ଟି ଗୋଲ୍ ଦେଇଥିଲା। ଏଥିରୁ ଗୋଟିଏ ଖେଳର ଶେଷତମ ମିନିଟ୍‌ରେ ହୋଇଥିଲା। ବେଲ୍‌ଜିୟମ ପକ୍ଷରୁ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ତିନୋଟି ଗୋଲ ଦେଇଥିବା ବେଳେ ସେଥିରୁ ଦୁଇଟି ଶେଷ ୧୫ ମିନିଟ୍‌ରେ ଦେଇଥିଲେ। ଏହା ସହିତ ଚଳିତ ଅଲିମ୍ପିକ୍ସରେ ଏଯାବତ୍ ସେ ୧୪ଟି ଗୋଲ୍ ଦେଇସାରିଲେଣି।

ଆଜିର ମ୍ୟାଚ୍‌ରେ ବେଲ୍‌ଜିୟମ ମୋଟ୍‌ ୧୪ଟି ପେନାଲ୍‌ଟି କର୍ଣ୍ଣର ପାଇଥିଲା। ଆଉ ଏହା ଭାରତ ପାଇଁ ମହଙ୍ଗା ପଡ଼ିଥିଲା। ଏହି ୧୪ଟି ପେନାଲ୍‌ଟି କର୍ଣ୍ଣରୁ ୪ଟିକୁ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା ବେଲ୍‌ଜିୟମ୍‌।

ସୂଚନାଯୋଗ୍ୟ, ଭାରତୀୟ ଦଳ ଚଳିତ ଅଲିମ୍ପିକ୍ସରେ ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଦଳ ୩-୧ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା।  ଦ୍ୱିତୀୟ ମ୍ୟାଚ୍‌ରେ ଦଳ ୭-୧ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ତେବେ ପୁଲ୍ ଏ’ରେ ଥିବା ଭାରତୀୟ ଦଳ ଲିଗ୍ ପର୍ଯ୍ୟାୟର ପରବର୍ତ୍ତୀ ୩ଟି ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା। କ୍ୱାର୍ଟର ଫାଇନାଲ୍‌ରେ ଦଳ ଗ୍ରେଟ୍ ବ୍ରିଟେନ୍‌କୁ ୩-୧ରେ ପରାସ୍ତ କରି ଚାରି ଦଶନ୍ଧି ପରେ ପୁଣି ଅଲିମ୍ପିକ୍ସ ସେମି ଫାଇନାଲ୍‌ରେ ପହଞ୍ଚିଥିଲା।

The post ଫାଇନାଲ୍‌ରେ ପହଞ୍ଚି ପାରିଲାନି ଭାରତୀୟ ପୁରୁଷ ହକି ଟିମ୍‌, ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ appeared first on Odisha Reporter.



from Odisha Reporter https://ift.tt/3xiU6xK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages