ଶାମ୍ପୁ ବୋତଲରେ ଚାଲାଣ ହେଉଥିଲା ୫୩ କୋଟିର ହେରୋଇନ୍‌, କିନ୍ତୁ.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 10, 2021

ଶାମ୍ପୁ ବୋତଲରେ ଚାଲାଣ ହେଉଥିଲା ୫୩ କୋଟିର ହେରୋଇନ୍‌, କିନ୍ତୁ..

ନୂଆଦିଲ୍ଲୀ: ନିଶାଦ୍ରବ୍ୟର ଚୋରା ଚାଲାଣ ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି। ବିଭିନ୍ନ ଉପାୟରେ ବେପାରୀମାନେ ଗଞ୍ଜେଇ ଠାରୁ ଆରମ୍ଭ କରି ହେରୋଇନ୍‌ ଚାଲାଣ କରୁଥିବା ଖବର ସାମ୍ନାକୁ ଆସୁଛି। ଏହିକ୍ରମରେ ଦିଲ୍ଲୀର କଷ୍ଟମ ବିଭାଗ ଶାମ୍ପୁ ବୋତଲ ମଧ୍ୟରେ ହେରୋଇନ ଚୋରାଚାଲାଣ ଘଟଣାର ପର୍ଦ୍ଦାଫାଶ କରିଛି।

ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଶାମ୍ପୁ ବୋତଲ ମଧ୍ୟରେ ରହିଥିବା ୮ କେଜି ଓଜନର ହେରୋଇନ ଜବତ କରାଯାଇଛି। ଏହାର ବଜାର ମୂଲ୍ୟ ପ୍ରାୟ ୫୩ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସେମାନେ ଆଫଗାନିସ୍ତାନର ନାଗରିକ। ଉଭୟ ତେହରାନରୁ ଦୁବାଇ ଦେଇ ଭାରତରେ ପହଞ୍ଚିଥିଲେ।

ଏହି ଦୁଇ ଯୁବକ ୩୦ଟି ଚୁଟି କଲର ହେଉଥିବା ବୋତଲ ଓ ଦୁଇଟି ଶାମ୍ପୁ ବୋତଲ ଜରିଆରେ ହେରୋଇନ ଚୋରାଚାଲାଣ କରୁଥିଲେ। ତେବେ ବିଶେଷ ସୂତ୍ରରୁ ଖବର ପାଇ କଷ୍ଟମ ବିଭାଗ ହେରୋଇନ ସହ ବୋତଲ ଗୁଡ଼ିକୁ ଜବତ କରିଛି। ଏବେ ଘଟଣା ‌ଅଧିକ ତଦନ୍ତ କରାଯାଉଛି।

ବିଗତ କିଛି ଦିନ ହେଲା, ଦିଲ୍ଲୀ ଏୟାରପୋର୍ଟ ସହ ବିଭିନ୍ନ ସ୍ଥାନରୁ ହେରୋଇନ ଜବତ ହେବାରେ ଲାଗିଛି। ଡିସେମ୍ବର ୨୦୨୦ରୁ ଜୁନ୍‌ ମାସ ମଧ୍ୟରେ କଷ୍ଟମ ବିଭାଗ ୬୦୦ କୋଟି ଟଙ୍କାର ହେରୋଇନ ଜବତ କରିସାରିଲାଣି। ଏସବୁ ଘଟଣାରେ ୧୪ଟି ମାମଲା ରୁଜୁ କରାଯାଇ ୧୮ ଜଣ ବିଦେଶୀ ନାଗରିକଙ୍କ ସହ ଦୁଇ ଭାରତୀୟଙ୍କୁ ଗିରଫ କରାଯାଇଛି।

The post ଶାମ୍ପୁ ବୋତଲରେ ଚାଲାଣ ହେଉଥିଲା ୫୩ କୋଟିର ହେରୋଇନ୍‌, କିନ୍ତୁ.. appeared first on Odisha Reporter.



from Odisha Reporter https://ift.tt/3iyGgD4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages