ମୁମ୍ବାଇ: ଲୋକଙ୍କ ବୋରିଂ ଲାଇଫ୍ରେ କମେଡିର ତଡକା ଲଗାଇବାକୁ ଫେରୁଛନ୍ତି କମେଡି କିଙ୍ଗ କପିଲ ଶର୍ମା । ଖୁବ ଶୀଘ୍ର ନୂଆ ସିଜିନ ସହ ରିଟର୍ଣ୍ଣସ୍ କରିବେ କପିଲ ଶର୍ମା । କପିଲ ନିଜ ଟିମ୍ ସହ ଫୁଲ୍ ମସ୍ତି କରୁଥିବାର ଭିଡିଓ ତଥା ଫଟୋ ସୋଶାଲ ମିଡିଆରେ ଘୂରି ବୁଲୁଥିବା ବେଳେ ଏହାକୁ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଦର୍ଶକ।
ସୂତ୍ର ଅନୁଯାୟୀ, ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଫୁଲ୍ ମସ୍ତିଭରା କମେଡି କିଙ୍ଗ କପିଲ ଶର୍ମା ଶୋ’। ତେବେ କପିଲ୍ଙ୍କ ଶୋ’ର ପ୍ରଥମ ଗେଷ୍ଟ କିଏ ହେବେ, ତାକୁ ନେଇ ଅଙ୍କ କଷା ଆରମ୍ଭ କରି ଦେଲେଣି ଦର୍ଶକ ।
ମିଳିଥିବା ଖବର ଅନୁଯାୟୀ, ଖିଲାଡି ଷ୍ଟର ଅକ୍ଷୟ କୁମାର ହେବେ କପିଲଙ୍କ ନୂଆ ସିଜିନ୍ର ପ୍ରଥମ ଗେଷ୍ଟ। କରୋନା ପରେ ଅକ୍ଷୟଙ୍କ ପରି ବଡ଼ ଷ୍ଟାରକାଷ୍ଟ ଥିବା ଫିଲ୍ମ ପ୍ରଥମ ଥର ଥିଏଟରରେ ପ୍ରଦର୍ଶୀତ ହେବ। ଏହାର ଟ୍ରେଲର ଆଜି ରିଲିଜ୍ ହେବ ବୋଲି ପ୍ଲାନିଂ ହୋଇଥିବା ବେଳେ ଏହାର ପ୍ରମୋସନ ପାଇଁ କିଛି ବି ମିସ୍ କରିବାକୁ ଚାହୁଁ ନାହାନ୍ତି ଫିଲ୍ମର ପୂରା ଟିମ୍।
ତେଣୁ ନିଜ ଫିଲ୍ମର ପ୍ରମୋଶନ ପାଇଁ ଅକ୍ଷୟ କପିଲଙ୍କ ଶୋର ପ୍ରଥମ ଗେଷ୍ଟ ହେବେ ବୋଲି ଶୁଣିବାକୁ ମିଳୁଛି। ହେଲେ କପିଲଙ୍କ ଶୋ’କୁ କେବଳ ଖିଲାଡି ଷ୍ଟାର ଆସିବେ, ନା ଫିଲ୍ମର ପୂରା ଷ୍ଟାରକାଷ୍ଟ ଆସିବେ ସେ ନେଇ କିଛି ଅଫିସିଆଲି ଘୋଷଣା କରାଯାଇ ନାହିଁ। ‘ବେଲବଟମ’ ରେ ଅକ୍ଷୟ କୁମାରଙ୍କ ସହ ବାଣି କପୁର, ଲାରା ଦତ୍ତ, ହୁମା କ୍ୟୁରେସି ଓ ଆଦିଲ ହୁସେନ ବି ନଜର ଆସିବେ। ବେଲବଟମ ଫିଲ୍ମ ଜରିଆରେ ପୂର୍ବତନ ମିସ୍ ୟୁନିଭର୍ସ ଲାରା ଦତ୍ତ ପୁଣି ଥରେ ବଲିଉଡ଼ରେ ଏଣ୍ଟ୍ରି କରିବେ।
The post ୨୧ରେ ଆସୁଛି କପିଲଙ୍କ ଶୋ’, ଜାଣନ୍ତୁ, କିଏ ହେବେ ପ୍ରଥମ ଗେଷ୍ଟ appeared first on Odisha Reporter.
from Odisha Reporter https://ift.tt/37kq8ih
No comments:
Post a Comment